ବର୍ଷିବ ଟଙ୍କା : ମୋଦି ସରକାର ଆଜି ଦେବେ ବଡ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା

0

Get real time updates directly on you device, subscribe now.

କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି ।

ଜାଣିବା ପାଇଁ ଖବରଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ । ଆଜି ଅର୍ଥାତ ମାର୍ଚ୍ଚ ୨୨ ନବରାତ୍ରିର ପ୍ରଥମ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବୈଠକ ହୋଇଛି । ଯାହା ଉପରେ ମୋହର ଲାଗିବାର ଶୁଣିବାକୁ ମିିଳିଛି ।

ଏହା ପରେ ହିଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି ।

ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଆଜି ଏହା ଉପରେ ମୋହର ଲାଗିବାର ସମ୍ଭାବନା । ଏହା ପରେ ହିଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ ।

ବୈଠକ ପରେ ଦରମା ବୃଦ୍ଧି ପାଇବ । ଲକ୍ଷ ଲକ୍ଷ ପେନସନଭୋଗୀ ଓ କର୍ମଚାରୀ ଏଥିରୁ ସିଧାସଳଖ ଉପକୃତ ହେବେ । ଏହି ବୈଠକରେ ୪ ପ୍ରତିଶତ ମହଙ୍ଗା ଭତ୍ତା ଅନୁମୋଦନ ମିଳିବ । ଏହା ପରେ ହିଁ ଏହି ବିଜ୍ଞପ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯିବ ।

ସରକାର କହିଛନ୍ତି ଯେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବ । ଆପଣଙ୍କୁ କହି ରଖୁଛୁ ଯେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦ ଟଙ୍କା, ତା’ହେଲେ ତାଙ୍କ ବେତନରେ ମାସକୁ ୭୨୯ ଟଙ୍କା ବୃଦ୍ଧି ହେବ ।

ଅର୍ଥାତ୍ କର୍ମଚାରୀଙ୍କ ବାର୍ଷିକ ବେତନରେ ୮,୬୪୦ ଟଙ୍କା ବୃଦ୍ଧି ହେବ । ଅନ୍ୟପକ୍ଷରେ, ଯଦି କର୍ମଚାରୀଙ୍କ ବେତନ ମାସକୁ ୫୬,୯୦୦ ଟଙ୍କା, ତା’ହେଲେ ସେମାନଙ୍କ ଦରମା ମାସିକ ୨୨୭୬ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ବେତନ ୨୭,୩୧୨ ଟଙ୍କା ବୃଦ୍ଧି ପାଇବ । ବେତନ ବୃଦ୍ଧି ପାଇଁ ସରକାର ଖୁବ ଶୀଘ୍ର ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ, ଯେ ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୁଏ । ସେମାନଙ୍କ ମହଙ୍ଗା ଭତ୍ତା ୪୨ ପ୍ରତିଶତରେ ପହଞ୍ଚିବ । ଜୁଲାଇ ୨୦୨୨ରେ ମଧ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଡିଏ ଓ ଡିଆର୍ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

Leave A Reply

Your email address will not be published.