ରାସନ୍ କାର୍ଡରେ ଏହି ଭୁଲ ଥିଲେ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ, ରାସନ ମିଳିବା ହୋଇପାରେ ବନ୍ଦ , ଶୀଘ୍ର କରନ୍ତୁ ଏହି କାମ

0

Get real time updates directly on you device, subscribe now.

ଅନେକ ଲୋକଙ୍କ ପାଇଁ ରାସନ୍ କାର୍ଡ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କୁହାଯାଉଛି ଯେ କରୋନା ସମୟରେ ସରକାର ରାସନ୍ କାର୍ଡ ମାଧ୍ୟମରେ ଲୋକଙ୍କୁ ଅନେକ ପ୍ରକାରର ଲାଭ ଦେଇଛନ୍ତି । ଏପରି ପରିସ୍ଥିତିରେ ଲାଭ ପାଇବାପାଇଁ ରାସନ୍ କାର୍ଡ ସହିତ ଜଡିତ କାମ ସହିତ ଅପଡେଟ ରହିବା ଉଚିତ୍ । ସେହିପରି ରାସନ୍ କାର୍ଡର ଲାଭାର୍ଥିଙ୍କ ପାଇଁ ଜରୁରୀ ଖବର ରହିଛି ।

ବାସ୍ତବରେ ରାଜ୍ୟ ସରକାର ସମୟ ସମୟରେ ରାସନ୍ କାର୍ଡ ର ସୂଚନାକୁ ଅପଡେଟ କରିଥାନ୍ତି । ଏଥିରେ ଗଡ଼ବଡ ଥିବାର ଦେଖାଗଲେ ରାସନ୍ କାର୍ଡ ରଦ୍ଦ ମଧ୍ୟ କରାଯାଏ । ଯେପରିକି ନାଁ ହଟାଇବା କିମ୍ବା ଯୋଡିବା । ସେହିପରି ଯଦି ଆପଣ ଅଧିକ ସମୟ ଧରି ନିଜ ରାସନ୍ କାର୍ଡ ଶସ୍ୟ ପାଇଁ ବ୍ୟବହାର କରିନାହାନ୍ତି, ତେବେ ଆପଣଙ୍କ କାର୍ଡ ରଦ୍ଦ ହୋଇପାରେ ।

ଏପରି ରଦ୍ଦ ହୋଇପାରେ ଆପଣଙ୍କ ରାସନ କାର୍ଡ :-

ରାସନ୍ ବିଭାଗରେ ଆପଣ କେଉଁ ମାସରେ କେତେ ରାସନ୍ ନେଲେ ଏବଂ ଆପଣଙ୍କ ପରିବାରରେ କେତେ ସଦସ୍ୟ ଅଛନ୍ତି, ଏପରି ସବୁ ସୂଚନା ରାସନ୍ କାର୍ଡ ରେ ରହିଥାଏ । ନିୟମ ଅନୁଯାୟୀ, ଜନ ବିତରଣ ପ୍ରଣାଳୀ ରେ ଆପଣଙ୍କୁ ସେତେବେଳେ ଶସ୍ୟ ମିଳିଥାଏ, ଯେତେବେଳେ ଆପଣଙ୍କ ନାମରେ ରାସନ୍ କାର୍ଡ ଥିବ । କିନ୍ତୁ ନିକଟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଏପରି ସବୁ ରାସନ୍ କାର୍ଡ କୁ ରଦ୍ଦ କରି ଦିଆଗଲା, ଯାହାକୁ ବହୁତ୍ ସମୟ ଧରି ବ୍ୟବହାର କରାଯାଇ ନଥିଲା ।

ଜାଣନ୍ତୁ କଣ ରହିଛି ନିୟମ ?

ବିଭାଗ ଅନୁଯାୟୀ, ” ଯଦି କୌଣସି ରାସନ୍ କାର୍ଡ ହୋଲ୍ଡର ଛଅ ମାସ ଧରି ରାସନ୍ ନେଇନଥିବେ, ତେବେ ନିୟମ ଅନୁଯାୟୀ ଏହା ପ୍ରମାଣିତ ହେବ ଯେ ତାଙ୍କୁ ଶସ୍ତା ଦରରେ ମିଳୁଥିବା ଉତ୍ପାଦ ଆବଶ୍ୟକ ନାହିଁ କିମ୍ବା ସେ ରାସନ ନେବାପାଇଁ ଯୋଗ୍ୟ ନୁହନ୍ତି । ଏପରି ପରିସ୍ଥିତିରେ ଏପରି କାରଣକୁ ଆଧାର କରି ଛଅ ମାସ ଧରି ରାସନ ନ ନେଇ ନଥିବା ବ୍ୟକ୍ତିଙ୍କ ରାସନ୍ କାର୍ଡ ରଦ୍ଦ କରି ଦିଆଯାଏ । ତେବେ ଏହି ନିୟମ ଅନେକ ରାଜ୍ୟରେ ଅଲଗା ଅଲଗା ହୋଇପାରେ ।

ଯଦି ଆପଣଙ୍କ ରାସନ୍ କାର୍ଡ ରଦ୍ଦ ହୋଇଯାଏ, ତେବେ ଆପଣ ତାକୁ ପୁଣିଥରେ ଆକ୍ଟିଭ କରିପାରିବେ । ଜାଣନ୍ତୁ ସେହି ପ୍ରୋସେଶ ଗୁଡ଼ିକ ବିଷୟରେ ।

– ଏହି ପ୍ରକ୍ରିୟାକୁ ପୁରା କରିବାପାଇଁ ସର୍ବପ୍ରଥମେ ଆପଣ ରାଜ୍ୟ କିମ୍ବା ସେଣ୍ଟ୍ରାଲ AePDS ପୋର୍ଟାଲ କୁ ଯାଆନ୍ତୁ ।

– ବର୍ତ୍ତମାନ ରାସନ୍ କାର୍ଡ ସଂଶୋଧନ ଅପ୍ସନ୍ କୁ ଖୋଜନ୍ତୁ ଏବଂ ତା ଉପରେ କ୍ଲିକ କରନ୍ତୁ ।

– ବର୍ତ୍ତମାନ ଆପଣ ration card ସଂଶୋଧନ ପେଜକୁ ଯାଆନ୍ତୁ ଏବଂ ନିଜ ରାସନ୍ ନମ୍ବର ଖୋଜିବାପାଇଁ ଫର୍ମ ପୂରଣ କରନ୍ତୁ ।

– ବର୍ତ୍ତମାନ ଆପଣଙ୍କ ରାସନ୍ କାର୍ଡର ସୂଚନାରେ କୌଣସି ଭୁଲ ଥିଲେ ସଂଶୋଧନ କରନ୍ତୁ ।

– ସଂଶୋଧନ କରିବାପରେ ସ୍ଥାନୀୟ ପିଡିଏସ କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ ପୁନର୍ବିଚାର ଆବେଦନ ଜମା କରନ୍ତୁ ।

– ଯଦି ଆପଣଙ୍କ ରାସନ୍ କାର୍ଡ ସକ୍ରିୟ କରିବାର ଆବେଦନ ସ୍ବୀକାର କରାଯାଏ, ତେବେ ଆପଣଙ୍କ ରଦ୍ଦ ରାସନ୍ କାର୍ଡ କୁ ପୁଣିଥରେ ସକ୍ରିୟ କରାଯାଇପାରିବ ।

Leave A Reply

Your email address will not be published.