ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ପୈତୃକ ସମ୍ପତ୍ତିରୁ ଭାଗ

0

Get real time updates directly on you device, subscribe now.

ସୁପ୍ରିମକୋର୍ଟଙ୍କର ଏକ ବଡ଼ ରାୟ ଆସିଲା। ବାପା-ମାଆଙ୍କ ସହିତ ଯଦି ଭଲ ସମ୍ପର୍କ ରଖିବେନି ତେବେ ପୈତୃକ ସମ୍ପତ୍ତିରେ ଭାଗ ମିଳିବ ନାହିଁ। ପିଲାମାନେ ଦିନକୁ ଦିନ ବାପା-ମାଆଙ୍କ ଉପରେ ଯେପରି ଭାବରେ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କର ଦାୟିତ୍ୱ ନେଉନାହାନ୍ତି। ଏହାର ମାମଲା ଅଧିକରୁ ଅଧିକ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହିଭଳି ନିଷ୍ପତ୍ତି ନେଇଛନ୍ତି।

ସରଳ ଭାଷାରେ କହିବାକୁ ଗଲେ, ବର୍ତ୍ତମାନ ଯେଉଁ ସନ୍ତାନମାନେ ନିଜର ବାପା-ମାଆଙ୍କର ଦାୟିତ୍ୱ ସଠିକ ଭାବରେ ନେବେ ନାହିଁ ସେମାନେ ପୈତୃକ ସମ୍ପତ୍ତିରେ ମଧ୍ୟ ଭାଗ ପାଇବେନି ବୋଲି କୋର୍ଟ ସିଧାସଳଖ ନିଜର ଶୁଣାଣିରେ କହିଛନ୍ତି। ସୁପ୍ରିମକୋର୍ଟର ଏକ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏହିଭଳି ରାୟ ଶୁଣାଇଛନ୍ତି।

ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବରେ କହିଛନ୍ତିକି, ଯଦି କୌଣସି ଝିଅ ନିଜର ପିତାମାତାଙ୍କ ସହିତ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ନ ରଖନ୍ତି ଅର୍ଥାତ ସେମାନଙ୍କର କଥା ନ ବୁଝନ୍ତି, ତେବେ ସେମାନେ ବାପା-ମାଆଙ୍କ ସମ୍ପତ୍ତି କିମ୍ବା କୌଣସି ଜାଗାବାଡ଼ି ନେଇପାରିବେ ନାହିଁ। କୋର୍ଟ କହିଛନ୍ତିକି, ଆଜିର ସମାଜରେ ଝିଅଙ୍କୁ ୨୦ ବର୍ଷ ହେଲେ ସେମାନେ ନିଜର ଇଚ୍ଛା ଅନୁସାରେ କାମ କରୁଛନ୍ତି। ଏବଂ ନିଜର ଜୀବନସାଥୀ ମଧ୍ୟ ବାଛୁଛନ୍ତି। ଯଦି ସେମାନେ ନିଜ ଇଚ୍ଚାରେ କାମ କରୁଛନ୍ତି ଆଉ ବାପା-ମାଆଙ୍କୁ ପଚାରୁନାହାନ୍ତି ତେବେ ସମ୍ପତ୍ତି ସମୟରେ ବାପା-ମାଆଙ୍କଠାରୁ ଆଶା କରିବା ମଧ୍ୟ ଠିକ ନୁହେଁ। ତେଣୁ ସମ୍ପର୍କ ନଥିଲେ ସମ୍ପତ୍ତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି।

ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ଝିଅ ଯଦି ନିଜର ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହିତ କୌଣସି ପ୍ରକାର ସଂପର୍କ ନରଖେ ତେବେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି। ଆଉ ଛାଡପତ୍ର ମାମଲା ବିଚାର କରି ମହିଳାଙ୍କର ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ କହିବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହି ରାଶି ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ।

ତେବେ ଦାୟର ହୋଇଥିବା ମାମଲା ଅନୁଯାୟୀ, ବର୍ତ୍ତମାନ ମାମଲା ଦାୟର କରିଥିବା ଝିଅର ବୟସ ବର୍ତ୍ତମାନ ୨୦ ବର୍ଷ। ଭବିଷ୍ୟତର ରାସ୍ତା ବାଛିବା ପାଇଁ ତାର ସମ୍ପୂର୍ଣ ଅଧିକାର ଅଛି। କିନ୍ତୁ ସେ ଯଦି ସମ୍ପର୍କ ନ ରଖେ ତେବେ ସମ୍ପତ୍ତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରି କହିଛନ୍ତି।

Leave A Reply

Your email address will not be published.