ବେରୋଜଗାର ଯୁବକଙ୍କ ପାଇଁ ଖୁସି ଖବର । ସରକାର ନେଲେ ବଡ ନିଷ୍ପତ୍ତି । ଏପ୍ରିଲ ପହିଲାରୁ ମିଳିବ ବେରୋଜଗାରୀ ଭତ୍ତା

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପ୍ରାୟତଃ ଯେତେ ଯାହା କରିଲା ପରେ ମଧ୍ୟ ଆମ ସରକାର ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବାରେ ବିଫଳ ରହି ଆସିଛନ୍ତି । କିନ୍ତୁ ଆଉ କିଛି ଦେଶ ମଧ୍ୟ ଏପରି ଅଛି ଯାହାର ସରକାର କୌଣସି କାରଣରୁ ଯଦି ଆପଣଙ୍କ ଚାକିରି ଚାଲିଯାଏ

ତେବେ ତାଙ୍କୁ ବେରୋଜଗାରୀ ବୀମାର ସୁବିଧା ଦିଆଯିବ ଏବଂ ସେହି ଅନୁସାରେ ମାସକୁ ମାସ ଆର୍ଥିକ ରୂପେ ସାହାଯ୍ୟ ମଧ୍ୟ କରାଯିବ । ତେବେ ହଁ ଆଜ୍ଞା ବନ୍ଧୁଗଣ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଖବରଟି ସମ୍ପୂର୍ଣ ରୂପରେ ସତ୍ୟ ।

ବର୍ତମାନ ପରିସ୍ଥିତିରେ ରାଜ୍ୟରେ ରୋଜଗାର ନପାଇ ନିରାଶ ହୋଇ ବୁଲୁଥିବା ଯୁବକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିିଛି । ରାଜଧାନୀ ଦିଲ୍ଲା ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ଭଳି ରାଜ୍ୟରେ ମଧ୍ୟ ଏଥିପାଇଁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଛାତ୍ର ମାନେ ସରକାରଙ୍କ ବିରୋଧରେ ରାସ୍ତା ଉପରେ ଉପଦ୍ରବ କରିଥିଲେ । ଏବେ ବି ରାଜ୍ୟ ଭିତରେ ବେରୋଜଗାରୀ ନିଆଁ କୁହୁଳି ରହିଥିବା ବେଳେ କେତେବେଳେ ଏହା ବଡ ଆକାର ଧାରଣ କରିବ ତାହା କହିବା ଅନିଶ୍ଚିତ । ଏପରି ସ୍ଥିତିରେ ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଯୁବକଙ୍କୁ ପ୍ରତି ମାସରେ ବେରୋଜଗାରୀ ଭତ୍ତା ଦେବାକୁ ସ୍ଥିର କରିଛନ୍ତି । ବାଘେଲ ଟ୍ୱିଟ କରି ଜଣାଇଛନ୍ତି ଯେ, ଏହି ଭତ୍ତା ରାଶି ଆଗାମୀ ଆର୍ଥିକ ବର୍ଷ ଠାରୁ ଦିଆଯିବ । ୨୦୧୮ ମସିହା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବେରୋଜଗାରୀ ଭତ୍ତା ଦେବାକୁ ପ୍ରତିଶୃତି ଦେଇଥିଲା । ସେହି ନିର୍ବାଚନ ପ୍ରତିଶୃତି ବଳରେ ଛତିଶଗଡରେ ଦୀର୍ଘ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଥିଲା ।

ତେଣୁ ରାଜ୍ୟ ସରକାର ପ୍ରତି ମାସରେ ୨୫୦୦ ଟଙ୍କାର ବେରୋଜଗାରୀ ଭତ୍ତା ଦେବାକୁ ସ୍ଥିର କରିଛନ୍ତି । ସରକାରୀ ଅଧିକାରୀ ବେରୋଜଗାର ଭତ୍ତା ପାଇଁ ବର୍ତ୍ତମାନ ରାଜସ୍ଥାନ ମଣ୍ଡଳର କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି ।

ରାଜସ୍ଥାନ ସରକାର ‘ମୁଖ୍ୟମନ୍ତ୍ରୀ ଯୁବକ ସମ୍ବଳ ଯୋଜନା’ ଜରିଆରେ ୨୦୧୯ ମସିହାରୁ ଯୁବକଙ୍କୁ ବେରୋଜଗାରୀ ଭତ୍ତା ଦେଉଛନ୍ତି । ଦିନକୁ ଦିନ ବଢୁଥିବା ଦରଦାମ ବୃଦ୍ଧି ସାଙ୍ଗକୁ ବେରୋଜଗାର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ଛତିଶଗଡ ସରକରାଙ୍କ ଏଭଳି ନିଷ୍ପତ୍ତିରେ ଯୁବକମାନେ ଆଶ୍ୱସ୍ତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.