୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ,ପ୍ରବଳ ବର୍ଷିବ, ୫୦ କିମି ବେଗରେ ପବନ ବହିବ !

0

Get real time updates directly on you device, subscribe now.

ଆମ ପ୍ରକୃତି କେଉଁ ଆଦିମ କାଳରୁ ଆମ ସମାଜର ଅଂଶ ରହିଆସିଛି।ପ୍ରକୃତିରେ କେତେବେଳେ କଣ ହେବ ତାକୁ କେହିବି ଜାଣିନାହାନ୍ତି। କିଛିଦିନ ପୂର୍ବରୁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

କିନ୍ତୁ ଏବେ କାଳବୈଶାଖୀ ହେତୁ ଟିକେ ଗରମରୁ ଆଶ୍ୱସ୍ତି ମିଳିଛି।ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଉପକୂଳବର୍ତ୍ତି ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

ତାପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ସୂଚନା ଦେଇଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପବନ ହୋଇଥିବାରୁ ତାପମାତ୍ରା ତଳକୁ ଖସିଛି।

ମୋଟାମୋଟି ଭାବେ କହିବାକୁ ଗଲେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆଜିବି ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହି ଜିଲ୍ଲା ଗୁଡ଼ିକ ହେଉଛି କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ସତର୍କ କରାଯାଇଛି।

କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ରହିଛି।ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି।

ତେବେ ଅରେଂଜ ଓ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏବଂ ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

ତାପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ଦ୍ଵାରା ପୂର୍ବାନୁମାନ କରାଯାଇଛି। ଭଦ୍ରକ,ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି।

Leave A Reply

Your email address will not be published.