SBI ର ନୂଆ ସ୍କିମ : ୩୪୨ ଟଙ୍କା ଜମା କରି ୪ ଲକ୍ଷ ଟଙ୍କାର ଫାଇଦା ଉଠାନ୍ତୁ !

0

Get real time updates directly on you device, subscribe now.

ଏସବିଆଇ ଗ୍ରାହକମାନଙ୍କ ପାଇଁ ଏକ ଜରୁରୀ ଖବର। ଦେଶର ସବୁଠାରୁ ବଡ଼ ସାର୍ବଜନିକ ବ୍ୟାଙ୍କକୁ ନେଇ ପୁଣି ଏକ ବଡ଼ ଅପଡେଟ ଆସିଲା। ଏଥିରେ ଗ୍ରାହକମାନଙ୍କୁ ଲାଭ ଦେବା ପାଇଁ ବ୍ୟାଙ୍କ ବଡ଼ ଅଫର ଦେଉଛି।

କୋଭିଡ଼-୧୯ ପରେ ଲୋକମାନେ ବୀମା ଉପରେ ଅଧିକ ଫୋକସ କରୁଛନ୍ତି। ସରକାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କମ୍ପାନୀ ଲୋକମାନଙ୍କ ପାଇଁ ବଢ଼ିଆ ଅଫର ମଧ୍ୟ ଆଣୁଛନ୍ତି। ଏହିକ୍ରମରେ ଦେଶର ସାର୍ବଜନିକ କ୍ଷେତ୍ରର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ କମ ଟଙ୍କାରେ ଇନସୁରାନ୍ସର ସୁବିଧା ମଧ୍ୟ ଦେଉଛି। ସରକାର ଦେଉଛନ୍ତି କମ ଟଙ୍କାରେ ଇନସୁରାନ୍ସ ସୁବିଧା। ସରକାରଙ୍କର ଏହି ସ୍କିମ, ପ୍ରାଧନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଗ୍ରାହକମାନଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଛି।

ସବୁଠୁ ବଡ଼ କଥା ହେଉଛିକି ଏଥିପାଇଁ ଗ୍ରାହକଙ୍କୁ ମାତ୍ର ଅଳ୍ପ ଟଙ୍କା ଦେବାକୁ ହେବ। ଅର୍ଥାତ ମାତ୍ର ୩୪୨ ଟଙ୍କାରେ ଗ୍ରାହକମାନେ ଏବେ ମୋଟ ୪ ଲକ୍ଷ ଟଙ୍କାର ଲାଭ ଉଠାଇପାରିବେ। ଦେଶର ସବୁଠାରୁ ବଡ଼ ସାର୍ବଜନିକ ବ୍ୟାଙ୍କ ଏସବିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏହି ସ୍କିମ ସମ୍ପର୍କରେ ସୂଚନା ଦେଇଛି। ତେବେ ଏଥିରେ ସେ ବୀମା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଆପଣ ୩୪୨ ଟଙ୍କା ନିବେଶ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରିବେ। ଏହା ସହିତ ଅଟୋ ଡେବିଟ ସୁବିଧା ଦ୍ୱାରା ଖାତାଧାରକଙ୍କ ଠାରୁ ପ୍ରିମିୟମରେ ମାଇନସ କରାଯିବ। ବ୍ୟକ୍ତି କେବଳ ନିଜର ସେଭିଂ ଖାତା ମାଧ୍ୟମରେ ଏହି ଯୋଜନାରେ ସାମିଲ ହେବେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯୋଜନା ଅନୁସାରେ ଦୁର୍ଘଟଣାରେ ବୀମା ଧାରକଙ୍କର ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେଲେ ଆପଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ। ଯଦି ଶରୀରର କିଛି ଅଂଶ ବିକଳାଙ୍ଗ ହୋଇଛି ତେବେ ଆପଣଙ୍କୁ ଲକ୍ଷେ ଟଙ୍କା ଦିଆଯିବ। ୧୮ ରୁ ୭୦ ବର୍ଷ ମଧ୍ୟରେ ଏହି ସମସ୍ତ ବ୍ୟକ୍ତି ଏହାର ଲାଭ ଉଠାଇପାରିବେ।

ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା ଧାରକଙ୍କର ମୃତ୍ୟୁ ହେଲେ ନୋମିନିକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିବ। ୧୮ ରୁ ୫୦ ବର୍ଷ ମଧ୍ୟରେ ଲୋକମାନେ ଏହି ସ୍କିମର ଲାଭ ଉଠାଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ ୩୩୦ ଟଙ୍କାର ବାର୍ଷିକ ପ୍ରିମିୟମ ଦେବା ପାଇଁ ପଡିବ। ଜାଣି ରଖନ୍ତୁକି ଏହି ଦୁଇଟି ହେଉଛି ଟର୍ମ ଇନସୁରାନ୍ସ ପଲିସି ଅଟେ।

ଏହା ବାର୍ଷିକ ଆକାରରେ ହୋଇଥାଏ। ଅର୍ଥାତ ଇନସୁରାନ୍ସ କଭର ୧ ଜୁନରୁ ଆରମ୍ଭ ହୋଇ ୩୧ ମେ ପର୍ଯ୍ୟନ୍ତ ରହିଥାଏ। ଏଥିପାଇଁ ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଥିବା ଜରୁରୀ। ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଗଲେ କିମ୍ବା ପ୍ରିମିୟମ କଟିବାର ସମୟ ଆସିଗଲେ ଖାତାରେ ପର୍ଯ୍ୟାପ୍ତ ପରିମାଣର ରାଶି ନଥିଲେ ବୀମା ମଧ୍ୟ ରଦ୍ଧ ହୋଇଯିବ। ତେଣୁ ଏଥିପାଇଁ ପ୍ରଥମେ ସବୁକିଛିକୁ ତଦାରଖ କରି ନିଅନ୍ତୁ।

Leave A Reply

Your email address will not be published.