ମାଆ ପେଟରୁ ଗାୟବ ହୋଇଗଲା ପିଲା,୧୦ ମାସର ଗର୍ଭ-ବତୀକୁ କହିଲେ ପେଟରେ ଗ୍ୟାସ୍ ଅଛି ପିଲା ନାହିଁ।

0

Get real time updates directly on you device, subscribe now.

ଜଣେ ଗର୍ଭବତୀ ମହିଳାଙ୍କ ୯ ମାସ ପରେ ପ୍ରସବ ପାଇଁ ଆସିଥିବା ସମୟରେ ପ୍ରସବ ହେବ ବୋଲି କହି ତାଙ୍କୁ ଭିତରକୁ ନେଇଥିଲେ କିନ୍ତୁ ପରେ ଆସି କହିଥିଲେ କି ସେହି ପ୍ରସୂତି ମହିଳାଙ୍କ ପେଟରେ ପିଲା ନାହିଁ।ତାଙ୍କ ପେଟରେ କେବଳ ଗ୍ୟାସ ଥିଲା।କୌଣସି ପିଲା ସେଥିରେ ନଥିଲା ଯାହା ଶୁଣିବା ପରେ ସେ ପ୍ରସୂତି ମହିଳାଙ୍କ ପରିବାର ଲୋକ ଆଚମ୍ବିତ ହୋଇଯାଇଛନ୍ତି।

ଏଭଳି ଏକ ଘ-ଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ ଯେଉଁଠି ଜଣେ ପିଲାକୁ ତା ମା ପାଖରୁ ଅଲଗା କରିଦେଇଛନ୍ତି ମେଡିକାଲ୍ ଷ୍ଟାଫ୍ ଏବଂ କହୁଛନ୍ତି ତା ପେଟରେ ଗ୍ୟାସ ରହିଛି ।

ତାର ନିରାକରଣ ପାଇଁ ତାଙ୍କୁ ମାଲକାନଗିରି ବଡ଼ ହସ୍ପିଟାଲକୁ ରେଫର ମଧ୍ୟ କରିଦେଇଥିଲେ।କିନ୍ତୁ ତାଙ୍କ ପରିବାର ଲୋକ କହିଛନ୍ତି କି ପେଟରେ ପିଲା ଥିଲା,ପ୍ରସବ ଏକ ଘଣ୍ଟା ମଧ୍ୟରେ ହେବା ବୋଲି କହିବାରୁ ଆମେ ତାକୁ ଆଣିଥିଲୁ। କିନ୍ତୁ ଏବେ କୁହାଯାଉଛି କି ତାଙ୍କ ପେଟରେ ପିଲା ନାହିଁ।ଆମେ କାହିଁକି ମାଲକାନଗିରି ହସ୍ପିଟାଲ ଯିବୁ।ତମେ ଆମକୁ ଆମ ପିଲା ଆଣି ଦିଅ।

ସେହି ପ୍ରସୂତିଙ୍କ ସ୍ବାମୀ କହିବା ମୁତାବକ ତାଙ୍କ ସ୍ତ୍ରୀଙ୍କୁ ସେହି ହସ୍ପିଟାଲରେ ଥିବା ANM ପ୍ରତ୍ୟେକ ମାସ ଚେକ୍ ଅପ୍ କରୁଥିଲେ ଏବଂ ତାଙ୍କ ପିଲା ସୁର-କ୍ଷିତ ଅଛି ବୋଲି କହୁଥିଲେ। କିନ୍ତୁ ଆଜି ପ୍ରସବ ହେବା ବୋଲି କହି ତାଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ଭିତରୁ ନେଇଥିଲେ ଏବଂ ବେହୋସ୍ କରି ଅଲଟ୍ରାସାଉଣ୍ଡ କରିଥିଲେ।

ଅଲଟ୍ରାସାଉଣ୍ଡକୁ ଯିବା ପୂର୍ବରୁ ତାଙ୍କୁ ସାଲାଇନ ମଧ୍ୟ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଏକ ଘଣ୍ଟା ପରେ ପ୍ରସବ ହେବ। କିନ୍ତୁ ଅଲଟ୍ରାସାଉଣ୍ଡ ପରେ କହିଲେ କି ତାଙ୍କ ପେଟରେ ପିଲା ନୁହେଁ ବରଂ ଗ୍ୟାସ ରହିଛି।କିନ୍ତୁ ସେହି ମହିଳାଙ୍କ ସ୍ବାମୀ କହିଛନ୍ତି ଯଦି ପେଟରେ ପିଲା ନାହିଁ ତାହେଲେ ତାଙ୍କ ପ୍ରତ୍ୟେକ ମାସ ଟୀକା କାହିଁକି ଦିଆ ଯାଉଥିଲା ଏବଂ କାହିଁକି ତାଙ୍କ ଯତ୍ନ ନେବାକୁ କହୁଥିଲେ।

ଡକ୍ଟରଙ୍କ ସହ ପରାମର୍ଶରେ କହିଥିଲେ ଯେ ସେହି ମହିଳା ପୂର୍ବରୁ ଜଣକୁ ବିବାହ କରିଥିଲେ ।ତାଙ୍କର ଦୁଇଟି ପିଲା ହେବା ପରେ ସେ ଫେମିଲି ପ୍ଲାନିଂ କରି ଅପରେସନ କରିଥିଲେ ଯାହା ପରେ ପିଲା ହେବା କିମ୍ବା ପ୍ରେଗ-ନେଣ୍ଟ ହେବା କଥା ନୁହେଁ।

କିନ୍ତୁ ଏମାନେ ANMକୁ ଚୁଡ଼ା ,ଅଣ୍ଡା ଭଳି ସରକାର ତରଫରୁ ମିଳୁଥିବା ପଦାର୍ଥ ପାଇଁ ଜୋର୍ ଜବ-ରଦସ୍ତ କରିବା ହେତୁ ANM ତାଙ୍କ ନାମ ରେଜିଷ୍ଟ୍ରେସନ କରିଥିଲେ।ଡକ୍ଟର କହିଛନ୍ତି ଯେ ଏହି କଥାର କିଛି ଆଲୋଚନା କରି ପଦକ୍ଷେପ ନିଆଯିବ।ସତରେ କଣ ମଣିଷ ଟଙ୍କା ଲୋଭରେ ଏମିତି ଅନ୍ଧ ହୋଇଯାଇଛି କି ସେ ମା ଠାରୁ ପିଲାକୁ ଅଲଗା କରିବାକୁ ପଛାଉନାହିଁ।

ମଣିଷ ସତରେ ନିଜ ମାନବିକତାକୁ ଭୁଲି ବସିଛି। ଏବେ ପ୍ରବଳ ମାତ୍ରାରେ ପିଲା ଚୋ-ରି କରାଯାଉଛି ଏବଂ ଏଥିରେ ହସ୍ପିଟାଲ କର୍ମଚାରୀ ମଧ୍ୟ ସାମିଲ ହେଉଛନ୍ତି।ଏହି ଘଟ-ଣାରେ ସେମିତି କିଛି ଘଟିଛି ନ ସତରେ ଗ୍ୟାସ ଥିଲା ତାହା ଆଲୋଚନା ପରେ ଜଣାପଡ଼ିବ।

Leave A Reply

Your email address will not be published.