ଗର୍ଲପ୍ରେଣ୍ଡ ଲଗେଇଲେ ଫାଶୀ,ଖବର ମିଳବା ମାତ୍ରେ ହିଁ ବିଲିଡିଙ୍ଗରୁ ଡେଇଁ ପଡିଲେ ବଏପ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିହାରରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଗୁରୁବାର ଦିନ ଜୟପୁରରେ ଏକ ଯନ୍ତ୍ରଣାଦାୟକ ଭାବେ ସମାପ୍ତ ହୋଇଥିଲା | ପ୍ରେମୀ ଯୁଗଳ ପରସ୍ପରଙ୍କୁ ପିଲାଦିନରୁ ଜାଣିଥିଲେ, ଦୁହେଁ ପରସ୍ପରଙ୍କୁ ସ୍କୁଲ ସମୟରୁ ଭଲ ପାଉଥିଲେ | ସେ ଦୁଇ ଜଣ ହିଁ ସେମାନଙ୍କର ଜୀବନକୁ ଶେଷ କରିଦେଲେ | ପ୍ରଥମେ ଝିଅଟି ନିଜ ଘରେ ଫାଶୀ ଲଗେଇଦେଲା | ସେହି ଖବର ଆସିବା ମାତ୍ରେ ହିଁ ପୁଅ ମଧ୍ୟ ବିଲଡିଂରୁ ଡେଇଁପଡିିଲା |

ଦୁହିଁଙ୍କର ହିଁ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଗଲା | ଉଭୟଙ୍କ ପରିବାର ମଧ୍ୟରୁ କେଉଁ ବି ପରିବାର ବୁଝି ହିଁ ପାରୁନାହାନ୍ତି କି କାହିଁକ ଏହି ଦୁଇଜଣ ଏପରି ରାସ୍ତା କାହିଁକି ବାଛିଲେ |
ସେମାନଙ୍କର ପରିବାର ଲୋକଙ୍କୁ ବିଶ୍ୱାସ ହେଉନାହଁ ଯେ ଏହି ଦୁହେଁ ଏବେ ତାଙ୍କ ସହ ନାହାଁନ୍ତି | ଏମିତି କଣ କାରଣ ରହିଲା ଯେ ଦୁହେଁ ନିଜ ନିଜ ଜୀବନକୁ ଶେଷ କରିଦେଲେ, ଚାଲନ୍ତୁ ଆମେ ଆପଣଙ୍କୁ ଜଣେଇବୁ |

ସ୍କୁଲରୁ ଚାଲିଥିଲା ଅଫେୟାର :-

ଏହି କାହାଣୀ ବିହାରରୁ ଆରମ୍ଭ ହୋଇଥିଲା | ମୁଜାଫରପୁରର ବିବେକ (26) ଏବଂ ଅଞ୍ଜଳି (23) ସେମାନଙ୍କ ପରିଚୟ ସ୍କୁଲ ଦିନରୁ ହିଁ ଥିଲା | ଉଭୟଙ୍କ ଅଫେୟାର ସ୍କୁଲ ସମୟରୁ ହିଁ ଚାଲିଥିଲା ​​| ଉଭୟ ଏକାଠି ବାଞ୍ଜିବା ଏବଂ ଏକାଠି ମରିବାକୁ ରାଣ ମଧ୍ୟ ନେଇଥିଲେ | ଯଦିଓ ଏହା ପରେ ଦୁହେଁ ନିଜ ନିଜ କ୍ୟାରିଅର୍ ବନେଇବା ପାଇଁ ଲାଗିପଡିଲେ ଯାହା ଜରୁରୀ ମଧ୍ୟ ଥିଲା |

ଅଞ୍ଜଳି CA ହେବାକୁ ଚାହୁଁଥିଲେ ତେଣୁ ସେ CA ପାଇଁ ପ୍ରସ୍ତୁତି ଆରମ୍ଭ କଲେ | ସେହିଠାରେ ବିବେକ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ | ଏହି କାରଣରୁ ସେ ରାଜସ୍ଥାନର ଜୟପୁରକୁ ଆସିଯାଇଥିଲେ | ଏଠାରୁ ସେ ତାଙ୍କର ଇଞ୍ଜିନିୟରିଂ ପାଠପଢା ସମାପ୍ତ ମଧ୍ୟ କରିଦେଇଥିଲେ | ବିବେକ ଆସନ୍ତା ମାସରେ ବିହାର କୁ ଫେରୁଥିଲେ ଯେଉଁଠାରେ ତାଙ୍କ ଭେଟ ଅଞ୍ଜଳି ସହ ହେବାର ଥିଲା |

ଏହି କରଣରୁ କରିନେଲେ ଆତ୍ମହତ୍ୟା :-

ଅଞ୍ଜଳି ଏବଂ ବିବେକଙ୍କର ମିଳନ ହେବା ପୂର୍ବରୁ ଉଭୟ ଆତ୍ମହତ୍ୟା କରିଦେଲେ | ପ୍ରକୃତରେ ବିବେକଙ୍କର ଏକ କମ୍ପାନୀରେ ଚାକିରି ମଧ୍ୟ ହୋଇଯାଇଥିଲା ଏବଂ ତାଙ୍କର ନୋଏଡା ମଧ୍ୟ ଯିବାର ଥିଲା | ଏହାପୂର୍ବରୁ ତାଙ୍କୁ ବିହାରକୁ ଆସିବାର ଥିଲା | ଅଞ୍ଜଳି ଏବଂ ବିବେକ ମିଳନ ତ ହୋଇପାରିଲା ନାହିଁ କିନ୍ତୁ ଫୋନରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା |

ବୁଧବାର ଦିନ ରାତିରେ ଅଞ୍ଜଳି ଏବଂ ବିବେକଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା | ଏହି ସମୟରେ କିଛି କଥାଲୁ ନେଇ ଝଗଡା ହୋଇଗଲା | ଏହି ଦୁହିଁଙ୍କ ଭିତରେ ହୋଇଥିବା ଝଗଡା କୁ ସେ ଦୁହିଁଙ୍କର ଜଣେ କମନ୍ ସାଙ୍ଗ ସମାଧାନ କରିବାକୁ ଚେଷ୍ଟା କରୁଥିଲେ, ଏହି ସମୟରେ ଅଞ୍ଜଳି ନିଜ ରୁମ୍ ରେ ଯାଇ ଫାଶୀ ଲଗେଇ ଦେଲେ | ପ୍ରେମିକାଙ୍କ ମୃତ୍ୟୁର ଖବର ପରଦିନ ଯେତେବେଳେ ବିବେକଙ୍କୁ ଜଣା ପଡିଲା ସେତେବେଳେ ସେ ନିରାଶ ହୋଇ ନିଜେ ମଧ୍ୟ ବିଲଡିଂରୁ ଡେଇଁ ନିଜ ଜୀବନକୁ ଶେଷ କରିଦେଲେ |

ଶେଷରେ ଫୋନ କଲ୍ ର ତଲାସ୍:-

ପୋଲିସର ସୂଚନାନୁସାରେ ଅଞ୍ଜଳିଙ୍କ ପରବାରଙ୍କୁ ଜଣା ହିଁ ନଥିଲା ତାଙ୍କ ଝିଅ ଆତ୍ମହତ୍ୟା କରିଦେଇଛି | ପରିବାର ଲୋକ କହିଛନ୍ତି ଯେ ଅଞ୍ଜଳି ରାତିରେ ଖାଇବା ଖାଇକି ନିଜ ରୁମ୍ କୁ ଚାଲିଯାଇଥିଲା | ଏହା ପରେ ସେ କେତେବେଳେ ଏହି କାମ କରିଦେଲେ, କାହାକୁ ଜଣା ହିଁ ପଡିଲାନି | ସେହିଠାରେ ତାଙ୍କ କାନରେ ହେଡ଼ଫୋନ ଲଗା ହୋଇଥିଲା ଆଉ ତାଙ୍କ ବହି ସବୁ ଏପଟେ ସେପଟେ ପଡିଥିଲା |

ପୋଲିସର ଆକଳନ ଅନୁଯାୟୀ ସେ ପ୍ରାୟ 1 କିମ୍ବା 2 ଟା ପାଖା-ପାଖି ଫାଶୀ ଲଗେଇଥିଲେ | ଯଦିଓ ପୋଲିସ ସୂଚନାନୁସାରେ, ସେ ତାଙ୍କ ଫୋନକୁ ବାରମ୍ବାର ଏକ ନମ୍ବରରୁ କଲ ଆସୁଥିଲା | ପୋଲିସ ଏହାର ଯାଞ୍ଜ କରୁଛି କିଏ ତାଙ୍କୁ ଫୋନେ କରୁଥିଲା | ଏହାପରେ ସବୁ ଘଟଣା ସମାଧାନ ହୋଇଯିବ | ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତରେ ଜଡିତ ଅଛି |

Leave A Reply

Your email address will not be published.