ପରୀକ୍ଷା ନଦେଇ ପିଲା ବାହାହେଲେ……

0

Get real time updates directly on you device, subscribe now.

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ 18 ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନଥିଲେ ଯାହା ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା। ପିଲାମାନେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ ମଧ୍ୟ କାହିଁକି ପରୀକ୍ଷା ଦେବାକୁ ଆସିଲେ ନାହିଁ ତାହାର ଖୋଳତାଡ଼ ହୋଇଥିଲା। ତେବେ ଏହିପରି ଖୋଜାଖୋଜି ସମୟରେ କିଛି ପିଲା ନଜର ଆସିଥିଲେ ଯେଉଁମାନେ ପରୀକ୍ଷା ଦେଇନାହାନ୍ତି।ତେବେ ଆସନ୍ତୁ ଜାଣିବା।

ସୁମନ୍ତ କୁମାର ନାୟକ।:

ଧରାକୋଟ ବ୍ଲକ ସରଧାପୁର ପ୍ରସ୍ତାବିତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ହେଉଛନ୍ତି ସୁମନ୍ତ କୁମାର ନାୟକ । ମାଟ୍ରିକ ବୋର୍ଡ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ଇଟାଭାଟିରେ କାମ କରିବାକୁ ଚାଲିଯିବାରୁ ପରୀକ୍ଷା ଦେଇପାରି ନାହାନ୍ତି।

ତେବେ ସୁମନ୍ତଙ୍କ ବାପା କହିଥିଲେ ଯେ ଆର୍ଥିକ ପରିସ୍ଥିତ ଠିକ ନଥିବାରୁ ଆମେ ପୁଅକୁ ପାଠ ପଢ଼ାଇ ପରିଲୁନାହିଁ। ତଥାପି ଆମେ ଦଶମ ପରୀକ୍ଷା ଦେବାକୁ ପୁଅକୁ କହିଥିଲୁ କିନ୍ତୁ ସେ ଆଉ ରାଜି ହେଲା ନାହିଁ।

ନନ୍ଦିନୀ ଡାକୁଆ।:

ଧରାକୋଟ ବ୍ଲକ ସୁନାପଲ୍ଲି ଗାଁର ଦଶମ ଶ୍ରେଣୀ ଛାତ୍ରୀ ନନ୍ଦିନୀ ଡାକୁଆ । ସେ ଫର୍ମଫିଲଅପ୍ କରିଥିଲେ ମଧ୍ୟ ପରୀକ୍ଷା ଦେଇନାହାଁନ୍ତି। ନନ୍ଦିନୀ ଶାରିରୀକ ଭାବେ ଅସୁସ୍ଥ ଥିବାରୁ ତାଙ୍କୁ ସହଯୋଗ କରିବା ପାଇଁ ଆଉ ଜଣେ ତାଙ୍କ ସହ ଯିବାକୁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରୀକ୍ଷା କେନ୍ଦ୍ରରେ ସହଯୋଗୀଙ୍କୁ ନଛାଡିବାରୁ ନନ୍ଦିନି ପରୀକ୍ଷା ଦେଇପାରିନଥିବା କହିଛନ୍ତି ତାଙ୍କ ମାଆ।

ସିପ୍ରା ସରକାର।:

ଏମ44 ମାଲକାନଗିରି ର ଛାତ୍ରୀ ସିପ୍ରା। ସେ ମାଲକାନଗିରି ନୋଡାଲ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେବାକୁ ଫର୍ମଫିଲଅପ୍ କରିଥିଲେ। କିନ୍ତୁ ବାପା ଦାଦନ ଖଟିବାକୁ ଯାଇଥିବାରୁ ଏବଂ ପରୀକ୍ଷା କେନ୍ଦ୍ରର ଦୂରତା ଘରଠାରୁ 10 କିଲୋମିଟର ହୋଇଥିବାରୁ ପରୀକ୍ଷା ଦେଇପାରି ନାହାଁନ୍ତି।

ତେବେ ଏହାସହ ବାଲେଶ୍ୱର ଜିଲ୍ଲାର ସ୍ୱର ବ୍ଲକରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ଛାତ୍ରୀ ଏହା ଭିତରେ ବିବାହ କରିଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କୁ ବାଧା ଦେଇଥିଲା ଆର୍ଥିକ ପରିସ୍ଥିତି।
ତେବେ ଏହି ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, କାହିଁକି ପିଲାମାନେ ପରୀକ୍ଷା ଦେଇନାହାନ୍ତି, ସେ ନେଇ ଘରକୁ ଘର ବୁଲି ସର୍ଭେ କରାଯିବ। ତେବେ କେତେ ପିଲା ଅନୁପସ୍ଥିତ ଅଛନ୍ତି,ସେ ନେଇ ବିଭାଗ ପାଖରେ ସଠିକ୍ ତଥ୍ୟ ନାହିଁ।

Leave A Reply

Your email address will not be published.