ଘୋଷଣା ହେଲା ତାରିଖ : ମାର୍ଚ୍ଚ ୨୬ ରୁ ଆରମ୍ଭ ହେବେ ଆଇପିଏଲ୍,ଟ୍ରଫି ପାଇଁ ଲଢିବେ ୧୦ ଟିମ୍,ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆଇପିଏଲ ୨୦୨୨ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ବ ହେବ। ଆଇପିଏଲର ତାରିଖ ହେଲା ଘୋଷଣା। ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଗୁରୁବାର ଦିନ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତିକୁ ନିଆଯାଇଛି। ୧୦ଟି ଦଳ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ କରାଯିବ।

ଶ୍ରୀଲଙ୍କା ବିପକ୍ଷରେ ଭାରତର ଦ୍ୱିପାକ୍ଷିକ ସିରିଜର ୧୧ ଦିନ ପରେ ଅର୍ଥାତ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ତେବେ ଫାଇନାଲ ମ୍ୟାଚର ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ମାର୍ଚ୍ଚ ମାସ ୧୫ ତାରିଖରେ ଶେଷ ହେବ। ଏହା ପରେ ଭାରତୀୟ ଖେଳାଳିମାନେ ନିଜ ନିଜର ଫ୍ରାଞ୍ଚାଇଜି ସହିତ ଯୋଗ ଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ।

ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହେବ। ଲିଗ ମ୍ୟାଚ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ୫୫ଟି ମ୍ୟାଚ ମୁମ୍ବାଇରେ ଖେଳାଯିବାକୁ ଥିବା ସମୟରେ ପୁନେରେ ୧୫ଟି ମ୍ୟାଚ ଅନୁଷ୍ଠିତ ହେବ।ଆଇପିଏଲର

ମେ’ ୨୯ ତାରିଖରେ ଫାଇନାଲ ଖେଳାଯିବ। ତେବେ ଫାଇନାଲ ଓ ପ୍ଲେଅଫ ପାଇଁ ତାରିଖ ଓ ସ୍ଥାନର ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ। କିନ୍ତୁ ରିପୋର୍ଟ ଅନୁସାରେ ଏସବୁ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ।

Leave A Reply

Your email address will not be published.