ଆଉ ଗୋଟିଏ ଦିନ ପରେ ଏହି ବର୍ଷର ହେବ Royal Enfield ର ପ୍ରଥମ ଧମାଲ୍, କମ୍ପାନୀ ଆଣୁଛି ଶସ୍ତା ମୋଟରସାଇକେଲ !

0

Get real time updates directly on you device, subscribe now.

Royal Enfield 2022 ମସିହାରେ ଲଞ୍ଚ ପାଇଁ ପ୍ରସ୍ତୁତି ସମାପ୍ତ କରିସାରିଛି ଆଉ କମ୍ପାନୀ ଏହି ବର୍ଷ ପ୍ରଥମେ ସ୍କ୍ରାମ 411 ଲଞ୍ଚ କରିବାକୁ ଘୋଷଣା କରିଦେଇଛି | ରୟାଲ ଏନଫିଲ୍ଡ ମାର୍ଚ୍ଚ 15 ରେ ଭାରତରେ ସମ୍ପୂର୍ଣ ନୂଆ ଆଡ଼ଭେଞ୍ଜର ମୋଟରସାଇକେଲ ଲଞ୍ଚ କରିବ ଯାହା ସୁଲଭ ହେବ ଆଉ ହିମାଳୟନର କମ୍ ଦମ୍-ଦାର ଭାରିଏଣ୍ଟ ହେବ | ଏହି ମୋଟରସାଇକେଲର ଭାରତୀୟ ଗ୍ରାହକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଆଉ ଏହି ଅଫ୍ ରୋଡିଂର ସାଥିରେ ରାସ୍ତାରେ ଚଲାଇବା ହିସାବରେ ତିଆରି କରାଯାଇଛି | ଏହାର ଅର୍ଥ ହେଉଛି ଏହା କି ରୟାଲ୍ ଏନ୍ଫିଲ୍ଡ ସ୍କ୍ରାମ୍ 411 କୁ କେବଳ ଅଫ୍ ରୋଡିଂ ପାଇଁ ନରଖି ସହରାଞ୍ଚଳ ରାସ୍ତାରେ ଚଲାଇବା ହିସାବରେ ମଧ୍ୟ ତିଆରି କରିଛି |

ନାଲି ଆଉ କଳା ରଙ୍ଗର କମ୍ବିନେସନ୍ ରେ ନଜର ଆସିଲା :-

ନିକଟରେ ହିଁ ଏହି ଶସ୍ତା ଆଡ଼ଭେଞ୍ଜର ମୋଟରସାଇକଲକୁ ଦୁଇଟି ରଙ୍ଗରେ ଦେଖା ଯାଇଛି ଯାହାକି ନାଲି ଆଉ କଳାର ସାନ୍-ଦାର କମ୍ବିନେସନ୍ ରେ ନଜର ଆସିଛି | ଯଦିଓ ପୂର୍ବରୁ ମଧ୍ୟ ଅନେକଥର ସ୍କ୍ରିମ୍ 411କୁ ଦେଖା ଯାଇସାରିଛି, କିନ୍ତୁ ଡୁଅଲ୍ ଟୋନ୍ ରେ ଏହା ପ୍ରଥମଥର ପାଇଁ ଦେଖା ଯାଇଛି | ବାଇକର ଆଗ ଭାଗରେ 19 ଇଞ୍ଜର ଚକ ଆଉ ପଛ ଭାଗରେ 17 ଇଞ୍ଜର ଚକ ଦିଆଯାଇଛି | ଏହି ବାଇକର ମୂଲ୍ୟକୁ ବହୁତ ଆକର୍ଷଣ ରଖା ଯାହାକି ଅନେକ ମାତ୍ରାରେ ଗ୍ରାହକଙ୍କ ବଜେଟ ଭିତରେ ଆସିପାରିବ, ଅନୁମାନ କରାଯାଉଛି କି ଏହାର ମୂଲ୍ୟ ପାଖା-ପାଖି 1.90 ଲକ୍ଷ ଟଙ୍କାର ହେଵ |

ହିମାଲୟନ୍ ର ମୁକାବିଲାରେ ନୂଆ ସ୍କ୍ରିମ୍ 411 ଶସ୍ତା :- Royal Enfield ହିମାଳୟନ ଅପେକ୍ଷା ନୂଆ ସ୍କ୍ରମ୍ 411 ଶସ୍ତା ହେବ | ହିମାଳୟନର ଆଗ ଭାଗ ଏକ ଲମ୍ବା ୱିଣ୍ଡସ୍କ୍ରିନ, ଦୁଇ ଭାଗରେ ବଡ଼ ସିଟ୍, ଲଗେଜ୍ ର୍ୟାକ୍, ବଡ଼ ଆକାରର ଆଗ ଚକ ଆଉ ଆଡ଼ଭେଞ୍ଜର ବାଇକ ଵାଲା ଅନେକ ଅନ୍ୟ ଅଂଶ ଦିଆଯାଇଛି | ଏହାର ବିପରୀତ ସ୍କ୍ରିମ୍ 411 କୁ ଛୋଟ ଚକ, ସିଙ୍ଗିଲ୍ ଫିସ୍ ସିଟ୍,ଛୋଟ ସସ୍ପେଶନ୍ ଟେବଲ୍,ଆଉ ପଛ ଭାଗରେ ଗ୍ରେବ ରେଲ ଦିଆଯାଇଛି | ନୂଆ ମୋଟରସାଇକେଲକୁ LS410, ସିଙ୍ଗଲ୍ ସିଲିଣ୍ଡର, ଏୟାର-କୁଲ୍ଡ, 4-ଷ୍ଟ୍ରୋକ, SOHC ଇଞ୍ଜିନ୍ ମିଳିବ ବୋଲି ଅନୁମାନ କରାଯାଇଛି ଯାହା 411 CC ର ଅଟେ ଆଉ 24.3 bhp ଶକ୍ତି ବନେଇଥାଏ |

Leave A Reply

Your email address will not be published.