ବୋହୂ ଶୋଇବା ପରେ ରୁମକୁ ଆସନ୍ତି ଶାଶୂ ମା, କରନ୍ତି ଏପରି କାମ, ରେକର୍ଡିଙ୍ଗରେ ଦେଖାଗଲା ଦୃଶ୍ୟ

0

Get real time updates directly on you device, subscribe now.

ଯେତେବେଳେ ଆପଣ ନିଦରେ ସୋଇଥାନ୍ତି, ସେତେବେଳେ ଆପଣଙ୍କ ଆଖପାଖରେ ବହୁତ୍ ଗୁଡ଼ିଏ ଘଟଣା ଘଟିଥାଏ । ଅନେକଥର ସକାଳୁ ଉଠି ଆପଣ ଅନୁଭବ କରନ୍ତି ଯେ ରାତିରେ ଆପଣଙ୍କ ସହିତ କିଛି ଗଡବଡ ହୋଇଛି । କିନ୍ତୁ ଆପଣ ଠିକରେ କିଛି ବି ମନେପକାଇ ପାରନ୍ତିନାହିଁ । ଏପରି ପରିସ୍ଥିତିରେ ଜଣେ ମହିଳା ରାତିରେ ନିଜ ବେଡ଼ରୁମରେ କ୍ୟାମେରା ଲଗାଇଦେଲେ । ଯେତେବେଳେ ସେ ତା ପରଦିନ ରେକର୍ଡିଙ୍ଗ ଦେଖିଲେ, ସେତେବେଳେ ତାଙ୍କର ହୋସ ଉଡିଗଲା ।

ରାତିରେ ଆସୁଥିଲା କାନରେ ଅଜବ ଶବ୍ଦ :-

ବାସ୍ତବରେ ମହିଳାଙ୍କୁ ଲାଗିଲା ଯେ ସେ ରାତିରେ ଘୁଙ୍ଗୁଡ଼ି ମାରନ୍ତି । ଏହି କଥାକୁ କ୍ଲିୟର ଭାବେ ଜାଣିବାପାଇଁ ସେ ନିଜ ମୋବାଇଲରେ ଗୋଟିଏ ଆପ ଡାଉନଲୋଡ କଲେ । ଏହି ଆପ ଦ୍ଵାରା ଟାଇମର ସେଟ୍ କରି ରାତିରେ ଘୁଙ୍ଗୁଡ଼ିର ଶବ୍ଦ ରେକର୍ଡ଼ କରାଯାଇପାରିବ । ମହିଳା ମଧ୍ୟ ସବୁ ସେଟ୍ କରିଦେଲେ । ସେ ତାପର ଦିନ ଯେତେବେଳେ ଅଡିଓ ରେକର୍ଡିଙ୍ଗ ଶୁଣିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ରେକର୍ଡିଙ୍ଗରେ ତାଙ୍କର ଘୁଙ୍ଗୁଡ଼ି ଶବ୍ଦ ସହିତ ଗୋଟିଏ ଅଜବ ଶବ୍ଦ ମଧ୍ୟ ଶୁଣାଯାଉଥିଲା ।

ଏହି ଶବ୍ଦ ଏମିତି ଶୁଭୁଥିଲା, “ମୁଁ ତୋର ମୃତ୍ୟୁ ଚାହୁଁଛି ।” ମହିଳା ଏସବୁ ଶୁଣିବାପରେ ଡରିଗଲେ । ତାଙ୍କୁ ଲାଗିଲା ରୁମରେ ନିଶ୍ଚିତ ଭାବେ କୌଣସି ଭୂତ ଅଛି । ଏପରି ପରିସ୍ଥିତିରେ ସେ ରୁମରେ କ୍ୟାମେରା ଲଗାଇ ଦେଲେ । ତାପରେ ପରବର୍ତ୍ତୀ ଦିନ ସେ ଯେତେବେଳେ ଭିଡିଓ ରେକର୍ଡିଙ୍ଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେଖିଲେ ଯେ ସେ ଯେତେବେଳେ ଶୋଇ ପଡ଼ୁଥିଲି, ସେତେବେଳେ ରୁମକୁ ଜଣେ ମହିଳା ଆସୁଥିଲେ । ସେ ତାଙ୍କ କାନରେ କିଛି କହୁଥିଲେ ।

ହେବାକୁ ଯାଉଥିବା ଶାଶୂ ଚାହୁଁଥିଲେ ମୃତ୍ୟୁ :-

ଯେତେବେଳେ ମହିଳା ଆହୁରି ପାଖରୁ ଦେଖିଲେ, ସେତେବେଳେ ଜାଣିଲେ ଯେ ତାଙ୍କ କାନରେ ମୃତ୍ୟୁ ବିଷୟରେ କହୁଥିବା ଲେଡୀ ଆଉ କେହି ନୁହେଁ ବରଂ ତାଙ୍କ ବୟଫ୍ରେଣ୍ଡଙ୍କ ମା ଅଟନ୍ତି । ସେ ପ୍ରତିଦିନ ପୁଅର ଗାର୍ଲ୍ ଫ୍ରେଣ୍ଡ୍ କାନରେ ଶୋଇବା ସମୟରେ ” ମୁଁ ତୋର ମୃତ୍ୟୁ ଚାହୁଁଛି ” ବୋଲି କହୁଥିଲେ । ବୟଫ୍ରେଣ୍ଡଙ୍କ ମାଙ୍କ ଏହି କାମ ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଦିନରେ ସେ ତାଙ୍କ ସହିତ ବହୁତ୍ ମିଠା ମିଠା କଥା କହୁଥିଲେ ।

ମହିଳା ଟିକଟକ ଭିଡିଓ ମଧ୍ୟ କରନ୍ତି । ସେ ଏହି ପୁରା ଘଟଣାକୁ ଟିକଟକ ଭିଡିଓରେ ସେୟାର କରିଛନ୍ତି । ମହିଳା କହିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡ୍ ର ମା ତାଙ୍କ ସହିତ ସବୁବେଳେ ଭଲ ବ୍ୟବହାର କରନ୍ତି । କିନ୍ତୁ ଏହି ରାତି ଭିଡିଓ ରେକର୍ଡିଙ୍ଗକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ । ତାଙ୍କର ବିଶ୍ବାସ ହେଉନାହିଁ ଯେ ତାଙ୍କର ଫ୍ୟୁଚର ଶାଶୁ ମା ତାଙ୍କ ମୃତ୍ୟୁ ଚାହୁଁଛନ୍ତି । ସେ ବର୍ତ୍ତମାନ ବୁଝିପାରୁନାହାନ୍ତି ଯେ ଆଗକୁ କଣ୍ କରିବେ । ସେ ଏହି ଘଟଣା ପାଇଁ ବହୁତ୍ ଡରି ଯାଇଛନ୍ତି ।

Leave A Reply

Your email address will not be published.