ଫ୍ଲିପକାର୍ଟର ଦମଦାର ଡିସକାଉଣ୍ଟ ! ମାତ୍ର ୭୪ ଟଙ୍କାରେ କିଣିପାରିବେ ସାମସଙ୍ଗର ଏହି ସ୍ମାର୍ଟଫୋନ !

0

Get real time updates directly on you device, subscribe now.

ବର୍ତ୍ତମାନ ଫ୍ଲିପକାର୍ଟରେ ମୋବାଇଲ୍ସ ବୋନାନଞ୍ଜା ସେଲ ଚାଲିଛି। ଯେଉଁଥିରେ ସ୍ମାର୍ଟଫୋନ ଉପରେ ଡ଼ିସକାଉଣ୍ଟ ଦିଆଯାଇଛି। ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି। ଏହି ସେଲରେ ସାମସଙ୍ଗ ଫୋନ ଗୁଡିକ ବହୁତ ଶସ୍ତାରେ ଆପଣ କିଣିପାରିବେ। ସାମସଙ୍ଗ ଗାଲାକ୍ସି F12 ବହୁତ କମ୍ ମୂଲ୍ୟରେ ମଧ୍ୟ ଆପଣ କିଣିପାରିବେ। ଅଫର୍ସର ଲାଭ ଉଠାଇ ଫୋନକୁ ୭୪ ଟଙ୍କାରେ ଗ୍ରାହକ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାମସଙ୍ଗ ଗାଲାକ୍ସି F12 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ଲଞ୍ଚ ମୂଲ୍ୟ ୧୨,୪୯୯ ଟଙ୍କା, କିନ୍ତୁ ଫୋନ ଫ୍ଲିପକାର୍ଟରେ ୯୪୯୯ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ଫୋନରେ ୩୫୦୦ ଟଙ୍କା ଡ଼ିସକାଉଣ୍ଟ ଦିଆଯାଉଛି। ଏହା ବ୍ୟତୀତ ଅନେକ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ପରେ ଫୋନର ଦାମ ମଧ୍ୟ ବହୁତ କମ୍ ହୋଇଯାଉଛି।

ଯଦି ଆପଣ ଫୋନକୁ କିଣିବା ପାଇଁ ଆକ୍ସିସ୍ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ସହିତ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ୪୭୫ ଟଙ୍କା ଡ଼ିସକାଉଣ୍ଟ ମିଳିବ, ଅର୍ଥାତ୍ ଫୋନର ମୂଲ୍ୟ ୯୦୨୪ ଟଙ୍କା ମିଳିଯିବ। ଏହା ପରେ ଏକ୍ସଚେଞ୍ଜ ଅଫର ମଧ୍ୟ ଅଛି।

ସାମସଙ୍ଗ ଗାଲାକ୍ସି F12 ରେ ୮୯୫୦ ଟଙ୍କା ଏକ୍ସଚେଞ୍ଜ ଅଫର ଅଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଏତିକି ଟଙ୍କାର ଅଫ୍ ମିଳିଯିବ। ୮୯୫୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ସେତେବେଳେ ମିଳିବ ଯଦି ଫୋନର କଣ୍ଡିସନ ସମ୍ପୂର୍ଣ ରୂପରେ ଭଲ ଥିବ ଏବଂ ମଡେଲ ଲାଟେଷ୍ଟ ହୋଇଥିବ। ସମ୍ପୂର୍ଣ୍ଣ ଅଫ ମିଳିସାରିବା ପରେ ଫୋନର ଦାମ ୭୪ ଟଙ୍କା ହୋଇଯିବ। ଅର୍ଥାତ ୧୨,୪୯୯ ଟଙ୍କାର ଫୋନ ଆପଣ ମାତ୍ର ୭୪ ଟଙ୍କାରେ କିଣିପାରିବେ।

Leave A Reply

Your email address will not be published.