ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ଦେଲା ୮୧,୧୬୫ଟି ସ୍ମାର୍ଟଫୋନ୍‌ | ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା !

0

Get real time updates directly on you device, subscribe now.

କିଛି ଦିନ ପୂର୍ବରୁ ଅଙ୍ଗନାୱାଡି କର୍ମୀଙ୍କୁ ମୋବାଇଲ୍ ଫୋନ୍ ପ୍ରଦାନ କରାଯିବା ନେଇ ଯୋଜନା ହୋଇଥିଲା । ରାଜ୍ୟରେ ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପାଖରେ ଏବେ ରହିବ ନିଜର ମୋବାଇଲ ଫୋନ୍‌ । ଏନେଇ ଘୋଷଣା କରିଥିଲେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ । ସୂଚନା ଅନୁଯାୟୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କିଭଳି ଚାଲିଛି, ସେ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଫଟୋ ଉଠାଇ ଉପରିସ୍ଥ ଅଧିକାରୀଙ୍କୁ ପଠାଇବାକୁ ପଡୁଛି । ନ ପଠାଇଲେ ଉପସ୍ଥିତ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

କିନ୍ତୁ ମୋବାଇ ଦେବା ଦ୍ୱାରା ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଖବର ଶୀଘ୍ର ପହଞ୍ଚିବ । ଆଉ ତାହା ଆଜିକା ସମୟରେ ପୂରଣ ହୋଇଛି । କେନ୍ଦ୍ର ସରକାର ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ ମୋଟ ୮୧ ହଜାର ୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । ଏହିସବୁ ସ୍ମାର୍ଟଫୋନ ଗୁଡ଼ିକରେ ପୋଷଣ ଟ୍ରାକର୍ ଆପ୍ ଅପଲୋଡ୍ କରି ରାଜ୍ୟର ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ଅଙ୍ଗନୱାଡ଼ି ଦିଦିମାନେ ନିୟମିତ ଭାବରେ ନଜର ରଖିପାରିବେ । ଆଉ ତାହା ଛଡ଼ା କେନ୍ଦ୍ର ସରକାର ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତୀକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ ଏହି ସ୍ମାର୍ଟଫୋନ୍ ଯୋଗାଇ ଦେଇଛି ।

ତେବେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକୁ ସ୍ମାର୍ଟ୍ ଫୋନ୍ ଯୋଗାଇ ଦେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଟଣାଓଟାରା । ଏହାର କାରଣ ହେଉଛି କେନ୍ଦ୍ର ସରକାର ରାଜ୍ୟକୁ ସ୍ମାର୍ଟଫୋନ୍ ଯୋଗାଇ ଥିବା ବେଳେ ଏହାର କ୍ରୟ ମୂଲ୍ୟ ରାଜ୍ୟ ସରକାର ବହନ କରିଛନ୍ତି । ତେବେ ଓଡିଶାରେ ଥିବା ମୋଟ ଅଙ୍ଗନବାଡ଼ି କେନ୍ଦ୍ର ତୁଳନାରେ ୧୦ ହଜାର ଅଧିକ ସ୍ମାର୍ଟଫୋନ୍ କ୍ରୟ ହୋଇଥିବା ନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।

ତେବେ କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସେହି ୧୦ ହଜାର ଅଧିକ ମୋବାଇଲ ଆଣି ରାଜନୈତିକ ଫାଇଦା ଉଠାଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏକ ରିପୋର୍ଟ ଅନୁସାରେ ଜୁନ୍ ମାସ ୩୦ ତାରିଖ ୨୦୨୧ ଭିତରେ ଓଡ଼ିଶାରେ ମୋଟ ୭୩,୧୭୨ଟି ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ବେଳେ ସେଥିରୁ ମାତ୍ର ୪୭,୯୮୫ଟି କେନ୍ଦ୍ର ନିଜସ୍ୱ କୋଠାରେ ପରିଚାଳିତ ହେଉଛି । ୬୧୩୮୦ଜଣ ଅଙ୍ଗନୱାଡ଼ି ସହାୟିକା ଓ ୭୧୪୭୪ଜଣ ଅଙ୍ଗନୱାଡ଼ି କର୍ମୀ ଏବେ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.