ପୂଜା ପୁର୍ବରୁ ମା ସରସ୍ଵତୀଙ୍କୁ କଚାଡ଼ି ଭାଙ୍ଗିଦେଲେ ଦୁଇ ଭଉଣୀ

0

Get real time updates directly on you device, subscribe now.

ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବାକୁ ମିଳେ ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି ।

ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ । ସମାଜରେ ଆଜିକାଲି ଲୋକମାନେ ଆଧୁନିକ ତାର ବସବର୍ତ୍ତୀ ଏତେ ମାତ୍ରରେ ଅଭିମୁଖି ହଉଛନ୍ତି କି ନିଜର ଚାଲି ଚଲଣିକୁ ପଛରେ ପକେଇ ଅନ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଉଛନ୍ତି ।

ଏବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି।ଆମେ ସମସ୍ତେ ବାସ କରୁ ଏମିତି ଏକ ଦେଶ ଯେଉଁଠି ବାର ମାସରେ ତେର ପର୍ବ ପାଳନ କରାଯାଏ। ଆମେ ଆମର ଦେବା ଦେବୀଙ୍କ ତାଙ୍କ ମୂର୍ତ୍ତି ଦ୍ଵାରା ତାଙ୍କୁ ପୂଜା ଉପାସନା ଆଦି କରିଥାଉ।

ସେହି ମୂର୍ତ୍ତିକୁ ଆମେ ନିଜର ଦେବା ଦେବୀ ରୂପେ ଭକ୍ତି କରିଥାଉ।ମାତ୍ର ଏକ ଅଘଟଣ ଘଟିଯାଇଛି ଯେଉଁଠି ମା ସରସ୍ଵତୀଙ୍କ ମୂର୍ତ୍ତି ପୂଜା ପାଇବା ପୂର୍ବରୁ ଖଣ୍ଡ ଖଣ୍ଡ ହେଇ ଭାଙ୍ଗି ଯାଇଛି।ଏହା ପୁଣି ଏକ ସ୍କୁଲରେ ହୋଇଛି।

ଯେଉଁଠି ଦୁଇ ଭଉଣୀ ଆସି ମା ସରସ୍ଵତୀଙ୍କ ମୂର୍ତ୍ତିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଇଛନ୍ତି।ପୂଜାର ସବୁ ସାମଗ୍ରୀକୁ ସେମାନେ ନଷ୍ଟ କରିପକାଇଛନ୍ତ।ତେବେ ଦୁଇ ଭଉଣୀ ହେଉଛନ୍ତି ଉର୍ମିଳା ସାହୁ ଏବଂ ପ୍ରମିଳା ସାହୁ।

ସେମାନେ କଙ୍କଡଦାହାଡ ବ୍ଲକର କଣ୍ଟାପାଲର ପୁର୍ନବସତି ଇଂଲିଶ ସ୍କୁଲରେ ଏମିତି କାଣ୍ଡ ଘଟାଇଛନ୍ତି। ପୋଲିସ ଆସି ସେମାନଙ୍କୁ ଅଟକ ରଖିଥିଲା।ପୂଜା ଚାଲୁଥିବା ବେଳେ ଦୁଇ ଭଉଣୀ ଆସି ଠାକୁର ଭାଙ୍ଗି ଦେଇଥିଲେ ଆଉ ବେଶ୍ କିଛି ସମୟ ଉତ୍ପାତ ମଚାଇଥିଲେ।

ତେବେ ଆଗରୁ ଦୁଇ ଭଉଣୀ ସ୍କୁଲ ମଧ୍ୟକୁ ଆସି ସ୍କୁଲର ଜିନିଷ ପତ୍ର ଭଙ୍ଗା ରୁଜା କରିଥିଲେ ଆଉ ସ୍କୁଲର ନାମକୁ ମଧ୍ୟ ସେମାନେ କଦର୍ଯ୍ୟ କରିଥିଲେ। ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇଥିଲା।ଆଉ ଥାନାରେ ସେମାନଙ୍କୁ ପଚରା ପଚାରି ଚଳାଇଛି।ବିନାଶ ବେଳେ ବିପରୀତ ବୁଦ୍ଧି ଭଳି ଏଭଳି କାମ ଏବେ ଲୋକ ମାନେ କରୁଛନ୍ତି।ସେଇ ଦୁଇ ଭଉଣୀ ମଧ୍ୟ କିଛି ପିଲାଙ୍କୁ ମାରଧର କରିଥିବାର ସୂଚନା ମଧ୍ୟ ରହୁଛି।ପରେ ନୂଆ ମୂର୍ତ୍ତି ଆଣି ସ୍କୁଲରେ ପୂଜା କରାଯାଇଥିଲା।

Leave A Reply

Your email address will not be published.