୩ଟି ପିଲାର ମାଆ ବାହା ହେଇଗଲା ନିଜ ପ୍ରେମିକଙ୍କୁ, କହିଲେ ସ୍ୱାମୀ ସହ ନାହିଁ ମୁ ଖୁସିରେ,ବିଚରା ସ୍ୱାମୀ କହିଲେ ଏମିତି କଥା |

0

Get real time updates directly on you device, subscribe now.

ପ୍ରେମ ଏକ ଏମିତି ଜିନିଷ ଅଟେ, ଯାହା କୌଣସି ବି ବୟସରେ,କେଉଁଠାରେ ବି, କାହା ସହ ବି ହୋଇଯାଇପାରେ | ପ୍ରେମ କର ଯାଏନି ପ୍ରେମ ହୋଇଯାଏ | ପ୍ରାୟତଃ ଆମେ ସମସ୍ତେ ପ୍ରେମ ସହ ଜଡିତ ବହୁତ ସାରା କାହାଣୀ ଶୁଣିଥାଉ | ଏହା ମଧ୍ୟରେ ଏମିତି ହିଁ କିଛି ଘଟଣା ବାହାରିକି ସାମ୍ନାକୁ ଆସିଛି, ଯେଉଁଥିରେ ବିବାହିତ ମହିଳା ଆଉ 3 ଟି ପିଲାର ମାଆଙ୍କ ଉପରେ ପ୍ରେମର ନିଶା ଏମିତି ଚଢିଲା ଯେ ସେ ନିଜ ଘର-ପରବାର ସବୁ କିଛି ଛାଡିଦେଲେ ଆଉ ନିଜ ପ୍ରେମିକଙ୍କ ସହ ଚାଲିଗଲେ |

ପ୍ରକୃତ ରେ, ଆମେ ବର୍ତ୍ତମାନ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରୁ ବାହରିକି ସାମ୍ନାକୁ ଆସିଛି | ଏହି ମାମଲାକୁ ଜାଣିବା ପରେ ଆପଣ ମଧ୍ୟ ଚିନ୍ତା କରିବାରେ ଲାଗିଯିବେ | ଜଣେ ବିବାହିତ ମହିଳା ଯୁବକଙ୍କ ପ୍ରେମରେ ଏଭଳି ପାଗଳ ହୋଇଯାଇଥିଲେ ଯେ ସେ ନିଜ ସ୍ୱାମୀଙ୍କ ଘରକୁ ଛାଡିକରି
ପ୍ରେମିକଙ୍କ ସହ ଜୀବନ ବିତେଇବା ପାଇଁ ନିର୍ଣ୍ଣୟ ନେଇଗଲେ | ଏହି ବିବାହିତ ମହିଳା ଜଣଙ୍କ ନିଜର ତିନିଟି ପିଲା ଆଉ ସ୍ୱାମୀଙ୍କର ମଧ୍ୟ ଚିନ୍ତା ନକରି ନିଜ ପ୍ରେମିକକଙ୍କୁ ବିବାହ କରିନେଲେ |

ମହିଳା କହିଲେ – ସ୍ୱାମୀଙ୍କ ସହ ମୁ ଖୁସି ନୁହଁ :-

ଆମେ ଆପଣଙ୍କୁ କହି ରଖୁଛୁ ଯେ, ମହିଳା ଜଣକ ମେନପୁରୀର କରହଲ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁର ବାସିନ୍ଦା ଅଟନ୍ତି, ଯାହାଙ୍କର ବିବାହ 13 ବର୍ଷ ପୂର୍ବେ ହୋଇଥିଲା | ବିବାହ ପରେ ମହିଳା ଜଣଙ୍କ 3ଟି ପିଲର ମାଆ ଅଟନ୍ତି | ନିଜ ଘର ପରିବାରର ଚିନ୍ତା ନକରି
ମହିଳା ଜଣଙ୍କ ନିଜ ପ୍ରେମୀଙ୍କୁ ବିବାହ କରିନେଲେ | ପ୍ରକୃତରେ, ମହିଳା ଆଉ ତାଙ୍କ ପ୍ରେମିକ ମିଳି-ମିଶି କରି ରହୁଥିଲେ ଆଉ ଧୀରେ-ଧୀରେ ଏହି ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା |

ମହିଳା ଜଣଙ୍କ ଏଫିଡେବିଟ୍ ନେଇକରି ନିଜ ପ୍ରେମିକଙ୍କ ସହିତ ତହସିଲରେ ପହଞ୍ଜି ବିବାହ ବିଷୟରେ କହିଥିଲେ | ଏତିକି ନୁହେଁ ବରଂ ବରମାଳା ମଧ୍ୟ ନିଜ ସାଥିରେ ନେଇକରି ମହିଳା ଜଣଙ୍କ ସେଠାରେ ପହଞ୍ଜିଥିଲେ | ଯେତେବେଳେ ସ୍ୱାମୀଙ୍କୁ ଛାଡ଼ିକରି ପ୍ରେମିକଙ୍କ ସହ ବିବାହ କରିବାର କାରଣ ମହିଳାଙ୍କୁ ପଚରା ଗଲା ସେତେବେଳେ ମହିଳାଙ୍କ ଦ୍ୱାରା ଏହି ଉତ୍ତର ମିଳିଲା ଯେ ସେ ନିଜର ପ୍ରଥମ ସ୍ୱାମୀଙ୍କ ସହ ଖୁସିରେ ନାହାଁନ୍ତି |

ମହିଳା ଜଣଙ୍କ କହିଲେ କି ତାଙ୍କର ପ୍ରଥମ ସ୍ୱାମୀ ମଦ,ଗଞ୍ଜେଇ ନିଶାରେ ମାତାଲ ରୁହନ୍ତି | ସେ ନିଜ ପରିବାର ଉପରେ ଜମା ବି ଧ୍ୟାନ ଦିଅନ୍ତିନାହିଁ | କହିଲାଙ୍କ କହିବା କଥା ଏହା କି ସେ ନିଜର ଆଉ ନିଜ ପିଲାଙ୍କ ପେଟ କୁ ପୋଷି ପାରୁନାହାନ୍ତି | ସେ ବହୁତ ଚିନ୍ତିତ ହୋଇପଡିଛନ୍ତି
| 2ବର୍ଷ ପୂର୍ବରୁ ସେ ନିଜ ବାପାଙ୍କ ଘରକୁ ଯାଇ ରହିବାକୁ ଲାଗିଥିଲେ | ମହିଳା ଜଣଙ୍କ କହିଛନ୍ତି କି ବର୍ତ୍ତମାନ ସେ ତାଙ୍କ ପ୍ରେମିକଙ୍କ ସହିତ ହିଁ ନିଜ ଜୀବନ ବିତେଇବାକୁ ଚାହୁଁଛନ୍ତି |

ତିନି ପିଲାଙ୍କର ମାଆ ନିଜ ପ୍ରେମୀଙ୍କ ସହ ବିବାହ କରିବାକୁ ନେଇକରି ହେଉଛି ଅନେକ ଚର୍ଚ୍ଚା :-

ମହିଳାଙ୍କର ପ୍ରେମିକଙ୍କର କହିବା କଥା ଏହା ଯେ ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି | ଆଉ ମହିଳାଙ୍କ ପ୍ରେମିକ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଅତ୍ୟନ୍ତ ଚିନ୍ତିତ ଥିଲେ ଆଉ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି | ଆମେ ଏଫିଡେବିଟ୍ ଦେଇକରି ତହସିଲ ପରିସରରେ ବିବାହ କରିନେଲୁ | ଏବେ ମୁ ଆଉ ମୋ ପ୍ରେମିକା ପତି-ପତ୍ନୀ ରୂପରେ ସାଥିରେ ରହି ଜୀବନ ବିତାଇବୁ | ତିନି ପିଲାଙ୍କର ମାଆ ନିଜ ପ୍ରେମୀଙ୍କ ସହ ବିବାହ କରିବାକୁ ନେଇକରି ବହୁତ ଚର୍ଚ୍ଚା ହେଉଛି | ତହସିଲ ପରିସରରେ ଏହି ବିଷୟରେ ବହୁତ ଚର୍ଚ୍ଚା ଶୁଣିବାକୁ ମିଳୁଛି |

ମହିଳାଙ୍କର ପ୍ରଥମ ସ୍ୱାମୀ କହିଲେ ଏହି କଥା :-

ସେହିଠାରେ ମହିଳାଙ୍କର ପ୍ରଥମ ସ୍ୱାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀର ଗାଁରେ ହିଁ ରହୁଥିବା ସମ୍ପର୍କରେ ହେଉଥୁବା ଦିଅରଙ୍କ ସହ ଅଫେୟାର ଚାଲିଥିଲା ଆଉ ଉଭୟ ପରସ୍ପରଙ୍କ ସହ ମିଳି-ମିଶି ରହୁଥିଲେ | ସ୍ୱାମୀ କହିଲେ କି ତାଙ୍କୁ ଏହି କଥାର ଟିକେ ବି ସନ୍ଦେହ ହୋଇନାହିଁ | ସ୍ୱାମୀ କହିଲେ କି ଯେତେବେଳେ ସେ ଦୁହେଁ ରାଜି ଅଛନ୍ତି,ସେତେବେଳେ ଏମେ ବା ଏଥିରେ କଣ କରିପାରିବୁ | ଯେତେବେଳେ ସ୍ତ୍ରୀ ଦିଅରଙ୍କ ସହ ହିଁ ରହିବାକୁ ନିର୍ଣ୍ଣୟ ନେଇସାରିଛନ୍ତି, ତେବେ ଏଥିରେ ଆମ ଦ୍ୱାରା କିଛି ବି କରାଯାଇପରିବ ନାହିଁ |

Leave A Reply

Your email address will not be published.