ଭାରତ ସରକାରଙ୍କ ମନ୍ତ୍ରଣାଳୟରେ ନିଯୁକ୍ତି ସୁଯୋଗ,ଜଲଦି ଜଲଦି ଆବେଦନ କରନ୍ତୁ !

0

Get real time updates directly on you device, subscribe now.

କେନ୍ଦ୍ର ମନ୍ତ୍ରଣାଳୟରେ ଆସିଲା ଚାକିରି କରିବାର ସୁଯୋଗ। SSC ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା Combined Higher Secondary (10 + 2) ସ୍ତରୀୟ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଟିୟର -୧ ପରୀକ୍ଷା ହେବ। ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ଏହି ପରୀକ୍ଷାରେ ସମୁଦାୟ ଚାରୋଟି ବିଭାଗ ରହିବ। ପ୍ରଥମ ପେପରରେ ଇଂରାଜୀ ଭାଷା (ମୌଳିକ ଜ୍ଞାନ) ପରୀକ୍ଷା ହେବ, ଯେଉଁଥିରେ ସମୁଦାୟ ୨୫ଟି ଲେଖାଏଁ ପ୍ରଶ୍ନ ପଚରାଯିବ। ପ୍ରତ୍ୟେକ ପ୍ରଶ୍ନ ଦୁଇଟି ଲେଖାଏଁ ମାର୍କ ରହିବ।

ଦ୍ୱିତୀୟ ପେପରରେ ପିଲାଙ୍କର ଜେନେରାଲ ଇଣ୍ଟେଲିଜେନ୍ସର ପରୀକ୍ଷା ନିଆଯିବ। ଏହି ପେପରରେ ମଧ୍ୟ ଦୁଇ ମାର୍କ ଯୁକ୍ତ ୨୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। Basic Arithmetic Skill ଉପରେ ଛାତ୍ରଛାତ୍ରୀ ତୃତୀୟ ପେପର ପରୀକ୍ଷା ଦେବେ। ତୃତୀୟ ପେପରରେ ମଧ୍ଯ ଦୁଇ ମାର୍କର ୨୫ଟି ପ୍ରଶ୍ନ ଆସିବ। ସେହିଭରି ଟିୟର-୧ ପେପରେ General Awareness ଉପରେ ପରୀକ୍ଷା କରାଯିବ, ଯେଉଁଥିରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ସମୁଦାୟ ୨୫ଟି ପ୍ରଶ୍ନ ପଚରାଯିବ। ପ୍ରଥମ ପର୍ଯ୍ୟାୟର ୧୦୦ଟି ଲେଖାଏଁ ପ୍ରଶ୍ନ ସହିତ ସମୁଦାୟ ୨୦୦ ମାର୍କର ପରୀକ୍ଷା ହେବ।

ସମସ୍ତ ପ୍ରଶ୍ନର ଅବଜେକ୍ଟିଭ ସହ ମଲ୍ଟିପଲ୍ ଚୟସ ମଧ୍ୟ ଆସିବ। ପରୀକ୍ଷାର ଉତ୍ତର ଦେବା ପାଇଁ ଛାତ୍ରଛାତ୍ରୀ ଏକ ଘଣ୍ଟା ପାଇବେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ପରୀକ୍ଷାରେ ନେଗେଟିଭ ମାର୍କି ଅଛି। ଗୋଟିଏ ଭୁଲ ଉତ୍ତର ପାଇଁ ଅଧା ମାର୍କ (0.50) କାଟି ଦିଆଯିବ।

Combined Higher Secondary (10+2) Level Examination-2022:-

ପୋଷ୍ଟ ଗୁଡିକର ନାମ:-

ଲୋୟର ଡିଭିଜନାଲ କ୍ଲର୍କ / ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ, ଡାକ ସହାୟକ / ସର୍ଟିଂ ସହାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି ।

ଶିକ୍ଷାଗତ ଯୋଗ୍ୟତା:-

ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ କିମ୍ବା ଏହାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏକାସଙ୍ଗରେ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ବିଜ୍ଞାନ ବିଭାଗର ଦ୍ୱାଦଶ ଶ୍ରେଣୀ ପାସ କରିବା ଜରୁରୀ।

ବୟସ ସୀମା:-

୧ ଜାନୁଆରୀ ୨୦୨୨ ମସିହା ମଧ୍ୟରେ ପ୍ରାର୍ଥୀମାନଙ୍କର ବୟସ ୧୮-୨୭ ବର୍ଷ ମଧ୍ୟରେ ହେବା ଉଚିତ।

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ:-

ମାର୍ଚ୍ଚ ୭, ୨୦୨୨

ଆବେଦନ କିପରି କରିବେ:-

ଉପରୋକ୍ତ ପୋଷ୍ଟଗୁଡିକ ପାଇଁ କେବଳ ଆପଣ ଅନଲାଇନରେ ଆବେଦନ କରିପାରିବେ। ବିସ୍ତୃତ ଆବେଦନର ସୂଚନା ପାଇବା ପାଇଁ https://ssc.nic.in ଭିଜିଟ କରନ୍ତୁ।

Leave A Reply

Your email address will not be published.