NTPCରେ ନିଯୁକ୍ତି ସୁଯୋଗ,ଜାଣନ୍ତୁ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି ।

ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।

ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।

NTPC ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଆବେଦନ କରିବାର ଶେଷ ତାରିଖ ମେ’ ୫ ତାରିଖ ରହିଥିବାବେଳେ NTPC ଲିମିଟେଡ୍ ପାଇଁ ମାଇନିଂ ଓଭରମ୍ୟାନ୍, ଓଭରମ୍ୟାନ୍ ମାଗାଜିନ, ମେକାନିକାଲ୍ ସୁପରଭାଇଜର ପରି ବିଭିନ୍ନ ପଦବୀ ସୃଷ୍ଟି କରିଛି NTPC ।

*ପଦବୀ ଗୁଡ଼ିକ ହେଲା:-

ମାଇନିଂ ଓଭରମ୍ୟାନ୍: ୮୪ଟି ପଦବୀ

ଓଭରମ୍ୟାନ୍ ମାଗାଜିନ: 7ଟି ପଦବୀ

ମେକାନିକାଲ୍ ସୁପରଭାଇଜର: ୨୨ଟି ପଦବୀ

ଇଲେକ୍ଟ୍ରିକାଲ୍‌ ସୁପରଭାଇଜର: ୨୦ଟି ପଦବୀ

ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶକ: ୩ଟି ପଦବୀ

ଖଣି ସର୍ବେକ୍ଷଣ: ୯ଟି ପଦବୀ

ଖଣି ସିରଦାର: ୭ଟି ପଦବୀ

*ଶିକ୍ଷାଗତ ଯୋଗ୍ୟତା:-

ମାଇନିଂ ଓଭରମ୍ୟାନ୍‌ରେ ଆବେଦନ କରିବକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ସେହିପରି SC / ST ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ମେକାନିକାଲ୍ ଏବଂ ପ୍ରଡକ୍ସନ୍ ଇଞ୍ଜିନିୟରିଂରେ ଫୁଲ୍ ଟାଇମ୍ ଡିପ୍ଲୋମା ରହିବା ଜରୁରୀ ବୋଲି କୁହାଯାଇଛି ।

*ଜରୁରୀ ତାରିଖ:- ମେ’ ୫ ତାରିଖ

*ଆବେଦନ ପ୍ରଣାଳୀ:-

ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ careers.ntpc.co.in କିମ୍ବା ntpc.co.in ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ଅପଲୋଡ୍‌ କରିବାକୁ ହେବ । ଏଥିପାଇଁ ହେଲ୍ପଲାଇନ୍‌ ମଧ୍ୟ ଜାରି କରାଯାଇଛି । ୦୬୫୧୨୭୭୧୪୯୦ରେ କଲ୍‌ କରିପାରିବେ ।

Leave A Reply

Your email address will not be published.