IPL 2022 Mystery girl: ଆଇପିଏଲର ପ୍ରଥମ ମ୍ୟାଚରୁ ହିଁ ଫେମସ ହେଲେ ଏହି ମିଷ୍ଟ୍ରି ଗାର୍ଲ !

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟାର ଲିଗ ଆରମ୍ଭ ହୋଇଯାଇଛି ଓ ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ କଡ଼ା ଟକର ହୋଇଥିଲା। ଆଇପିଏଲ ଏକ ଏମିତି ଜାଗା ଅଟେ ଯେଉଁଠାରେ କିଛି ସମୟରେ କିଛି ଲୋକ ଫେମସ ହୋଇଯାଆନ୍ତି। ପ୍ରଥମ ମ୍ୟାଚରେ ଏମିତି ହିଁ କିଛି ହୋଇଛି।

ଚେନ୍ନାଇ ସୁପର କିଙ୍ଗସର ଯେତେବେଳେ ବ୍ୟାଟିଂ ଚାଲୁଥିଲା ସେତେବେଳେ ଏହି ସମୟରେ ଟିଭି ସ୍କ୍ରିନରେ ଏକ ଝିଅଟିକୁ ଦେଖା ଯାଇଥିଲା। ଚେନ୍ନାଇର ସ୍କୋର ସେହି ସମୟରେ 52-4 ଥିଲା ଓ ସେବେ ଏହି ଝିଅଟିର ରିଆକ୍ସନ ଭାଇରାଲ ହୋଇଗଲା। ଦେଖୁଦେଖୁ ଟ୍ୱିଟରରେ ବହୁତ ସାରା ମିମ୍ସ ହୋଇସାରିଛି।

ଏତିକି ମଧ୍ୟ ନୁହେଁ ଟ୍ୱିଟର ୟୁଜର୍ସ ଏହାପରେ କ୍ୟାମେରାମ୍ୟାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ। କେତେକ ଲୋକେ ଟ୍ୱିଟ କରି ଲେଖିଥିଲେ, ପ୍ରଥମ ମ୍ୟାଚରୁ ହିଁ କ୍ୟାମେରାମ୍ୟାନ ନିଜର କାମ ଆରମ୍ଭ କରି ଦେଇଛନ୍ତି। ପ୍ରତ୍ୟେକ ବର୍ଷ ଆଇପିଏଲରେ ଏମିତି ହୋଇଥାଏ ଯେଉଁ ସମୟରେ ଫ୍ୟାନ୍ସ ମାନେ ଫେମସ ହୋଇଯାଆନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରି ମାତ୍ର 131 ରନ ବନାଇଥିଲା। କୋଲକାତା ସାମ୍ନାରେ ଚେନ୍ନାଇର 61 ରନରେ 5ଟି ଉଇକେଟ ପଡ଼ି ଯାଇଥିଲା ଯାହାପରେ ମହେନ୍ଦ୍ର ସିଂହ ଧୋନୀ 50 ରନର ଧୂରନ୍ଧର ପାରି ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

Leave A Reply

Your email address will not be published.