ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ସ୍ତ୍ରୀ ମଧ୍ୟ ଆତ୍ମନିର୍ଭରଶୀଳ ହୁଅନ୍ତୁ, ଯେପରିକି ଆପଣଙ୍କ ଅନୁପସ୍ଥିତିରେ ଘରକୁ ଗୋଟିଏ ରେଗୁଲାର ଇନକମ ଆସୁ ଏବଂ ଭବିଷ୍ୟତରେ ଆପଣଙ୍କ ସ୍ତ୍ରୀ ପଇସା ପାଇଁ କାହା ଉପରେ ନିର୍ଭର ନ କରନ୍ତୁ, ତେବେ ଆପଣ ଆଜି ହିଁ ତାଙ୍କ ପାଇଁ ରେଗୁଲାର ଇନକମର ବ୍ୟବସ୍ଥା କରିପାରିବେ । ଏଥିପାଇଁ ଆପଣଙ୍କୁ National Pension Scheme ରେ ବିନିଯୋଗ କରିବା ଉଚିତ୍ ।
ସ୍ତ୍ରୀ ନାଁରେ ଖୋଲନ୍ତୁ ନ୍ୟୁ ପେନସନ ସିଷ୍ଟମ ଖାତା :-
ଆପଣ ନିଜ ସ୍ତ୍ରୀ ନାମରେ ନ୍ୟୁ ପେନସନ ସିଷ୍ଟମ(NPS) ଆକାଉଣ୍ଟ ଖୋଲିପାରିବେ । NPS ଆକାଉଣ୍ଟ ଆପଣଙ୍କ ସ୍ତ୍ରୀକୁ 60 ବର୍ଷ ବୟସ ପୁରା ହେବାପରେ ସବୁ ରକମ ଦେବ । ଏହାସହିତ ପ୍ରତିମାସରେ ତାଙ୍କର ପେନସନ ଭାବରେ ରେଗୁଲାର ଇନକମ ମଧ୍ୟ ହେବ । କେବଳ ଏତିକି ନୁହେଁ, NPS ଆକାଉଣ୍ଟ ସହିତ ଆପଣ ଏହା ମଧ୍ୟ ସ୍ଥିର କରିପାରିବେ ଯେ ଆପଣଙ୍କ ସ୍ତ୍ରୀକୁ ପ୍ରତିମାସରେ କେତେ ପେନସନ ମିଳିବ ।
ବିନିଯୋଗ କରିବା ବହୁତ୍ ସହଜ :-
ଆପଣ NPS ଆକାଉଣ୍ଟରେ ନିଜ ସୁବିଧା ଅନୁଯାୟୀ ପ୍ରତି ମାସରେ କିମ୍ବା ବାର୍ଷିକ ପଇସା ଜମା କରିପାରିବେ । ଆପଣ କେବଳ 1000 ଟଙ୍କାରୁ ମଧ୍ୟ ସ୍ତ୍ରୀ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ । 60 ବର୍ଷ ବୟସରେ NPS ଆକାଉଣ୍ଟ ମ୍ୟାଚ୍ୟୋର ହୋଇଯାଏ । ନୂତନ ନିୟମ ଅନୁଯାୟୀ ଆପଣ ନିଜ ସ୍ତ୍ରୀର ଖାତାକୁ 65 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଚଲାଇପାରିବେ ।
45 ହଜାର ଟଙ୍କାର ମାସିକ ଇନକମ :-
ଉଦାହରଣରୁ ବୁଝିନିଅନ୍ତୁ : ଯଦି ଆପଣଙ୍କ ସ୍ତ୍ରୀ ବୟସ 30 ବର୍ଷ ଏବଂ ଆପଣ ତାଙ୍କର NPS ଆକାଉଣ୍ଟରେ ପ୍ରତିମାସରେ 5 ହଜାର ଟଙ୍କାର ବିନିଯୋଗ କରନ୍ତି, ତେବେ ତାଙ୍କୁ ବିନିଯୋଗ ଉପରେ ବାର୍ଷିକ 10 ପ୍ରତିଶତ ରିଟର୍ନ ମିଳିଥାଏ ଏବଂ 60 ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ 1.12କୋଟି ଟଙ୍କା ହୋଇଯିବ ।
ତାଙ୍କୁ ଏଥିରୁ ପ୍ରାୟ 45 ଲକ୍ଷ ଟଙ୍କା ମିଳିଯିବ । ଏହାବ୍ୟତୀତ ତାଙ୍କୁ ପ୍ରତିମାସରେ 45,000 ଟଙ୍କାର ପେନସନ ମଧ୍ୟ ମିଳିବ । ବିଶେଷ କଥା ଏହା ଯେ ତାଙ୍କୁ ସାରା ଜୀବନ ଏମିତି ପେନସନ ମିଳିବ ।