ସରକାରଙ୍କ ଏହି ସ୍କିମରେ ଲଗାନ୍ତୁ ୧୦୦୦ ଟଙ୍କା,ଆଉ ପାଆନ୍ତୁ ସାଢେ ୫ ଲକ୍ଷ ଟଙ୍କା,ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ସମୟ ସହ ବଦଳୁଛି ମଣିଷଙ୍କ ଜୀବନ ଶୈଳୀ।ମଣିଷ ଯୁଗ ସହ ମେଳ ଖାଇ ନିଜକୁ ନିଜେ ବଦଳାଇଛି।ସମସ୍ତଙ୍କୁ ସୁଖ ସୁବିଧାରେ ଜୀବନ ଜିଇବାରେ ରହିଥାଏ। ଆଉ ଏହି ଜୀବନ ଜିଇବାରେ ଅଧିକ କଷ୍ଟ ହେଇଥାଏ ବୃଦ୍ଧ କାଳରେ।

ବୃଦ୍ଧ କାଳରେ ମଣିଷ ବସବାସ କରିବା ପାଇଁ ମଣିଷକୁ ଅଧିକରୁ ଅଧିକ ପଇସା ଦରକାର ପଡ଼େ।ତେଣୁ ଅବସର ପରେ ଅଧିକ ପଇସା ପାଇବା ପାଇଁ ଲୋକେ ପେନସନ ଯୋଜନାରେ ନିବେଶ କରୁଛନ୍ତି ।ସମସ୍ତଙ୍କୁ ଚାକିରିର ଆରମ୍ଭରୁ ଅବସର ପାଇଁ ନିବେଶ କରିବା ଦରକାର।

ଯାହା ଆପଣକୁ ବୃଦ୍ଧ ସମୟରେ ସାହାଯ୍ୟ କରିବ।ବହୁତ ପ୍ରକାରର ପେନସନ ଯୋଜନା ରହିଛି।ସେଥି ମଧ୍ୟରୁ ନେସନାଲ ପେନସନ ଯୋଜନା ଅନ୍ୟତମ। ଆପଣଙ୍କ ବୃଦ୍ଧା ଅବସ୍ଥା ଯଦି ସୁଗମ କରିବାର ଅଛି ତେବେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ରହିଛି।

ଯାହା ଆପଣଙ୍କୁ ବହୁତ ଟଙ୍କା ରୋଜଗାରର ବାଟ ଦେଖାଇଥାଏ। ଦେଶର ସାଧାରଣ ଜନତା ପାଇଁ ମୋଦି ସରକାର ବହୁତ ଯୋଜନା କରୁଛନ୍ତି।ଏପରି ଏକ ଯୋଜନା ରହିଛି ଯେଁଉଥିରେ ସରକାର ଆପଣଙ୍କୁ ମାସକୁ ଦେବେ 20000 ଟଙ୍କା।

ଯଦି ଆପଣ 20 ବର୍ଷ ବୟସରେ ନିବେଶ କରୁଛନ୍ତି ମାସକୁ 1000 ଟଙ୍କା ତେବେ ଆପଣଙ୍କୁ 5.5ଲକ୍ଷ ପର୍ଯ୍ୟନ୍ତ ମିଳିବ।ଏହି ଯୋଜନାଟି ହେଉଛି ନେସନାଲ ପେନସନ ସିଷ୍ଟମ୍।ଏହା ଏକ ସରକାରୀ ଯୋଜନା।

ଏହି ଯୋଜନା ଆପଣଙ୍କୁ ଏକ ସୁରକ୍ଷିତ ଜୀବନ ଜିଇବାରେ ସହାୟ ହେବ।ଆଉ ସବୁଠୁ ବଡ଼ କଥା ଏଥିରେ ବିପଦ କମ୍ ଆଉ ଟଙ୍କା ମଧ୍ୟ ସୁରକ୍ଷିତ ରହିବ।2004 ମସିହାରେ ସରକାର ଏହି ଯୋଜନା ସରକାରୀ କର୍ମଚାରୀ ପାଇଁ ଆଉ 2009ରେ ସମସ୍ତଙ୍କ ପାଇଁ ଖୋଲି ଦେଇଥିଲେ।

ତେବେ ଏହି ଯୋଜନା ପାଇଁ ଆପଣଙ୍କୁ ଏକ ଲମ୍ବା ସମୟ ଧରି ବିନିଯୋଗ କରିବାକୁ ପଡ଼ିବ।ଆପଣଙ୍କ ଦରମାର 40% ଆପଣଙ୍କୁ ବିନିଯୋଗ କରିବାକୁ ପଡ଼ିବ।ଯାହା ଆପଣଙ୍କୁ ଏକ ପେନସନ ରୂପେ ମିଳିବ।ଆପଣଙ୍କୁ ଅତିକମରେ ୧୦୦୦ ଟଙ୍କା ନିବେଶ କରିବାକୁ ପଡ଼ିବ।

୧୮ରୁ ୭୦ ମଧ୍ୟରେ ଆପଣ ନିବେଶ କରିପାରିବେ। ଏଥିରେ ଆପଣଙ୍କ ଟଙ୍କାର ୬୦% ଟିକସ ମୁକ୍ତ ରହିବ।ଆପଣଙ୍କୁ ଏହା ପ୍ରତି ମାସରେ କିଛି କିଛି କିସ୍ତି ଆକାରରେ ମିଳିବ। ଆପଣ କିଛି ରଖିବେ ଆଉ କେନ୍ଦ୍ର ସରକାର କିଛି ଟଙ୍କା ଆପଣଙ୍କ ଆକାଉଣ୍ଟରେ ରଖିବେ।

Leave A Reply

Your email address will not be published.