ଆପଣ ପାଖରେ ଯଦି ଚିରା ଫଟା ଟଙ୍କା ରଖିଛନ୍ତି ତେବେ ତାର ବ୍ୟବହାର ଜାଣନ୍ତୁ …

0

Get real time updates directly on you device, subscribe now.

ବନ୍ଧୁଗଣ ସପିଂ କରିବା ସମୟରେ ହେଉ ବା ବୁଲାବୁଲି ଅବା ଜିନିଷପତ୍ର କିଣାକିଣି ସମୟରେ ପାଖରେ ଛିରା ଫଟା ନୋଟ ଥିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ଅଧିକାଂଶ ଦୋକାନୀ ଏପରି ନୋଟ୍ ନେବାକୁ ମନା କରିଦିଅନ୍ତି ।

ବ୍ୟାଙ୍କ ଗୁଡି଼କରେ ଖରାପ ନୋଟ୍ ବଦଳା ଯାଇପାରିବ କିନ୍ତୁ ସୂଚନା ଅଭାବରୁ କିଛି ଲୋକ ବ୍ୟାଙ୍କକୁ ନଯାଇ ବଜାରରେ ବସିଥିବା ଦଲାଲମାନଙ୍କଠାରୁ ନୋଟ୍ ବଦଳାଇ ଥାଆନ୍ତି ଫଳରେ ଦଲାଲମାନେ ସେମାନଙ୍କୁ ଏହା ବଦଳରେ କମ୍ ଟଙ୍କା ଦେଇଥାଆନ୍ତି । ତେବେ ଯଦି ଆପଣଙ୍କ ପାଖରେ ପୁରୁଣା ବା ଚିରାଫଟା ନୋଟ ରହିଛି ତାହାଲେ ଆପଣ ବ୍ୟାଙ୍କରେ ଏହାକୁ ସହଜରେ ବଦଳାଇ ପାରିବେ ।

ଭାରତର ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କୌଣସି ବ୍ୟାଙ୍କ ଏପରି କରିବାକୁ ବାରଣ କରେ ତାହାଲେ ସେହି ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ବ୍ୟାଙ୍କରେ ନୋଟକୁ ବଦଳାଇବା ପାଇଁ ଆପଣ ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଯାଇ ଅନଲାଇନରେ ଅଭିଯୋଗ କରିପାରିବେ । ରିଜର୍ଭ ବ୍ୟାଙ୍କର ସର୍କୁଲାର ଅନୁଯାୟୀ, ଚିରାଫଟା ନୋଟ୍ ବଦଳାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ମଧ୍ଯ ରହିଛି । ଜଣେ ବ୍ୟକ୍ତି ଗୋଟିଏ ସମୟରେ ସର୍ବାଧିକ ୨୦ଟି ନୋଟ୍ ବଦଳାଇ ପାରିବ ।

କିନ୍ତୁ ନୋଟ ବଦଳାଇବା ସମୟରେ ଏହାର ମୂଲ୍ୟ ୫୦୦୦ ହଜାର ଟଙ୍କା ଭିତରେ ହେବା ଆବଶ୍ୟକ । ଅଧିକ ଫାଟି ଯାଇଥିବା ବା ଜଳିଯାଇଥିବା ନୋଟ୍ ଗୁଡି଼କ ବ୍ୟାଙ୍କରେ ବଦଳା ଯାଇପାରିବ ନାହିଁ । ଏହି ନୋଟକୁ ଆରବିଆଇ ଇସୁ କାର୍ଯ୍ୟାଳୟରେ ଜମା କରିପାରିବେ

ତେବେ ଚିରିଯାଇଥିବା ନୋଟକୁ ବଦଳାଇବା ପରେ ଏଥିପାଇଁ କେତେ ଟଙ୍କା ମିଳିବ ତାହା ନୋଟଟି କେତେ ଫାଟିଛି ତାହା ଉପରେ ନିର୍ଭର କରିଥାଏ । ଯଦି ଆପଣ ୨୦୦୦ ଟଙ୍କିଆ ନୋଟ୍ ୮୮ ବର୍ଗ ସେଣ୍ଟିମିଟର ଏହାର ସମସ୍ତ ମୂଲ୍ୟ ଆପଣ ପାଇପରିବେ।

ସେହିପରି ଯଦି ଚିରା ଅଂଶ ୪୪ ବର୍ଗ ସେଣ୍ଟିମିଟର ଥାଏ ତେବେ ଆପଣଙ୍କୁ ଅଧା ରାଶି ପ୍ରଦାନ କରାଯିବ।  ସେହିଭଳି ଯଦି ୨୦୦ ଟଙ୍କା ନୋଟ ଚିରିଯାଇଥିବ ଆଉ ୭୮ବର୍ଗ ସେଣ୍ଟିମିଟର ସୁରକ୍ଷିତ ତେବେ ଏଭଳି ସ୍ଥିତିରେ ଆପଣ ପୂରା ଟଙ୍କା ପାଇପାରିବେ । ସେହିପରି ୩୯ ବର୍ଗ ସେଣ୍ଟିମିଟର ପାଇଁ ଅଧା ଟଙ୍କା ମିଳିଥାଏ ।

ଆରବିଆଇର ସୂଚନା ଅନୁଯାୟୀ, ପୁରୁଣା କିମ୍ବା ଛିରା ଫଟା ନୋଟକୁ ଆପଣ ସହଜରେ ବଦଳାଇ ପାରିବ । ଏଥିପାଇଁ ବ୍ୟାଙ୍କ କୌଣସି ଶୁଳ୍କ ନେଇନଥାଏ । ଯଦି କୌଣସି ନୋଟ୍ ଜଳି ଯାଇଛି ବା ଅଧିକ ଚିରିଫାଟି ଯାଇଛି ତାହାଲେ ଏପରି ପରିସ୍ଥିତିରେ ନୋଟ୍ ବଦଳାଇ ଯାଇପାରିବ ନାହିଁ । ବ୍ୟାଙ୍କ ଅଧିକାରୀ ଏପରି କ୍ଷେତ୍ରରେ ନୋଟ୍ ଗ୍ରହଣ କରିନଥାନ୍ତି ।

Leave A Reply

Your email address will not be published.