ନିତା ଅମ୍ବାନୀଙ୍କୁ ମେକଅପ କରି ପ୍ରତିଦିନ ଏତେ ଟଙ୍କା ନିଅନ୍ତି ମେକଅପ ଆର୍ଟିଷ୍ଟ, ଜାଣିବା ପରେ ଉଡିଯିବ ଆପଣଙ୍କ ହୋସ

0

Get real time updates directly on you device, subscribe now.

ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କୁ କିଏ ବା ନଜାଣିଛି। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏକ ସଫଳ ମହିଳା ବ୍ୟବସାୟୀ ଅଟନ୍ତି। ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟର ମଧ୍ଯ ବହୁତ ପ୍ରଶଂସା କରନ୍ତି। 3ଟି ପିଲାର ମାଆ ହୋଇ ମଧ୍ୟ ନୀତା ଅମ୍ବାନୀ କୌଣସି ହିରୋଇନଙ୍କ ଠାରୁ କମ୍ ନୁହଁନ୍ତି।

ତେବେ ନିତା ଅମ୍ବାନୀଙ୍କୁ କିଏ ଏପରି ମେକଅପ କରେ ଯେ ଯାହାଫଳରେ ନିତା ଏତେ ସୁନ୍ଦର ଦେଖାଯାଆନ୍ତି। ଏହି ସୁନ୍ଦରତା ପଛରେ କାହାର ହାତ ଅଛି?ତେବେ ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ମେକଅପ୍ ଆର୍ଟିଷ୍ଟ କିଏ ଏବଂ ତାଙ୍କ ଦରମା କେତେ?

ନୀତା ଅମ୍ବାନୀ ଏବେ 59 ବର୍ଷ ବୟସ୍କ ମହିଳା ଅଟନ୍ତି କିନ୍ତୁ ତଥାପି ବହୁତ ସୁନ୍ଦର ଅଟନ୍ତି। ତେବେ ତାଙ୍କର ଏହି ସୁନ୍ଦରତା ପଛରେ ମିକି କଣ୍ଟ୍ରାକ୍ଟରଙ୍କରହାତ ଅଛି । ସେ ଅମ୍ବାନୀ ପରିବାରର ପର୍ସନାଲ ମେକଅପ ଆର୍ଟିଷ୍ଟ ଅଟନ୍ତି। ଖାଲି ନୀତା ଅମ୍ବାନୀ ନୁହନ୍ତି ବରଂ ତାଙ୍କ ଘରର ପ୍ରତ୍ୟକ ଝିଅ,ବୋହୁଙ୍କର ସେ ମେକଅପ କରନ୍ତି।

ଏହା ପୂର୍ବରୁ ମେକଅପ ଆର୍ଟିଷ୍ଟ ମିକି ଟୋକିଓରେ ଏକ ହେୟାର ଡ୍ରେସର ଭାବେ କାମ କରୁଥିଲେ। ଏହାପରେ ସେ ହେଲେନଙ୍କୁ ଭେଟିବା ପରେ ତାଙ୍କ ପରାମର୍ଶକ୍ରମେ ସେ ଫିଲ୍ମ ଇଣ୍ତଷ୍ଟ୍ରିକୁ ଆସିଥିଲେ। ତେବେ ବର୍ତ୍ତମାନ ମିକି ଜଣେ ଜଣାସୁଣା ମେକଅପ ଆର୍ଟିଷ୍ଟ ଅଟନ୍ତି।

ରିପୋର୍ଟ ଅନୁସାରେ ମିକି ଜଣଙ୍କୁ ମେକଅପ କରିବା ଲାଗି ପ୍ରାୟତଃ 75000ରୁ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଆନ୍ତି। ତେବେ ଅମ୍ବାନୀ ପରିବାର ବ୍ୟତୀତ ସେ ଦୀପିକା ପାଦୁକୋନ, କରୀନା କପୁର , ଐଶ୍ବର୍ଯ୍ୟା ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କ ମେକଅପ ମଧ୍ୟ କରନ୍ତି।

Leave A Reply

Your email address will not be published.