ATM କାର୍ଡଧାରୀଙ୍କ ପାଇଁ ଖୁସି ଖବର : ବ୍ୟାଙ୍କ ଆପଣଙ୍କୁ ଦେଉଛି ୫ ଲକ୍ଷ ଟଙ୍କାର ଫାଇଦା,ଜାଣନ୍ତୁ କିପରି କରିବେ ଆବେଦନ ?

0

Get real time updates directly on you device, subscribe now.

ଆପଣ ଜାଣନ୍ତି କି ଆପଣଙ୍କ ପକେଟରେ ଥିବା ଏଟିଏମ୍ କାର୍ଡ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଦେଇପାରେ । ଏହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, କିନ୍ତୁ ଏହା ସତ୍ୟ । ଏଟିଏମ୍ କାର୍ଡ କେବଳ ଆପଣଙ୍କ ନଗଦ କାରବାରକୁ ସୁବିଧାଜନକ ଓ ସୁରକ୍ଷିତ କରେ ନାହିଁ ବରଂ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମଧ୍ୟ ଯୋଗାଇଥାଏ ।

ଏଟିଏମ୍ ବୀମା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି, ଯାହା ସାହାଯ୍ୟରେ ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । ଏହାକୁ କିପରି ଆପ୍ଲାଏ କରିବେ ଆମେ ଆପଣଙ୍କୁ କହିବୁ ।

ଆରବିଆଇ ନିୟମ ଅନୁଯାୟୀ, ଏଟିଏମରେ ବୀମା ଯୋଗାଇବା ବାଧ୍ୟତାମୂଳକ ଅଟେ । ନିୟମ ଅନୁଯାୟୀ, ଯଦି ଆପଣ ଅତି କମରେ ୪୫ ଦିନ କୌଣସି ଜାତୀୟକରଣ କିମ୍ବା ଅଣ-ଜାତୀୟକରଣ ବ୍ୟାଙ୍କର ଏଟିଏମ୍ କାର୍ଡ ବ୍ୟବହାର କରିଛନ୍ତି, ତେବେ ଆପଣ ଏହି ବୀମା ପାଇବାକୁ ହକଦାର ।

ଏଥିପାଇଁ ଆପଣ କେତେ କ୍ଲେମ ପାଇବେ, ଏହା ଆପଣଙ୍କ ଏଟିଏମ୍ କାର୍ଡର କ୍ୟାଟେଗରୀ ଉପରେ ନିର୍ଭର କରେ । ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ତିନୋଟି ବର୍ଗରେ ଏଟିଏମ୍ କାର୍ଡ ପ୍ରଦାନ କରନ୍ତି । କ୍ଲାସିକ୍, ପ୍ଲାଟିନମ୍ ଓ ନର୍ମାଲ୍ କାର୍ଡ ।

ପ୍ରତ୍ୟେକ କାର୍ଡରେ ବୀମା ରାଶି ଅଲଗା ଅଟେ । ଉଦାହରଣ ସ୍ୱରୂପ, ସାଧାରଣ ମାଷ୍ଟର କାର୍ଡରେ କେବଳ ୫୦ହଜାର ଟଙ୍କା ବୀମା ମିଳିଥାଏ । କ୍ଲାସିକ୍ ଏଟିଏମ୍ କାର୍ଡରେ ୧ଲକ୍ଷ ଟଙ୍କା ବୀମା ଏବଂ ଭିସା କାର୍ଡରେ ୧.୫ ରୁ ୨ଲକ୍ଷ ଟଙ୍କା ବୀମା ଉପଲବ୍ଧ ଥିବାବେଳେ ପ୍ଲାଟିନମ୍ କାର୍ଡରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଉପଲବ୍ଧ ।

ଏହା ବ୍ୟତୀତ ରୁପେ କାର୍ଡରେ ୧ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରହିଥାଏ । ନିୟମ ଅନୁଯାୟୀ, ଯଦି ଏଟିଏମ୍ କାର୍ଡ ଧାରକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ, ତେବେ କାର୍ଡର ବର୍ଗ ଅନୁଯାୟୀ ବୀମା ରାଶି ତାଙ୍କ ପରିବାରକୁ ଦିଆଯିବ ।

କାର୍ଡର ବର୍ଗ ଅନୁଯାୟୀ ଏହି ରାଶି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ, ଯଦି କାର୍ଡ ଧାରକ ଅକ୍ଷମ ହୋଇଯାଆନ୍ତି, ତେବେ ତାଙ୍କୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ । ଏହାକୁ କ୍ଲେମ କରିବା ପାଇଁ, କାର୍ଡଧାରୀଙ୍କ ପରିବାର କିମ୍ବା କାର୍ଡଧାରୀଙ୍କୁ ବ୍ୟାଙ୍କକୁ ଯାଇ ଏହି ବିଷୟରେ କ୍ଲେମ କରିବାକୁ ପଡିବ । କାର୍ଡଧାରୀଙ୍କ ନୋମିନିଙ୍କୁ ସଂପୃକ୍ତ ବ୍ୟାଙ୍କକୁ ଯାଇ ଏ ବାବଦରେ କ୍ଲେମ କରିବା ସହ ଫର୍ମ ପୂରଣ କରିବାକୁ ପଡିବ

ବ୍ୟାଙ୍କକୁ କାର୍ଡଧାରୀଙ୍କ ଚିକିତ୍ସାର ପ୍ରମାଣ ଏବଂ ପୋଲିସ ନିକଟରେ ଦାଖଲ ହୋଇଥିବା ଦୁର୍ଘଟଣା ଅଭିଯୋଗର ଏକ ନକଲ ପ୍ରଦାନ କରିବାକୁ ପଡିବ । ମୃତ୍ୟୁ କ୍ଷେତ୍ରରେ, ବାସସ୍ଥାନ ପ୍ରମାଣପତ୍ର, ଏଫଆଇଆର କପି ଓ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ପଡିବ । କାଗଜପତ୍ର ଦେବା ପରେ ବ୍ୟାଙ୍କ କାର୍ଡ ଧାରକ କିମ୍ବା କାର୍ଡ ଧାରକଙ୍କ ନୋମିନିଙ୍କୁ ବୀମା ରାଶି ପ୍ରଦାନ କରିବେ ।

Leave A Reply

Your email address will not be published.