ପ୍ରଥମ ଦିନରେ ଜବରଦସ୍ତ ରୋଜଗାର,କେଜିଏଫ୍‌ ୨, ଆର୍ ଆର ଆରର ରେକର୍ଡ ଭାଙ୍ଗିଲା “ପଠାନ” |

0

Get real time updates directly on you device, subscribe now.

ଏବେ ଚାରିଆଡେ କେବଳ ଚର୍ଚ୍ଚା ପଠାନ୍‌ । ଜୋରଦାର ବିବାଦ ଭିତରେ ବି ଜାରି ରହିଛି କ୍ରେଜ୍‌ । ପଠାନ୍‌କୁ ଦେଖି ହଲ୍ ଭିତରେ ଫ୍ୟାନ୍‌ମାନେ ପାଗଳ । ଖୁସି ଓ ଉତ୍ସାହ କହିଲେ ନସରେ । ଚାରିଆଡେ ଉତ୍ସବର ମାହୋଲ ।

କେଉଁଠି ବାଣ ଫୁଟୁଛି ତ ଆଉ କେଉଁଠି ବ୍ୟାଣ୍ଡ ବାଜା ଲଗାଇ ନାଚୁଛନ୍ତି ଦର୍ଶକ । ପଠାନ୍‌ର ଧମାକେଦାର୍‌ ଏଣ୍ଟ୍ରି ଲୋକଙ୍କ ହୋସ୍‌ ଉଡାଇ ଦେଇଛି । ଏପରିକି ବୟକଟ୍‌ ପାର୍ଟିକୁ ପଠାନ୍‌ ଦେଇଛି ଶକ୍ତ ଚାପୁଡ଼ା । ପଠାନ୍‌ର କ୍ରେଜକୁ ଦେଖି ବିରୋଧ କରୁଥିବା ଲୋକଙ୍କ ସ୍ୱର ନରମି ଯାଇଛି । ଦୀର୍ଘ ୪ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ବ୍ୟାକ୍ କରିଛନ୍ତି ରୋମାନ୍ସର କିଙ୍ଗ ଶାହରୁଖ ଖାନ୍‌ ।

ଏଥର ସେ ପଠାନ୍‌ ସାଜି ରୋମାନ୍ସ ବଦଳରେ ଦେଖାଇଛନ୍ତି ଜୋରଦାର ଆକ୍ସନ । ଶାହାରୁଖଙ୍କ ନୂଆ ଲୁକ୍‌ ଦେଖି ଫ୍ୟାନ୍‌ମାନେ ପାଳଗ ହୋଇଯାଇଛନ୍ତି । ହଲ୍‌ ଭିତରେ ଓ ବାହାରେ ମଧ୍ୟ ଖଚାଖଚ ଭିଡ ଜମିଛି ।

ପ୍ରଥମ ଦିନରେ ହିଁ ଅନେକ ରେକର୍ଡ ଭାଙ୍ଗିଛି ଶାହାରୁଖଙ୍କ ଫିଲ୍ମ ପଠାନ୍‌ । ଫାଷ୍ଟ ଡେ’ ଫାଷ୍ଟ ଶୋ’ରେ ଫିଲ୍ମଟି ବକ୍ସଅଫିସ୍‌ରେ କରିଛି ରେକର୍ଡ ବ୍ୟବସାୟ । ଏପରିକି ବୟକଟ୍‌ ଦାବି ମଧ୍ୟ ଶାହାରୁଖଙ୍କ ପଠାନକୁ ଅଟକାଇ ପାରିନାହିଁ । ପ୍ରଥମ ଦିନରେ ଶାହରୁଖଙ୍କ ଫିଲ୍ମ ପଠାନ୍‌ ୫୪ କୋଟି ଟଙ୍କାର କରିଛି ବ୍ୟବସାୟ ।

ଏହି ବ୍ୟବସାୟ ସହ ଫିଲ୍ମଟି ସବୁଠୁ ବଡ ନନ୍‌ ହଲିଡେ’ ଓପନର୍‌ ଫିଲ୍ମ ଭାବେ ନୂଆ ରେକର୍ଡ କରିଛି । ଏପରିକି ଗତବର୍ଷର ବ୍ଲକବଷ୍ଟର ଫିଲ୍ମ କେଜିଏଫ୍‌ ଚାପ୍ଟର-୨କୁ ପଛରେ ପକାଇ ଦେଇଛି । ଆଜି ହେଉଛି ପଠାନ୍ ଫିଲ୍ମ ରିଲିଜର ଦ୍ୱିତୀୟ ଦିନ ।

ଆଡଭାନ୍ସ ବୁକିଂକୁ ଦେଖି ଆଜି ମଧ୍ୟ ଫିଲ୍ମଟି ଭଲ କଲେକ୍‌ସନ୍ କରିବ ବୋଲି ଆଶା କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭାରତୀୟ ଫିଲ୍ମ ଇତିହାସରେ ବର୍ତ୍ତମାନ ଯାଏ ବଡ ଓପନିଂ କଲେକ୍ସନର ରେକର୍ଡ କେଜିଏଫ୍ ଚାପ୍ଟର-୨ ନାଁରେ ଥିଲା ।

କେଜିଏଫ୍‌-୨ ହିନ୍ଦୀ ଭର୍ସନ୍‌ରେ ପ୍ରଥମ ଦିନରେ ୫୩.୯୪ କୋଟି ଟଙ୍କାର ବ୍ୟବସାୟ କରିଥିଲା । ୟଶ୍‌ଙ୍କ ଏହି ଫିଲ୍ମ ଫାଷ୍ଟ ଡେ’ରେ ହିଁ ସମସ୍ତ ହିନ୍ଦୀ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଥିଲା । ସୂଚନାଯୋଗ୍ୟ ପଠାନ୍‌ ଫିଲ୍ମ ରିଲିଜ ପୂର୍ବରୁ ହିଁ ବିବାଦରେ ରହିଛି । ଫିଲ୍ମର ପ୍ରଥମ ଗୀତ ଓ ଟ୍ରେଲର ରିଲିଜ ପରଠାରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ।

ଫିଲ୍ମ ରିଲିଜ ପରେ ମଧ୍ୟ ବିଭିନ୍ନ ହଲ୍‌ରେ ଭଙ୍ଗାରୁଜା ହୋଇଥିଲା । ବିକ୍ଷୋଭକାରୀମାନେ ଫିଲ୍ମର ପୋଷ୍ଟର ଚିରି ଜାଳିବା ସହ ହଲ୍‌ ଉପରକୁ ପଥରମାଡ ମଧ୍ୟ କରିଥିଲେ । କିନ୍ତୁ ଏତେ ସବୁ ବିରୋଧ ପରେ ମଧ୍ୟ ଫ୍ୟାନ୍‌ଙ୍କ ମଧ୍ୟ କିଙ୍ଗ ଖାନ୍‌ଙ୍କ କ୍ରେଜ କମି ନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.