ଗୁଗୁଲ ସାହାଯ୍ୟରେ ‘ଗୁରୁ’ ବନିଗଲା ୯ବର୍ଷର ଶିଶୁ,ମାଗଣାରେ କରିନେଲା ୨୭୦୦ କିଲୋମିଟର ବିମାନ ଯାତ୍ରା ,ଜାଣନ୍ତୁ କେମିତି ?

0

Get real time updates directly on you device, subscribe now.

କମ୍ପ୍ୟୁଟର, ଇଣ୍ଟରନେଟ୍ ଆଉ ସୂଚନା ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ପିଲାମାନେ ମଧ୍ୟ ‘ଗୁରୁ’ ବନିଗଲେଣି । ଏହିପରି ହିଁ ଜଣେ ୯ବର୍ଷର ଶିଶୁର ମୁଣ୍ଡରେ ଫ୍ରି ରେ ବିମାନରେ ଯାତ୍ରା କରିବାର ଜୁନୁନ ଚଢ଼ିଗଲା ଆଉ ସେ ଗୁଗୁଲ୍ ସର୍ଚ୍ଚକୁ ଯାଇ ଏହା ବିଷୟରେ ଜାଣିବାକୁ ଆରମ୍ଭ କଲା । ତାକୁ ଗୋଟିଏ ପରେ ଗୋଟିଏ କ୍ଲୁ ମିଳିବାକୁ ଲାଗିଲା ଆଉ ତାର ଫ୍ରି ରେ ପାଇଲେ ବିମାନ ଯାତ୍ରା କରିବାର ସ୍ୱପ୍ନ ସାକାର ହୋଇଗଲା ଏବଂ ସେ
୨୭୦୦କିଲୋମିଟର ମାଗଣାରେ ଯାତ୍ରା କରିନେଲା । କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଆପଣଙ୍କୁ ଆଗକୁ କହିବୁ ।

ଇଣ୍ଟରନେଟ୍ ହେଉଛି ସୂଚନାର ସମୁଦ୍ର । ଗୋଟିଏ କ୍ଲିକରେ କୌଣସି ବି ବିଷୟରେ ଅସଂଖ୍ୟ ପ୍ରବନ୍ଧ, ଭିଡିଓ, ଅନୁସନ୍ଧାନ ପତ୍ରିକା ସବୁକିଛି ମିଳିଯାଏ । ତେବେ ଏହି ସୂଚନା ବେଳେବେଳେ ଅସୁବିଧାର କାରଣ ବି ବନିପାରେ । କିଛି ଏମିତି ହିଁ ଘଟିଥିଲା ବ୍ରାଜିଲର ଗୋଟେ ୯ ବର୍ଷର ଶିଶୁ ସହ।

ଗୁଗୁଲ୍ ରେ ଏହିପରି କଲା ସର୍ଚ୍ଚ

ମିଡ଼ିଆ ରିପୋର୍ଟ ଅନୁଯାୟୀ,ବ୍ରାଜିଲ୍ ର ୯ବର୍ଷର ବାଳକ ଗୁଗୁଲ୍ ରେ ହବାଇ ଯାହାଜରେ କାହାରିକୁବି ଜାଣିବାକୁ ନ ଦେଇ କେମିତି କରିହେବ ଯାତ୍ରା ‘ ସର୍ଚ୍ଚ କଲା ଆଉ ଘର ଠାରୁ ୨୭୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା କରିନେଲା । ରିପୋର୍ଟ ଅନୁସାରେ,୯ବର୍ଷର ଶିଶୁ ବ୍ରାଜିଲର ମନୌସ ସ୍ଥିତ ନିଜ ଘରୁ ବାହାରି ପଳାଇଗଲା । ସେ ଲାଟମ୍ ଏୟାରଲାଇନ୍ସ ର ଫ୍ଲାଇଟ୍ ରେ ବସିଲା ଆଉ ଗୁଆରୁଲହୋସ୍, ଗ୍ରେଟର ସାଓ ପାଉଲୋ ରେ ପହଞ୍ଚିଗଲା ।

ସିକ୍ୟୋରିଟିକୁ ବି ଧମକ ଦେଲା

ଏହି ପିଲାଟି ନା କେବଳ ସାଧାରଣ ଜନତାଙ୍କ ଠୁ ବରଂ ସିକ୍ୟୋରିଟିର ବି ନଜରରୁ ଆରମ୍ ରେ ଖସିଗଲା । ଫ୍ଲାଇଟ୍ ଇନ୍-ଟ୍ରାନ୍ଜିଟ୍ ରେ ଥିଲା ସେତେବେଳେ କ୍ରୁ ର ସଦସ୍ୟମାନେ ଦେଖିଲେ କି ଏହି ପିଲାଟି ସହିତ କେହି ବୟସ୍କ ନାହାନ୍ତି । କ୍ରୁ ର ସଦସ୍ୟମାନେ ଫେଡରଲ ପୋଲିସ ଆଉ ଅଭିଭାବକ ପରିଷଦ
କୁ ଜଣେଇ ଥିଲେ । ଅଭିଭାବକ ପରିଷଦ ପିଲାଟି ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଠା କଲେ ।

ପିଲାଟିର ପରିଚୟ ଜଣା ପଡିଗଲା | ତାଙ୍କ ନାମ ଇମାନୁଏଲ୍ ମାର୍କ୍ସ ଡି ଅଲିଭାବେରା ଅଟେ | ଇମାନୁଏଲ୍ ଙ୍କ ପରିବାର 26 ଫ୍ରେବୁୟାରି ରେ ତାଙ୍କର ନିଖୋଜ ହେବାର ରିପୋର୍ଟ ଲେଖେଇ ଥିଲେ | ରାତିର ପାଖା-ପାଖି 10 ଟାରେ ତାଙ୍କ ମାଆଙ୍କ ପାଖକୁ ଫୋନ ଆସିଲା ଆଉ ସେହି ଫୋନ କଲ୍ ରୁ ଇମାନୁଏଲ୍ ଖବର ମିଳିଲା | ପିଲାଟିକୁ ରାତି ସାରା ଅଭିଭାବକ ପରିଷଦର ଆଶ୍ରୟସ୍ଥଳରେ ରଖାଗଲା ଆଉ ପରଦିନ ବିମାନ ଯୋଗେ ସେ ଘରେ ପହଞ୍ଚିଥିଲେ।

Leave A Reply

Your email address will not be published.