ଗୋଟିଏ ଚାପୁଡା କରାଇଲା ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ, ମହିଳାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବ୍ରିଟେନର ମ୍ୟାନଚେଷ୍ଟର ଏୟାରପୋର୍ଟରୁ ଉଡ଼ିଥିବା ଗୋଟିଏ ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ଏତେ ହଙ୍ଗାମା କଲେ ଯେ ବିମାନକୁ ଅଷ୍ଟ୍ରିଆର ରାଜଧାନୀ ବୀୟନାରେ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରିବାକୁ ପଡିଲା ।

ସହଯୋଗୀଙ୍କୁ ମାରିଲେ ଚାପୁଡ଼ା :-

Daily Star ର ଖବର ଅନୁଯାୟୀ, Jet2 ବିମାନରେ ମହିଳା ଅନ୍ୟ ଯାତ୍ରୀଙ୍କୁ ଚାପୁଡ଼ା ମାରି ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଇଲେ । ସେ ଜଣେ ସାଥୀ ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ । ଏହାସହିତ ଜଣେ ଏୟାର- ହୋଷ୍ଟେସ ଉପରେ ବହୁତ୍ ଖରାପ ଭାବେ ପାଟି କଲେ । ଏହି କାରଣରୁ ଏହି ମହିଳା ଯାତ୍ରୀଙ୍କ ଉପରେ ଭାରି ଜୋରିମାନା ଲଗାଯାଇଛି ଏବଂ ସାରାଜୀବନ ପାଇଁ ତାଙ୍କୁ ଉଡାଜାହାଜରେ ଯାତ୍ରା କରିବାରୁ ପ୍ରତିବନ୍ଧିତ କରାଯାଇଛି ।

5 ଲକ୍ଷ ଟଙ୍କାର ଜୋରିମାନା :-

ଯେଟ 2ର ଜଣେ କର୍ମଚାରୀ କହିଛନ୍ତି ଯେ କ୍ୟାଥରିନ ବୁସ ‘ ଆକ୍ରମଣ, ଅପମାନଜନକ ଏବଂ ଖତରନାକ ବ୍ୟବହାର ‘ କରିଛନ୍ତି । ଭାଇରାଲ ଫୁଟେଜରେ ଉଗ୍ର ମହିଳାଙ୍କୁ ମ୍ୟାନଚେଷ୍ଟର ଏୟାରପୋର୍ଟ ସହିତ ଅନ୍ତାଲ୍ୟା, ତୁର୍କୀ ପାଇଁ ଉଡୁଥିବା ଦେଖାଯାଇପାରେ । ବର୍ତ୍ତମାନ ତା ଉପରେ ହିଂସକ ଆକ୍ରମଣ ପାଇଁ 5 ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି ।

ବିମାନକୁ ବଦଳାଇବାକୁ ପଡ଼ିଥିଲା ରାସ୍ତା :-

ୱେଷ୍ଟ ୟାର୍କସାୟରର ବୁଷକୁ ଗୋଟିଏ ଉଡାଜାହାଜର ଯାତ୍ରା ସମୟରେ ଚିତ୍କାର କରୁଥିବାର ଭିଡିଓ କରାଯାଇଥିଲା । ଏହି କାରଣରୁ ଉଡାଣର ଦୁଇ ଘଣ୍ଟା ପରେ ହିଁ ବିମାନକୁ ବୀୟନା ଆଡ଼କୁ ନିଜର ରାସ୍ତା ବଦଳାଇବାକୁ ପଡ଼ିଲା । କ୍ରୋଧିତ ମହିଳାଙ୍କ ଏହି ବ୍ୟବହାର କାରଣରୁ ବିମାନରେ ବସିଥିବା ଯାତ୍ରୀଙ୍କୁ ଏକ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା ।

Leave A Reply

Your email address will not be published.