ଚର୍ଚ୍ଚାରେ ଦୁଇ ପ୍ରଶାସକଙ୍କ ପ୍ରେମ କାହାଣୀ,ବିବାହ କରିବେ ବଲାଙ୍ଗିର ଜିଲ୍ଲାପାଳ ଓ ସମ୍ବଲପୁର ଜିଲ୍ଲାପାଳ

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଚର୍ଚ୍ଚିତ ଖବର ସମ୍ନାକୁ ଆସିଛି ତାହା ହେଉଛି ଓଡ଼ିଶାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅନନ୍ୟାଙ୍କ ସହିତ ଚଞ୍ଚଳଙ୍କ ନିର୍ବନ୍ଧ ସମ୍ବଲପୁରରେ ଖୁବ ନିଡାମ୍ବର ଭାବରେ ଅନୁଷ୍ଠିତ ହୋଇ ଯାଇଛି ।

ରବିବାର ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାର ବର୍ଗ ଓ ହାତ ଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ତେବେ ଶୁବ୍ ଶୀଘ୍ର ମଧ୍ୟ ଉଭୟଙ୍କ ବିବାହ ବେଶ୍ ଧୁମଧାମରେ ହେବା ନେଇ ସୂଚନା ମିଳିଛି ।

ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମୁଖ୍ୟ କଥା ହେଲା ଯେ ଏହା ହେଉଛି ଉଭୟଙ୍କର ଦ୍ବତୀୟ ବିବାହ । ଅତନ୍ତ୍ୟ ସରଳ ଓ ନିଡାମ୍ବର ଭାବରେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛ ।

ତେବେ ସୂଚନା ଅନୁଯାୟୀରେ ସମ୍ବଲପୁର ଜିଲ୍ଲପାଳଙ୍କ ବାସ ଭବନରେ ପାରମ୍ପାରିକ ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଚଞ୍ଚଳ ରାଣା ଓ ଅନନ୍ୟା ଦାସଙ୍କ ପରିବାରର ସଦସ୍ୟଙ୍କ ସହିତ ଉଭୟଙ୍କର ଘନିଷ୍ଠ ବନ୍ଧୁ ବାନ୍ଧବ ମାନ ସାମିଲ ହୋଇଥିଲେ ।

ତେବେ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଚଞ୍ଚଳ ରଣା ଓ ତାଙ୍କର ପରିବାର ସଦସ୍ୟମାନେ ନିର୍ବନ୍ଧ ପୂର୍ବରୁ ଆସି ପହଞ୍ଚି ଥିଲେ । ଏପରି କି ଚଞ୍ଚଳ ରଣା ଏବଂ ଅନନ୍ୟା ଦାସ ଉଭୟ ମିଶି ଏକ ଅଳଙ୍କାର ଦୋକାନକୁ ଯାଇ ସୁନା ଗହଣା କିଣିଥିଲେ ।

ଦାସ, ୨୦୧୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଧିକାରୀ, ପୂର୍ବରୁ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ର କମିଶନର ଭାବରେ କାର୍ଯ୍ୟ କରିଥିଲେ । ସେପରି ଏନଆଇଟି ସିଲଚରର ଆଲୁମନାସ୍ ରାଣା ଜଣେ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଏବଂ ଭାରତ ସ୍ତରରେ ସପ୍ତମ ମାନ୍ୟତା ପାଇଛନ୍ତି ।

ପ୍ରକାଶ ଥାଉକି ଆସାମାର ଝିଅ ଅନନ୍ୟା ଦାସ ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ. ଅଖତରଙ୍କୁ ବିବାହ କରିଥିଲେ । ପାରିବାରିକ କଳହ ହେବାରୁ ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ । ସେହିପରି ଓଡ଼ିଶାରେ ପଢ଼ିଥିବା ତଥା ବଢ଼ିଥିବା ଚଞ୍ଚଳ ରଣା ପୂର୍ବରୁ ରାୟଗଡା ବର୍ତ୍ତମାନ ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ବିବାହ କରିଥିଲେ ।

ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡପତ୍ର ଦେଇ ଥିଲେ । ଅତ୍ୟନ୍ତ ଗୋପନୀୟ ଭାବରେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ସରିଥିବା ବେଳେ ଶୀଘ୍ର ସେମାନଙ୍କର ବାହାଘର ମଧ୍ୟ ହେବକୁ ସ୍ଥିର ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.