ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା ।କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।
ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । ଯୁବପିଢ଼ିଙ୍କ ପାଇଁ ଆଉ ଏକ ସୁଯୋଗ । ଚାକିରି ପାଇଁ ଉଚ୍ଛୁକ ଥିବା ଯୁବକ-ଯୁବତୀମାନେ ଓଡ଼ିଶା ହାଇକୋର୍ଟରେ ଚାକିରି ପାଇପାରିବେ ।ନିକଟରେ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ବାହାରିଥିବା ପଦବୀ ପାଇଁ ଆବେଦନ କରିପାରିବେ ।
*ଖାଲି ପଦବୀ:-
ଜୁନିୟର ଆସିଷ୍ଟାଣ୍ଡ
ଆସିଷ୍ଟାଣ୍ଡ ସେକ୍ସନ ଅଫିସର
*ଜରୁରୀ ତାରିଖ:-
ବାହାରିଥିବା ଏହି ପଦବୀଗୁଡ଼ିକ ପାଇଁ ମାର୍ଚ୍ଚ ଏକ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ୨୦ ତାରଖ ଯାଏଁ ଆବେଦନର ସମୟସୀମା ରଖାଯାଇଛି ।
*ପଦବୀ ସଂଖ୍ୟା:-
ମୋଟ ୨୩୪ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସହକାରୀ ବିଭାଗ ଅଧିକାରୀ ପଦବୀ :-୧୯୯
ଜୁନିଅର ଷ୍ଟେନୋଗ୍ରାଫର ପଦବୀ :- ୩୫
*ବୟସ ସୀମା:-
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧ ଅଗଷ୍ଟ ୨୦୨୩ ସୁଦ୍ଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି ।