ବିଶ୍ବଭୂଷଣଙ୍କ ଗୋଡ଼ ଧରିଲେ ମୁଖ୍ୟମନ୍ତ୍ରୀ

0

Get real time updates directly on you device, subscribe now.

ଆନ୍ଧ୍ରପ୍ରଦେଶରୁ ବିଦାୟ ନେଲେ ବିଶ୍ବଭୂଷଣ ହରିଚନ୍ଦନ ।ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଆନ୍ଧ୍ରପ୍ରଦେଶରୁ ବିଦାୟ ନେଇଛନ୍ତି ବିଶ୍ବଭୂଷଣ । ତେବେ ତାଙ୍କ ସମ୍ନାନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ।  ବିଦାୟ ବେଳେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଅଭିବାଦନ ଜଣାଇଥିଲେ ବରିଷ୍ଠ ଅଧିକାରୀ ।

ନିଜେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉପସ୍ଥିତ ରହିବା ସହ ପାଦ ଛୁଇଁ ନେଇଥିଲେ ଆଶୀର୍ବାଦ । ଭାବପ୍ରବଣ ହୋଇ ଯାଇଥିଲେ ଆନ୍ଧ୍ରପ୍ରଦେଶର ବିଦାୟୀ ରାଜ୍ୟପାଳ । ଯାହାକି ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ୱାଇଏସ ଭାରତୀ, ଗୃହମନ୍ତ୍ରୀ, ଆନ୍ଧ୍ରପ୍ରଦେଶ କୃଷି ମିଶନ ଉପାଧ୍ୟକ୍ଷ, ବିଧାନ ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

ତେବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବି-ଦାୟ ଜଣାଇବା ପାଇଁ ମଙ୍ଗଳବାର ରାତିରେ ଏକ ସରକାରୀ ସମାରୋହର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ ମୋହନ ରେଡ୍ଡୀ କହିଥିଲେ ଯେ ଯେଉଁ ସମୟରେ କେତେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା, ସେତେବେଳେ ହରିଚନ୍ଦନ ବିଭିନ୍ନ ସାମ୍ବିଧାନିକ ସଂସ୍ଥା ମଧ୍ୟରେ ସମନ୍ବୟ ର-କ୍ଷା କରି ଅଧିକ ସମ୍ମାନ ଆଣିବାକୁ ସର୍ବଦା ଚେଷ୍ଟା କରୁଥିଲେ ।

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ।

ଏଠାରେ ସୂଚନା ଥାଉ କି ୨୦୧୯ ଜୁଲାଇ ୧୬ ତାରିଖରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଏବଂ ଦାୟିତ୍ବ ନିର୍ବାହ କରୁଥିଲେ ।

ଓଡ଼ିଶା ରାଜନୀତିର ପରିଚିତ ଚେହେରା ବିଶ୍ୱଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନରେ ଗିରଫ ହୋଇ ଜେଲ ଯାଇଥିଲେ । ଚିଲିକା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଭୁବନେଶ୍ବର ଆସନରୁ ୩ଥର ଏହିଭଳି ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ହରିଚନ୍ଦନ ବିଭିନ୍ନ ସରକାରରେ ବରିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

Leave A Reply

Your email address will not be published.