କୋର୍ଟକୁ ଆସିଲେ ଭଗବାନ ଶିବ, ଅଫିସର ବ୍ୟସ୍ତ ଥିବାରୁ ମିଳିଲା ଦ୍ବିତୀୟ ତାରିଖ

0

Get real time updates directly on you device, subscribe now.

ଭଗବାନ ଶିବ ଯାହାଙ୍କ ଆସ୍ଥା ହୋଇଥାଆନ୍ତି ସେମାନେ ତାଙ୍କ ମନ୍ଦିର ଯାଇଥାନ୍ତି। ତାଙ୍କର ପୂଜା କରିବା ସହିତ କଷ୍ଟକୁ ମଧ୍ୟ ଦୂର କରିବାକୁ ପ୍ରାର୍ଥନା କରିଥାଆନ୍ତି। ଖାଆସ କରି ଯିଏ ଶିବଭକ୍ତ ହୋଇଥାଆନ୍ତି ତାଙ୍କ ଭିତରେ ଅତୁଟ ଭକ୍ତି ହୋଇଥାଏ। ଶିବ ଭକ୍ତ ନିଜ କଷ୍ଟକୁ ଦୂର କରିବାପାଇଁ ମନ୍ଦିର ଆସିଥାନ୍ତି।

ଯେଉଁଠି ଗୋଟିଏ ପଟରେ ଭୋଳାନାଥ ସମସ୍ତଙ୍କ କଷ୍ଟ ଦୂର କରିଥାଏ। ସେହିପରି ଛତିଶଗଡ଼ରେ ଓଲଟା ଗଙ୍ଗା ବୋହିବାରେ ଲାଗିଛି। ଏଠାରେ ଭୋଳନାଥ ନିଜେ ନ୍ୟାୟ ପାଇବାପାଇଁ କୋର୍ଟ ଚକର କାଟୁଛନ୍ତି। ଶୁଣିବାକୁ ନିଶ୍ଚୟ ରୂପରେ ଅଜବ ଲାଗୁଥିବ କିନ୍ତୁ ମାମଲା ବିଲକୁଲ ସଠିକ ଅଟେ। ଛତିଶଗଡ଼ ରେ ରାଜସ୍ୱ କର୍ମଚାରୀଙ୍କ କାରଣରୁ ଶିବ ଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ପଡ଼ିଲା।

ମାମଲା ଟି ରାୟଗଡର ଅଟେ:-

ମାମଲାଟି ଛତିଶଗଡ଼ର ରାୟପୁରରୁ ସାମ୍ନାକୁ ଆସିଛି। ଏହି ମାମଲା ବର୍ତ୍ତମାନ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ବନି ଯାଇଛି। ମାମଲାଟି ଅବୈଧ କବଜା କାରଣରୁ ଯୋଡ଼ି ହୋଇ ରହିଛି। ଏହି ମାମଲାରେ କୋର୍ଟ କର୍ମଚାରୀ ଭଗବାନ ଶିବଙ୍କୁ ନୋଟିସ ଜାରି କରିଦେଇଛନ୍ତି। ଭଗବାନଙ୍କୁ ସେଠାରେ ଉପସ୍ଥିତ ରହିବାକୁ କୋର୍ଟ କହିଛି।

ରାୟଗଡ଼ର ନଗର ନିଗମ ୱାର୍ଡ 25 ରେ କୌହାକୁଣ୍ଡ କ୍ଷେତ୍ର ରହିଛି। ଏଠାରେ ସରକାରୀ ଜମି ଓ ପୋଖରୀ ଉପରେ କବଜା ପାଇଁ 10 ଲୋକଙ୍କୁ ନୋଟିସ ଜାରି କରାଯାଇଛି। ଏହି ଲୋକେ ଭଗବାନ ଶିବଙ୍କ ନାମରେ ମଧ୍ୟ ନୋଟିସ ଜାରି କରିଛନ୍ତି। ଏହାସହ ତାଙ୍କୁ କୋର୍ଟକୁ ଆସିବାକୁ କୁହାଯାଇଛି।

ନଆସିଲେ ଭଗବାନଙ୍କ ଉପରେ କରାଯିବ କାର୍ଯ୍ୟବାହୀ:-

କୋର୍ଟ ଆଦେଶ ଦେଇଥିଲେ ନୋଟିସ ଯାହାଉପରେ ଜାରି ହୋଇଛି ସେମାନେ ଯଦି କୋର୍ଟ ନଆସିବେ ତାହେଲେ ତାଙ୍କ ଉପରେ କାର୍ଯ୍ୟବାହୀ କରାଯିବ। ନୋଟିସ ରେ ବେଦଖଲକାର୍ଯ୍ୟବାହୀ ଠାରୁ ଆରମ୍ଭ କରି 10 ହଜାର ଟଙ୍କାର ଜରିମାନା ଲାଗିବା ଉପରେ ମଧ୍ୟ କୁହାଯାଇଛି। ଏଥିପାଇଁ ଭଗବାନ ଶିବଙ୍କୁ ନିଜର ଉପସ୍ଥିତି ପାଇଁ କୋର୍ଟ ଆସିବାକୁ ପଡ଼ିଲା।

ଶିବଙ୍କୁ ଅନ୍ୟ ଲୋକମାନେ କୋର୍ଟ ରେ ହାଜର କରିଥିଲେ କିନ୍ତୁ କୋର୍ଟରେ ସମସ୍ତେ ପହଞ୍ଚିବା ପରେ କାହାରିକୁ ନ୍ୟାୟ ଦିଆଯାଇ ନଥିଲା କାରଣ କୋର୍ଟରେ ଅଫିସର କର୍ମଚାରୀ କୌଣସି କାମରେ ବ୍ୟସ୍ତ ଥିବାରୁ ସମସ୍ତଙ୍କୁ ଅନ୍ୟ ତାରିଖ ଦିଆଯାଇଥିଲା ଓ ସମସ୍ତେ ଘରକୁ ଫେରିଥିଲେ।

ଶିବଲିଙ୍ଗ ନେଇ କୋର୍ଟ ପହଞ୍ଚିଗଲେ:-

ଭଗବାନ ଶିବଙ୍କ ନାମରେ ନୋଟିସ ଜାରି ହେବାପରେ ସମସ୍ୟା ଏହାଥିଲା କି, କେମିତି ତାଙ୍କୁ କୋର୍ଟ ପହଞ୍ଚାଇ ଦିଆଯିବ। ଏମିତିରେ ୱାର୍ଡର ପାର୍ଷଦ ସପନା ସମେତ କିଛିଲୋକେ ଭୋଳାନାଥଙ୍କ ଶିବଲିଙ୍ଗ ନେଇ କୋର୍ଟ ପହଞ୍ଚି ଥିଲେ। ଜଣାଇଦେଉଛୁ କି, ନୋଟିସରେ 6 ନମ୍ବର ସ୍ଥାନରେ ଭଗବାନ ଶିବଙ୍କ ନାମ ଲେଖାଥିଲା।। ଏହିପରି ଭାବରେ ଏହାର ଚର୍ଚ୍ଚା ହୋଇଥିଲା।

ସବୁଠାରୁ ହଇରାଣ କରିବାଭଳି କଥା ଏହା ଅଟେ କି, ଏଥିରେ ମନ୍ଦିର ପ୍ରବନ୍ଧନ, ପୂଜାରୀ କିମ୍ବା କୌଣସି ଅନ୍ୟକୁ ନୋଟିସ ନକରାଯାଇ ସିଧା ଶିବ ମନ୍ଦିରକୁ ନୋଟିସ କରାଯାଇଥିଲା। ଏହି କାରଣରୁ ଲୋକଙ୍କୁ ଶିବଲିଙ୍ଗ ନେଇ କୋର୍ଟ ଆସିବାକୁ ପଡ଼ିଥିଲା। ଏହାପରେ ଦ୍ଵିତୀୟ ପଟରେ ତହସିଲଦାର ଚାମ୍ବର ବାହାରେ ନୋଟିସରେ ଆଗାମୀ ତାରିଖ ଲେଖିଦେଲେ। ଏବେ ସମସ୍ତଙ୍କୁ ପୁଣିଥରେ ଏପ୍ରିଲ 13 ତାରିଖରେ କୋର୍ଟ ଆସିବାକୁ ହେବ।

Leave A Reply

Your email address will not be published.