ଦଶମ ଫେଲ ଅଟୋ ବାଲାର ଗୋରୀ ମାମ ବଦଳାଇ ଦେଲେ ଜୀବନ, ବିବାହ କରି ଜୟପୁରରୁ ପହଞ୍ଚାଇ ଦେଲେ ସୁଇଜରଲ୍ୟାଣ୍ଡ

0

Get real time updates directly on you device, subscribe now.

କୁହାଯାଏ ଯେତେବେଳେ ଭାଗ୍ୟ ବଦଳେ, ସେତେବେଳେ ମଣିଷର ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହାଙ୍କ ପ୍ରେମ କାହାଣୀ ମଧ୍ୟ ଭାଗ୍ୟ ହିଁ ସ୍ଥିର କରିଛି । ଆଜ୍ଞା ହଁ, ଦଶମ ଫେଲ୍ ରଞ୍ଜିତ ସିଂହ ରାଜଙ୍କ ଭାଗ୍ୟ ଏମିତି ବଦଳିଲା ଯେ ସେ ସିଧା ସୁଇଜରଲ୍ୟାଣ୍ଡରେ ପହଁଚିଗଲେ ।

ରଞ୍ଜିତ ସିଂହ ରାଜ ଜୟପୁରର ଗୋଟିଏ ଗରିବ ପରିବାରର ଅଟନ୍ତି, କିନ୍ତୁ ବର୍ତ୍ତମାନ ସେ ଜୟପୁରର ଗଳିରୁ ବାହାରି ବିଦେଶରେ ରହିବାକୁ ଲାଗିଛନ୍ତି । ବାସ୍ତବରେ ରଞ୍ଜିତ ସିଂହ ରାଜ ଙ୍କ ପରିବାରର ଆର୍ଥିକ ପରିସ୍ଥିତି ବହୁତ୍ ଖରାପ୍ ଥିଲା, ଯେଉଁ କାରଣରୁ ସେ ନିଜର ପାଠପଢ଼ା ମଧ୍ୟ ପୁରା କରିପାରି ନଥିଲେ । ସେ କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ।

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ସେ ନିଜ ଜୀବନରେ ବହୁତ୍ କଠିନ ପରିସ୍ଥିତିକୁ ସାମ୍ନା କରିଛନ୍ତି । ତାଙ୍କ ଦେହର ରଙ୍ଗ ମଧ୍ୟ ସାବନା । ତାଙ୍କୁ ଲୋକମାନେ ସବୁବେଳେ ଥଟ୍ଟା କରୁଥିଲେ । ତାଙ୍କୁ ଏଥିପାଇଁ ବହୁତ୍ ରାଗ ମଧ୍ୟ ଲାଗୁଥିଲା ।

ଚଳାଇଲେ ଅଟୋ ରିକ୍ସା :-

ସେ 16 ବର୍ଷ ବୟସରୁ ଜୟପୁରରେ ଅଟୋ ରିକ୍ସା ଚଳାଇବାକୁ ଲାଗିଥିଲେ ଏବଂ ସେ ଅନେକ ବର୍ଷ ପର୍ଯ୍ୟନ୍ତ ଅଟୋ ରିକ୍ସା ଚଳାଇଲେ । 2008 ମସିହାରେ ଯେତେବେଳେ କେତେକ ଅଟୋ ଡ଼୍ରାଇଭର ଇଂଲିଶ, ଫ୍ରେଞ୍ଚ୍, ସ୍ପେନିସ ଭାଷାରେ କଥା କହି ଟୁରିଷ୍ଟଙ୍କୁ ଆକର୍ଷଣ କରୁଥିଲେ, ସେତେବେଳେ ରାଜ ମଧ୍ୟ ଇଂରାଜୀ ଶିଖିବାକୁ ଚେଷ୍ଟା କଲେ ।

ରାଜ ଏହି ସମୟରେ ଗୋଟିଏ ଟୁରିଷ୍ଟ ବିଜନେସ ଆରମ୍ଭ କଲେ, ଯାହା ମାଧ୍ୟମରେ ସେ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ରାଜସ୍ଥାନ ବୁଲାଇବା ଆରମ୍ଭ କଲେ । ଏହି ସମୟରେ ରଞ୍ଜିତଙ୍କର ଜଣେ ବିଦେଶୀ ମହିଳାଙ୍କ ସହିତ ଦେଖା ହେଲା, ଯାହାଙ୍କୁ ସେ ପରବର୍ତ୍ତୀ ସମୟରେ ବିବାହ କଲେ ଏବଂ ଗୋରୀ ମାମ ଦଶମ ଫେଲ ଅଟୋ ରିକ୍ସା ବାଲାଙ୍କ ପୁରା ଜୀବନ ବଦଳାଇ ଦେଲେ ।

ବାସ୍ତବରେ ବିଦେଶୀ ମହିଳା ଫ୍ରାନ୍ସରୁ ଭାରତକୁ ବୁଲିବାକୁ ଆସିଥିଲେ । ରଞ୍ଜିତ ଜଣେ ଗାଇଡ ଭାବରେ ତାଙ୍କୁ ଜୟପୁର ବୁଲାଇଥିଲେ ଏବଂ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଯେତେବେଳେ ବିଦେଶୀ ମହିଳା ଫ୍ରାନ୍ସ ଫେରିଗଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ସ୍କାଇପ ଦ୍ଵାରା କଥା ହେଉଥିଲେ ।

ରାଜ ଫ୍ରାନ୍ସ ଯିବାପାଇଁ ଅନେକ ଥର ଚେଷ୍ଟା କଲେ, କିନ୍ତୁ ତାଙ୍କୁ ଭିଜା ମିଳିଲା ନାହିଁ । ଯେତେବେଳେ ରାଜ ଙ୍କ ପ୍ରେମିକା ପରବର୍ତ୍ତୀ ଥର ଭାରତ ଆସିଲେ, ସେତେବେଳେ ଦୁହେଁ ଫ୍ରେଞ୍ଚ୍ ଏମ୍ବେସି ବାହାରେ ଧାରଣାରେ ବସିଲେ । ଏମ୍ବେଶିର ଅଧିକାରୀମାନେ ଦେଖା କଲେ ଏବଂ ସେମାନଙ୍କୁ 3 ମାସର ଫ୍ରାନ୍ସର ଟୁରିଷ୍ଟ ଭିଜା ମିଳିଗଲା ।

ତାପରେ 2014 ମସିହାରେ ଦୁହେଁ ବିବାହ କଲେ ଏବଂ ବିବାହ ପରେ ରଞ୍ଜିତଙ୍କ ସ୍ତ୍ରୀ ଗୋଟିଏ ପିଲାକୁ ଜନ୍ମ ଦେଲେ । ଯେତେବେଳେ ରଞ୍ଜିତ ଲଙ୍ଗ ଟର୍ମ ଭିଜା ପାଇଁ ଆବେଦନ କଲେ, ସେତେବେଳେ ତାଙ୍କୁ ଫ୍ରେଞ୍ଚ୍ ଶିଖିବାପାଇଁ କୁହାଯାଇଥିଲା । ତାପରେ ସେ ଗୋଟିଏ କ୍ଲାସ କଲେ ଏବଂ ଭାଷା ସିଖିଗଲେ । ବର୍ତ୍ତମାନ ରାଜ ଜିନେବା ରେ ପରିବାର ସହିତ ରହୁଛନ୍ତି ଏବଂ ଏଠାରେ ସେ ଗୋଟିଏ ରେଷ୍ଟୁରାଣ୍ଟରେ କାମ କରୁଛନ୍ତି ।

Leave A Reply

Your email address will not be published.