ପୁଟିନ୍‌ଙ୍କ ପ୍ଲାନ୍‌ : ଜେଲେନସ୍କିଙ୍କୁ ହଟାଇ ପୂର୍ବତନ ରାଷ୍ଟ୍ରପତିଙ୍କୁ ବସାଇବେ ଶାସନ ଗାଦିରେ !

0

Get real time updates directly on you device, subscribe now.

ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ। ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଛି ଋଷ। କ୍ଵିଭ୍ ଉପରେ ହେଉଛି ଏପରି ଆକ୍ରମଣ ।

ତେବେ ଏଭଳି ଭାବେ ୟୁକ୍ରେନ୍‌କୁ ଆକ୍ରମଣ କରିବା ପଛରେ ଋଷ ର କୌଣସି କାରଣ ନାହିଁ ବୋଲି ଅନେକ ଭାବି ନେଇଛନ୍ତି । ଯେଉଁ କାରଣ ରୁଷିଆ ଦର୍ଶାଉଛି ତାହା ଯଥେଷ୍ଟ ନୁହେଁ । ୟୁକ୍ରେନ୍‌ ନାଟୋରେ ଯୋଗ ଦେବାକୁ ଚାହୁଁଥିବାରୁ ତାକୁ ବିରୋଧ କରି ଏଭଳି ତାଣ୍ଡବ କରୁଛି ରୁଷ୍‌ ବୋଲି ନିଜେ କହୁଚି । ଅନ୍ୟପକ୍ଷରେ ଆଉ କିଛି ଲୋକଙ୍କ ବିଶ୍ୱାସ, ପୁଟିନ୍‌ ପାଗଳ ହୋଇ ଯାଇଛନ୍ତି ।

ଫେବୃଆରୀ ୨୮ ସୋମବାର ପଡ଼ୋଶୀ ବେଲାଋଷ ରେ ଉଭୟ ଦେଶର ପ୍ରତିନିଧୀ ଦଳ ମଧ୍ୟ ଆଲୋଚନା ପାଇଁ ଏକାଠି ହୋଇଥିଲେ । କିନ୍ତୁ ଆଲୋଚନା ଫଳହୀନ ରହିଛି । ବାସ୍ତବରେ ରାଷ୍ଟ୍ରପତି ପୁଟିନ ଏହି ଆକ୍ରମଣକୁ ରୋକିବା ପାଇଁ ତିନୋଟି ସର୍ତ୍ତ ରଖିଛନ୍ତି । ୧. ୟୁକ୍ରେନ କୌଣସି ୟୁରୋପୀୟ ସଂଗଠନରେ ସାମିଲ ନା ହେଉ । ୨. କ୍ରିମିଆ ଉପରେ ଋଷର ଶାସନକୁ ସ୍ୱୀକୃତି ପ୍ରଦାନ । ୩. ୟୁକ୍ରେନ ନିଜର ସେନା ପ୍ରତ୍ୟାହାର କରୁ । କିନ୍ତୁ କୌଣସି ସର୍ତ ମାନିବାକୁ ନାରାଜ ୟୁକ୍ରେନ ।

ଯାହା ଫଳରେ ଆଜିକୁ ସାତ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚଳାଇଛି ରୁଷିଆ । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । ଜେନେଲସ୍କିଙ୍କ ଦୁଇ ପିଢ଼ି ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଥିଲେ ଭିକ୍ଟର ୟାନୁକୋଭିଚ୍‌ । ସେ ପୁଟିନ୍‌ ଙ୍କ ଅନୁଗତ ଭଳି କାମ କରୁଥିଲେ । ତେଣୁ ୟୁକ୍ରେନ୍‌ ଦଖଲ ପରେ ତାଙ୍କୁ ହିଁ ଶାସନ କ୍ଷମତା ଦେବା ଲାଗି ରୁଷିଆ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ।

୧୯୯୧ ମସିହାରେ ସୋଭିଏତ ୟୁନିଅନ ଭାଙ୍ଗିବା ପରେ ୟୁକ୍ରେନ୍‌ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା । ଭିକ୍ଟର ୟୁକ୍ରେନ୍‌ର ଚତୁର୍ଥ ରାଷ୍ଟ୍ରପତି ଥିଲେ । ତେବେ ଏହି ପୂର୍ବତନ ରାଷ୍ଟ୍ରପତି ଙ୍କୁ ଶାସନ ଭାର ଦେଲେ ପୁଟିନ ଙ୍କ ର ସବୁ କିଛି ସୁବିଧା ହେବ । ତେଣୁ ସେ ଏହି ଯୁଦ୍ଧ ଚଳାଇଛନ୍ତି ଓ ରୋକୁନାହାନ୍ତି ।

Leave A Reply

Your email address will not be published.