ପେଟ୍ରୋଲ-ଡିଜେଲକୁ ଭୁଲି ଯାଓ, ଏବେ ଗାଈ ଗୋବରରେ ଚାଲିବ ଗାଡି !

0

Get real time updates directly on you device, subscribe now.

ଯେଉଁଠି ଇଲେକଟ୍ରିକ୍‌ କାରକୁ ଭବିଷ୍ୟତର ଗାଡି ବୋଲି କୁହାଯାଉଛି, ସେଠାରେ କିଛି କମ୍ପାନୀ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି । ଟୋୟୋଟା ଏବଂ ଏମ-ଜି ସହିତ ଅନେକ କମ୍ପାନୀ ଅଛି ଯାହା ହାଇଡ୍ରୋଜେନ୍ ଚାଳିତ ଯାନ ଉପରେ କାମ କରୁଛନ୍ତି ।

ଏଥିସହିତ ଭାରତର ବୃହତ୍ତମ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଗୋଟେ ପାଦ ଆଗକୁ ଯାଇ ବର୍ତ୍ତମାନ ଗାଈ ଗୋବରରୁ ଗାଡି ଇନ୍ଧନ ବିଷୟରେ ଚିନ୍ତା କରୁଛନ୍ତି । ନିକଟରେ ସୁଜୁକି ମୋଟର କର୍ପୋରେସନ୍ କ୍ଲିନର୍ ଫୁଏଲ ଅପ୍ସନ ଉପରେ ଫୋକସ୍‌ କରିବା କଥା କହିଥିଲେ । ଏହା ଅଧୀନରେ ମାରୁତି ସୁଜୁକି ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ଗାଈ ଗୋବର ବ୍ୟବହାର କରିବ, ଯାହା ଭବିଷ୍ୟତରେ ସିଏନଜି କାର ଚଳାଇବାରେ ବ୍ୟବହୃତ ହେବ ।

ମାରୁତି ସୁଜୁକି ପାଖରେ ଭାରତରେ ସର୍ବ ବୃହତ ସିଏନଜି ଉତ୍ପାଦ ପୋର୍ଟଫୋଲିଓ ଅଛି ଏବଂ କମ୍ପାନୀ ଏହାର କାରକୁ ଚଲାଇବା ପାଇଁ ବିକଳ୍ପ ଇନ୍ଧନ ଉପରେ କାମ କରୁଛି । ସୁଜୁକି କହିଛି, “ଅଙ୍ଗାରକାମ୍ଳ ନିର୍ଗମକୁ ହ୍ରାସ କରିବା ପାଇଁ ସୁଜୁକିର ଅନନ୍ୟ ପଦକ୍ଷେପ ହେଉଛି ବାୟୋଗ୍ୟାସ୍ ବ୍ୟବସାୟ, ଯେଉଁଥିରେ ଗାଈ ଗୋବରରୁ ବାୟୋଗ୍ୟାସ୍ ପ୍ରାପ୍ତ କରାଯିବ ।

ଏହି ବାୟୋଗ୍ୟାସ୍ ସୁଜୁକିର ସିଏନଜି ମଡେଲ୍ ପାଇଁ ବ୍ୟବହାର କରାଯାଇପାରିବ । ଯାହା ଭାରତର ପ୍ରଥମ ସିଏନଜି କାର ହେବ । ପ୍ରାୟ ୭୦ ପ୍ରତିଶତ ଗାଈ ଗୋବରକୁ ଭାରତର ଗ୍ରାମାଞ୍ଚଳରେ ଆବର୍ଜନା ଭାବରେ ଦେଖାଯାଏ । ମାରୁତିର ଏହି ଯୋଜନା ପରେ ଗାଈ ଗୋବର କିଣାଯାଇପାରିବ ଏବଂ ବିକ୍ରି କରାଯାଇପାରିବ ।

ସିଏନଜି ଅଟୋମୋଟିଭ୍‌ ସଲ୍ୟୁସନ୍ସ କେବଳ ଭାରତୀୟ ବଜାରର ଆବଶ୍ୟକତାକୁ ପୂରଣ କରିବ ତାହା ନୁର୍ହେ ବରଂ ଆଫ୍ରିକା, ଏସିଆନ୍ ଏବଂ ଜାପାନ ସମେତ ବଜାରକୁ ମଧ୍ୟ ରପ୍ତାନି ହେବ, ଯେଉଁଠାରେ କୃଷି କ୍ଷେତ୍ର ଅଧିକ ଶକ୍ତିଶାଳୀ ହେବ ।

ମାରୁତି ସୁଜୁକି ଗାଈ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି । ଏଥିପାଇଁ କମ୍ପାନୀ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ଏବଂ ବାନାସ ଡେରି ଭଳି ସଂଗଠନ ସହ ମଧ୍ୟ ଭାଗିଦାରୀ କରିଛି ।

ସୁଜୁକି ଜାପାନ ଭିତ୍ତିକ ଫୁଜିସାନ୍ ଆସାଗିରି ବାୟୋମାସରେ ମଧ୍ୟ ବିନିଯୋଗ କରିଛି ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ଗାଈ ଗୋବର ବାୟୋଗ୍ୟାସ୍ ବ୍ୟବହାର କରେ । ତେବେ ସୁଜୁକି ୨୦୨୪ର ମଧ୍ୟଭାଗରୁ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଛି

Leave A Reply

Your email address will not be published.