ଫ୍ୟାନଙ୍କୁ ପସନ୍ଦ ହେଲାନାହିଁ ପ୍ରଭାସଙ୍କ “ରାଧେଶ୍ୟାମ”, ୨୪ ବର୍ଷୀୟ ଯୁବକ ଫ୍ୟାନରେ ଝୁଲି କଲେ ଆ-ତ୍ମ-ହ-ତ୍ୟା

0

Get real time updates directly on you device, subscribe now.

‘ ବାହୁବଳୀ’ ଫେମ ପ୍ରଭାସଙ୍କ ପାଇଁ ଫ୍ୟାନମାନଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଦିବାନାପଣ ରହିଛି । ଫ୍ୟାନମାନେ ତାଙ୍କର ଗୋଟିଏ ଝଲକ ଦେଖିବାପାଇଁ ଅପେକ୍ଷା କରି ରହିଥାନ୍ତି ଏବଂ ତାଙ୍କ ଫିଲ୍ମ ପାଇଁ ମଧ୍ୟ ବହୁତ୍ ଉତ୍ସାହିତ ଥାଆନ୍ତି । ନିକଟରେ ପ୍ରଭାଷଙ୍କ ଫିଲ୍ମ ‘ ରାଧେଶ୍ୟାମ’ ରିଲିଜ୍ ହେଲା, ଯେଉଁଥିରେ ତାଙ୍କ ସହିତ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଦେଖା ଯାଉଛନ୍ତି । ପ୍ରଭାସଙ୍କ ଫିଲ୍ମକୁ ବହୁତ୍ ପ୍ରତିକ୍ରିୟା ମଧ୍ୟ ମିଳୁଛି । ସେହିପରି ଅନେକ ଫ୍ୟାନ ତାଙ୍କ ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଫ୍ୟାନ ପସନ୍ଦ କରିନାହାନ୍ତି । କିନ୍ତୁ ସବୁଠାରୁ ଦୁଃଖର କଥା ଏହା ଯେ ଜଣେ ଫ୍ୟାନକୁ ଫିଲ୍ମ ପସନ୍ଦ ନ ହେବା କାରଣରୁ ଆ-ତ୍ମ-ହ-ତ୍ୟା କରିଦେଲା ।

ଆଜ୍ଞା ହଁ, ରିପୋର୍ଟ ଅନୁଯାୟୀ ନିକଟରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ ରାଧେଶ୍ୟାମ’ ଦେଖି ତାଙ୍କୁ ଭଲ ଲାଗିଲା ନାହିଁ ଏବଂ ନିଜର ପ୍ରିୟ ଷ୍ଟାରଙ୍କ ବିଷୟରେ ନେଗେଟିଭ ରିଭ୍ୟୁ ମିଳିବାପରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଦେଲେ । କୁହାଯାଉଛି ଯେ ପ୍ରଭାସଙ୍କ ଏହି ଫ୍ୟାନ ଆନ୍ଧ୍ରପ୍ରଦେଶର କୁର୍ନୂଲ ସ୍ଥିତ ତିଳକ ନଗରର ବାସିନ୍ଦା ଅଟେ ।

ବ୍ୟକ୍ତିଙ୍କ ନାମ ‘ ମୁଥାଲା ରବି ତେଜା ‘ ବୋଲି କୁହାଯାଉଛି, ଯିଏକି 24 ବର୍ଷର ଥିଲେ । ରିପୋର୍ଟ ଅନୁଯାୟୀ ମୁଥାଲା ରବି ତେଜା ରିଲିଜର ପ୍ରଥମ ଦିନ ହିଁ ପ୍ରଭାସଙ୍କ ଫିଲ୍ମ ଦେଖିଲେ । ଏହାପୂର୍ବରୁ ସେ ଏହି ଫିଲ୍ମ ପାଇଁ ବହୁତ୍ ଉତ୍ସାହିତ ଥିଲେ । ଫିଲ୍ମ ରିଲିଜ ହେବା ମାତ୍ରେ ସେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଲେ, କିନ୍ତୁ ତାଙ୍କୁ ଏହି ଫିଲ୍ମ ଖାସ ଲାଗିଲା ନାହିଁ । ଏହାପରେ ସେ ପରିବାରକୁ ଆସି କହିଲେ ଯେ ତାଙ୍କୁ ଫିଲ୍ମର କାହାଣୀ ଭଲ ଲାଗିଲା ନାହିଁ । ଏହାପରେ ସେ ନିଜ ରୁମରେ ଫ୍ୟାନ ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହାପୂର୍ବରୁ ମଧ୍ୟ ପ୍ରଭାସଙ୍କ ପାଇଁ ଜଣେ ଫ୍ୟାନ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ବାସ୍ତବରେ ଫିଲ୍ମ ରାଧେଶ୍ୟାମ ମେକର୍ଷ ତରଫରୁ କୌଣସି ଅପଡେଟ ନ ମିଳିବାରୁ ଫ୍ୟାନ ମେକର୍ଷଙ୍କ ବିରୋଧରେ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।

ଏହାବ୍ୟତୀତ ଜଣେ ବ୍ୟକ୍ତି ପ୍ରଭାସଙ୍କୁ ଦେଖା କରିବାକୁ ନେଇ ମୋବାଇଲ ଟାୱାର ଉପରକୁ ଉଠି ଯାଇଥିଲା । ଆଜ୍ଞା ହଁ, ତେଲେଙ୍ଗାନାର ଜନଗାମରେ ଜଣେ ଫ୍ୟାନ ପ୍ରଭାସଙ୍କୁ ଦେଖା କରିବାକୁ ଜିଦ୍ କରି ମୋବାଇଲ ଟାୱାର ଉପରକୁ ଉଠି ଯାଇଥିଲା ଏବଂ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ।

Leave A Reply

Your email address will not be published.