ଦେଖନ୍ତୁ ଭିଡ଼ିଓ : ହିଟମ୍ୟାନ ରୋହିତ ଶର୍ମା ମାରିଲେ ଜୀବନଘାତକ ଛକା, ପଡ଼ିଆରେ ବସିଥିବା ଦର୍ଶକର ନାକର ହାଡ ଭାଙ୍ଗିଲା

0

Get real time updates directly on you device, subscribe now.

ଭାରତ ଓ ଶ୍ରୀଲଂକା ମଧ୍ୟରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏନ ଚିନ୍ନାସ୍ୱାମୀ ପଡ଼ିଆରେ ଖେଳାଯାଉଛି|ମ୍ୟାଚରେ ୨ ଦିନର ଖେଳ ସମ୍ପୁର୍ଣ୍ଣ ହୋଇଛି ଓ ଭାରତୀୟ ଦଳ ବିଜୟ ଦେଶରେ ପହଞ୍ଚିଛି|କ୍ୟାପଟେନ ରୋହିତ ଶର୍ମାଂକ ନେତୃତ୍ୱରେ ଦଳ ଭଲ ଫର୍ମରେ‌ ଅଛି|ଏଥିରେ ସବୁକିଛି ଭାରତ ସପକ୍ଷରେ ଯାଉଛି, କିନ୍ତୁ ମ୍ୟାଚର ପ୍ରଥମ ଦିନରେ ଏଭଳି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା|ଏହି ଦୁର୍ଘଟଣା ଦେଖି ଏକଦା ସମସ୍ତେ ଚୁପ ହୋଇଗଲେ|

ଦ୍ଵିତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତୀୟ ଦଳ ୧୦ ୱିକେଟ୍ ହରାଇ ୨୫୨ ରନ କରିଥିଲେ|ଏହି ପାଳିରେ ରୋହିତ ୧୫ ରନ କରିଥିଲେ ଓ ପାରିରେ ଗୋଟିଏ ଚଉକା ଓ ଛକା ଲଗାଇଥିଲେ|ରୋହିତ ଶର୍ମାଂକ ଦ୍ୱାରା ଲଗାଯାଇଥିବା ଛକା ବହୁ ଯନ୍ତ୍ରଣାଦାୟକ ହୋଇଥିଲା|ଏହି ଛକା ଫଳରେ ଦର୍ଶକଙ୍କ ନାକର ହାଡ ଭାଙ୍ଗିଗଲା|ରୋହିତ ଏହି ଛକା ବିଶ୍ୱ ଫର୍ଣାଣ୍ଡୋଙ୍କ ବଲରେ ଡିପ ମିଡ ୱିକେଟ କ୍ଷେତ୍ରରେ ଖେଳିଥିଲେ ଫଳରେ ସେଠାରେ ଥିବା ଦର୍ଶକଙ୍କୁ ଆଘାତ ଦେଇଥିଲା|ସୂଚନା ଅନୁସାରେ ଫାଷ୍ଟ ଏଡ୍ ପରେ ଦର୍ଶକକୁ ହସ୍ପିଟାଲ ନିଆଗଲା , ସେଠାରେ ‌ନାକ ହାଡ ଭାଙ୍ଗିବା କଥା ଜଣା ପଡ଼ିଲା|

ଷ୍ଟାଣ୍ଡସରେ ବସିଥିବା ୨୨ ବର୍ଷିୟ ଦର୍ଶକଙ୍କ ନାମ ଗୈରବ ବିକାଶ କୁହାଯାଏ|ବଲ ବାଜିବା ପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା ପରେ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା|ଉପଚାର ପରେ ତାଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଥିଲା|ପ୍ରଥମଥର ରୋହିତ ଶର୍ମା ବଡ ପାଳି ଖେଳିବାକୁ ବଞ୍ଚିତ ହୋଇ ୨୫ ବଲରୁ ୧୫ ରନ କରିଥିଲେ|

ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ୧୨ ମାର୍ଚରୁ ବାଙ୍ଗାଲୋରରେ ଖେଳା ଯାଉଅଛି|ଯଦି ଭାରତୀୟ ଦଳ ଏହି ମ୍ୟାଚ ଜିତିବ ତେଵେ ଇତିହାସ ରଚିବ|ଭାରତୀୟ ଦଳ ଲଗାତାର ଘରୋଇ ୧୫ ତମ ଟେଷ୍ଟ ସିରିଜ ନିଜ ନାମରେ କରିବ|ଘରୋଇ ମାଟିରେ ଟେଷ୍ଟ ସିରିଜ ଜିତିବାରେ ଭାରତ ପାଖାପାଖି କେହି ନାହିଁ|ଭାରତ ପୂର୍ବ ଟେଷ୍ଟ ସିରିଜ ଇଂଲଣ୍ଡ ବିରୁଦ୍ଧରେ ହାରିଥିଲା|ରୋହିତ ଶର୍ମା ମ୍ୟାଚ ଜିତି ରେକର୍ଡ ବଜାୟ ରଖିବାକୁ ଚାହିଁବେ|

ଯଦି ଏହି ମ୍ୟାଚ କଥା କହିବା ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ଠାରୁ ୯ ୱିକେଟ ଦୂରରେ ରହିଛି|ପ୍ରଥମେ ଟସ ଜିତି ଭାରତୀୟ ଦଳ ୨୫୨ ରନ କରିଥିଲେ|ଭାରତ ପକ୍ଷରୁ ସର୍ବାଧିକ ଶ୍ରେୟସ ଆୟର ୯୮ ରନରୁ ୯୨ ରନ କରିଥିଲେ|ଶ୍ରୀଲଙ୍କା ପ୍ରଥମ ପାଳିରେ ୧୦୯ ରନରେ ଅଲ୍ଆଉଟ ହୋଇଥିଲା|ମ୍ୟାଚ ଦ୍ୱିତୀୟ ଦିନରେ ଭାରତୀୟ ଦଳ ୯ ୱକେଟରେ ୩୦୩ ରନରେ ପାଳି ଘୋଷଣା କରିଥିଲେ|ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧ ୱିକେଟ ହରାଇ ୨୮ ରନ କରିଥିଲେ|ପ୍ରଥମ ମ୍ୟାଚରେ ମଧ୍ୟ ଭାରତୀୟ ଦଳ ଉତ୍ତମ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପାଳି ଓ ୨୨୨ ରନରେ ହରାଇଥିଲେ|

Leave A Reply

Your email address will not be published.