ଆଇଆଇଟି ବୈଜ୍ଞାନିକଙ୍କ ଦାବି: ଜୁନ 22 ତାରିଖଠାରୁ ଆରମ୍ଭ ହେବ କରୋନାର ଚତୁର୍ଥ ଲହର, ଜାଣନ୍ତୁ କେବେ ହେବ ପିକ୍ ?

0

Get real time updates directly on you device, subscribe now.

ଆଇଆଇଟି କାନପୁର ର ବୈଜ୍ଞାନିକଙ୍କ ଦାବି ରହିଛି ଯେ କରୋନାର ଚତୁର୍ଥ ଲହର ଆସନ୍ତା ଜୁନ 22 ତାରିଖଠାରୁ ଆରମ୍ଭ ହୋଇପାରେ । ଅଗଷ୍ଟ 23 ତାରିଖ ପାଖାପାଖି ଚତୁର୍ଥ ଲହରର ପୀକ୍ ହେବ ଏବଂ ଅକ୍ଟୋବର 22 ତାରିଖ ବେଳକୁ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଫିକା ପଡିଯିବ । ବୈଜ୍ଞାନିକଙ୍କ ଏହି ଅନୁସନ୍ଧାନ ମେଡ ଆର୍କିବ ୱେବସାଇଟ ରେ ପ୍ରକାଶିତ ମଧ୍ୟ ହୋଇଛି ।

ତେବେ ଏହି ଦାବି ଉପରେ ସୂତ୍ର ମଡେଲରୁ କରୋନାର ସ୍ଥିତି ଜଣାଉଥିବା ଆଇଆଇଟି କାନପୁର ର ବରିଷ୍ଠ ବୈଜ୍ଞାନିକ ନିଜର ମତାମତ ଦେଇନାହାନ୍ତି । ସେ କହିଛନ୍ତି ଯେ ଏହି ରିପୋର୍ଟ୍ ତାଙ୍କର ନୁହେଁ । ଏହାପରେ ମନ୍ତବ୍ୟ ଦେବା ବର୍ତ୍ତମାନ ଠିକ୍ ନୁହେଁ ।

ଆଇଆଇଟି ର ଗଣିତ ଏବଂ ସଂଖ୍ୟା ବିଭାଗର ବୈଜ୍ଞାନିକ ଗ୍ୟସୀୟନ ବଣ୍ଟନ ପ୍ରଣାଳୀର ଆଧାରରେ କରୋନାର ଚତୁର୍ଥ ଲହରକୁ ନେଇ ଆକଳନ କରିଛନ୍ତି । ସେ ଏହି ଆକଳନ ପାଇଁ ଅଭର ୱାଲଡ ଇନ୍ ଡାଟା ଓଆରଜି ନାମକ ୱେବସାଇଟରୁ କରୋନାର ପ୍ରଥମ ଲହରରୁ ନେଇ ବର୍ତ୍ତମାନ ସୁଦ୍ଧାର ଗଣନାର ଡାଟା ପ୍ରସ୍ତୁତ କରି ଅଧ୍ୟୟନ କରିଛନ୍ତି ।

ପ୍ରୋ. ଶଳଭ ଏବଂ ପ୍ରୋ. ସୁଭ୍ରା ଶଙ୍କର ଧରଙ୍କ ନିର୍ଦ୍ଦେଶନାରେ ଅନୁସନ୍ଧାନକାରୀ ସବରା ପ୍ରସାଦ, ରାଜେଶ୍ ଅଧ୍ୟୟନ କୁ ଆଧାର କରି ଚତୁର୍ଥ ଲହରର ପୀକ ର ସମୟ ବାହାର କରିବା ପାଇଁ ବୁଟଷ୍ଟ୍ରେପ ପ୍ରଣାଳୀ ବ୍ୟବହାର କରିଛନ୍ତି ।

ତାଙ୍କ ଅନୁଯାୟୀ କରୋନା ସଂକ୍ରମଣ ର ପ୍ରଥମ ମାମଲା ବିଶ୍ୱରେ ପ୍ରଥମଥର 2019ରେ ସାମ୍ନାକୁ ଆସିଥିଲା । ଜିମ୍ବାୱେ ଏବଂ ଭାରତରେ ତୃତୀୟ ଲହର ଗଣନା ସହିତ ପ୍ରାୟ ସମାନ ଥିଲା ।

ବର୍ତ୍ତମାନ ଜିମ୍ବାୱେରେ ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି । ଏହି କାରଣରୁ ଜିମ୍ବାୱେର ଡାଟାକୁ ଆଧାର କରି ଟିମ୍ ଗାଶୀୟନ ବଣ୍ଟନ ମିଶ୍ରଣ ପ୍ରଣାଳୀକୁ ପ୍ରୟୋଗ କରି ଭାରତରେ ଚତୁର୍ଥ ଲହରର ଆକଳନ କରିଛି ।

Leave A Reply

Your email address will not be published.