Covid-19 4th wave : ପିଲାମାନଙ୍କୁ ଡେଲ୍ଟାକ୍ରନ ଠାରୁ ବଞ୍ଚାଇବା ପାଇଁ କରନ୍ତୁ ଏହି କାମ,ନହେଲେ ….

0

Get real time updates directly on you device, subscribe now.

ଭାରତରେ କରୋନା ଭାଇରସର ନୂତନ ଭାରିଆଣ୍ଟ ଡେଲ୍ଟାକ୍ରନର ଏଣ୍ଟ୍ରି ହୋଇଛି ବୋଲି କୁହାଯାଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ମହାରାଷ୍ଟ୍ର ସହିତ ଅନେକ ରାଜ୍ୟରେ ଡେଲ୍ଟାକ୍ରନର ଆଶଙ୍କିତ ମାମଲାର ଯାଞ୍ଚ ଚାଲିଛି । ଆପଣଙ୍କୁ କହିରଖୁଛି ଯେ ଡେଲ୍ଟାକ୍ରନକୁ ଓମିକ୍ରନ ଏବଂ ଡେଲ୍ଟା ଭାରିଆଣ୍ଟର ହାଇବ୍ରିଡ ଭର୍ସନ ବୋଲି କୁହାଯାଉଛି । ସେଥିରୁ ପିଲାମାନଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ଟୀକାକରଣ କରାଇ ନିଅନ୍ତୁ ।

Covid Vaccination for Kids: 12-14 ବର୍ଷର ପିଲା କିପରି କରାଇବେ କୋଭିଡ ଟୀକାକରଣ ?

ଭାରତ ସରକାର 12 ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତର ପିଲାମାନଙ୍କ ପାଇଁ Corbevax ଟୀକାକୁ ଅନୁମତି ଦେଇଛନ୍ତି । ଯାହାର ଦୁଇଟି ଟୀକା 28 ଦିନର ଅନ୍ତର ଭିତରେ ଦିଆଯିବ । ଟୀକା ନେବାପାଇଁ ପିଲାଙ୍କ ବୟସ ଅତି କମରେ 12 ବର୍ଷ ହୋଇଥିବା ଆବଶ୍ୟକ । 14 ବର୍ଷରୁ ଅଧିକ ବୟସର ପିଲାଙ୍କୁ କୋଭାକ୍ସିନ ଦିଆଯାଉଛି । ପିଲାମାନଙ୍କୁ ଏହି ଦୁଇଟି ଟୀକା ମଧ୍ୟରୁ ଗୋଟିଏ ଟୀକା ନେବାପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତୁ ଜାଣିବା ପିଲାମାନଙ୍କୁ କରୋନା ଭାଇରସ ଠାରୁ ବଞ୍ଚାଇବା ପାଇଁ ଟୀକା କିପରି ଲଗାଯାଇପାରିବ ।

1. ସର୍ବପ୍ରଥମେ CoWin ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

2. ପିଲାମାନଙ୍କ ଟୀକାକରଣ ପାଇଁ ରେଜିଷ୍ଟର କରିବାପାଇଁ ଗୋଟିଏ ମୋବାଇଲ ନମ୍ବର ଦ୍ଵାରା ସାଇନ୍- ଇନ୍ କରିବାକୁ ପଡ଼ିବ ।

3. ଏହାପରେ ଆପଣଙ୍କ ନମ୍ୱରରେ ଓଟିପି ଆସିବ, ଯାହାକୁ ପୋର୍ଟାଲରେ ଦେବାକୁ ପଡ଼ିବ ।

4. ଯଦି ଆପଣଙ୍କ ନମ୍ବର ପୂର୍ବରୁ ରେଜିଷ୍ଟର ହୋଇଛି, ତେବେ ଆପଣ ସେଥିରେ ଗୋଟିଏ ମେମ୍ବରକୁ ଆଡ କରିପାରିବେ । କିନ୍ତୁ ଏହା ସେତେବେଳେ ହେବ, ଯଦି ଆପଣ ସେହି ନମ୍ବରରେ 4ଜଣରୁ କମ୍ ଲୋକଙ୍କ ପାଇଁ ବୁକ୍ କରିଥିବେ । ନଚେତ୍ ଆପଣଙ୍କୁ ନୂଆଁ ନମ୍ବରରେ ରେଜିଷ୍ଟର କରିବାକୁ ପଡ଼ିବ ।

5. ବର୍ତ୍ତମାନ ନୂତନ ମେମ୍ବର ପାଇଁ ” Add member” ବିକଳ୍ପ ବାଛି ପିଲାର ଆଧାର କାର୍ଡ ନମ୍ବର କିମ୍ବା ଦଶମ କ୍ଲାସର ଆଇଡି କାର୍ଡ ଅପଲୋଡ଼ କରନ୍ତୁ ।

6. ବର୍ତ୍ତମାନ ପାଖରେ ଥିବା ଭେକ୍ସିନେଶନ ସେଣ୍ଟର୍ ଉପରେ ସ୍ଲଟ ବୁକ୍ କରନ୍ତୁ ।

Deltacron Symptoms: କଣ୍ ରହିଛି ଡେଲ୍ଟାକ୍ରନର ଲକ୍ଷଣ ?

ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ କରୋନାର ପୁରୁଣା ଲକ୍ଷଣକୁ ନେଇ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ସେଥିମଧ୍ୟରୁ ଯେକୌଣସି ଲକ୍ଷଣ ଦେଖାଗଲେ ଆରଟିପିସିଆର ଟେଷ୍ଟ କରାଇ ନିଅନ୍ତୁ । ଯେପରିକି :

– ଗଳା ଯନ୍ତ୍ରଣା

– ଜ୍ଵର ହେବା

– ମୁଣ୍ଡବ୍ୟଥା

– ଶୁଙ୍ଘିବା ଏବଂ ସ୍ଵାଦ କ୍ଷମତା କମିଯିବା

– ବାନ୍ତି ହେବା

– ନିଶ୍ବାସ ନେବାରେ ଅସୁବିଧ

– ଥକା ଲାଗିବା

– ଡାଇରିଆ ।

Leave A Reply

Your email address will not be published.