ସଂଧ୍ୟା ହେଲେ ଏହି ଗାଁରେ ବାହାରୁଛି ଭୂତ, କୋଠା ପାଖକୁ ଯିଏ ଯାଉଛି ତାକୁ ଗୋଡ଼ାଉଛି ଭୂତ,ସାହେବ ସାର ଗଲାପରେ ….

0

Get real time updates directly on you device, subscribe now.

ଜୀବନ ଅଛି ମାନେ ମରଣ ଅଛି।ଆଉ ପାପ ଅଛି ମାନେ ପୁଣ୍ୟ ଅଛି।ସେପରି ଧର୍ମ ଅଛି ମାନେ ପାପ ମଧ୍ୟ ଅଛି। ଦୁନିଆରେ ପୁଣ୍ୟାତ୍ମା ଆଉ ପାପାତ୍ମା ମଧ୍ୟ ରହିଛନ୍ତି। ଯଦି ଭଗବାନ ଅଛନ୍ତି ତେବେ ପ୍ରେତାତ୍ମ। ମଧ୍ୟ ରହିଛନ୍ତି।

ପ୍ରାୟତ ପୁରୁଣା କୋଠା ଆଦିରେ ଯେଉଁଠି ଲୋକେ ରୁହନ୍ତି ନାହିଁ କି ଲୋକ ମାନଙ୍କ ଚାଲି ଚଳନ ହୁଏ ନାହିଁ ସେଠି ଏପରି ଭୂତ ଆଉ ପ୍ରେମତ୍ମା ରୁହନ୍ତି।30 ବର୍ଷ ହେବ ଏକ ଇଂରେଜ ମାନଙ୍କ କୋଠାରେ କେହି ରହୁନାହାନ୍ତି।

ତାର କାରଣ ସେଠାରେ ରାତିରେ କିଏ କଳା କୋର୍ଟ ପିନ୍ଧି ବୁଲୁଛି ଆଉ ରାତିରେ ଚିତ୍କାର ମଧ୍ୟ କରୁଛି।ଲୋକ ଭୟଭୀତ ହୋଇ ସେ କୋଠାର ଆଖ ପାଖ ମାଡୁନାହାନ୍ତି। ଗୋରା ସାହେବ ଗଲା ପରେ ସେ କୋଠା ଏବେ ଭୂତ କୋଠରୀ ପାଲଟି ଯାଇଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୁଣ୍ଡଳା ଗାଁରେ ଏହି କୋଠାଟି।1975-82 ମଧ୍ୟରେ ଗୋରା ସାହେବ ତିଆରି କରିଥିଲେ କୋଠାଟି। କୋଠାଟି ବେଶ୍ ସୁନ୍ଦର ଆଉ ମୋନୋରମା ହୋଇଥିଲା।

ସେହି କୋଠାରେ ଗୋରା ସାହେବମାନେ ରହୁଥିଲେ ଆଉ ହଠାତ୍ ସେମାନେ ସେହି ସ୍ଥାନ ଛାଡି ଚାଲିଗଲେ।ସେ କୋଠାରେ ଦୁଇ ଯୁବକ ଜୀବନ ହରାଇଥିବା ମଧ୍ୟ କୁହାଯାଏ।

ସନ୍ଧ୍ୟା ହେଲେ କିଛି ଅତୃପ୍ତ ଆତ୍ମା ସେ କୋଠାରେ ବୁଲୁଛନ୍ତି। ସନ୍ଧ୍ୟା ହେଲେ କଳା ମଣିଷ ଲୋକଙ୍କୁ ଗୋଡ଼ାଉଛି।କେହି ସାହାସ କରୁନାହାନ୍ତି ସେହି ରାସ୍ତାରେ ଯିବାପାଇଁ।ଦିନରେ ବି ମଧ୍ୟ ଶୁଭୁଚି ଅଜବ ଶବ୍ଦ।କେହି ଯାଉ ନାହାନ୍ତି ସେ କୋଠାକୁ।

ଗାଁ ଲୋକଙ୍କଠାରୁ ଶୁଣିବା ମିଳୁଛି ଯେ ସେ ଘରେ ରହୁଛନ୍ତି ଅନେକ ଭୂତ। ସନ୍ଧ୍ୟା ହେଲେ ସେମାନେ ସେ କୋଠାରେ ବୁଲୁଛନ୍ତି।ସେଠାରେ କିଛି କିଛି ଅଜବ ଅଜବ ଘଟଣା ଘଟୁଛି। ଲୋକେ ଡରରେ କେହି ଯାଉନାହାନ୍ତି। କୋଠାଟି ସେପରି ଏକ ଭୂତ କୋଠା ହୋଇ ପଡ଼ି ରହିଛି

ସରକାର ଚାହିଁଲେ ସେହି କୋଠାକୁ ମରାମତି କରି ଏକ ସୁସଜ୍ଜିତ କୋଠାଟି କରି ପାରିବେ। ଆଉ ସେହି କୋଠାଟିକୁ ଏକ ସ୍ମାରକୀ କୋଠା ରୂପେ ଗଢି ପାରିଥାନ୍ତେ।କୋଠାଟି ଖାଲି ଭୂତ କୋଠା ନରହି ଏକ ସ୍ମାରକୀ ଭାବେ ହୋଇପାରିବ।

Leave A Reply

Your email address will not be published.