ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ଼ ଗ୍ରାହକଙ୍କ ମଧ୍ୟରେ ନିଜର ଶସ୍ତା ଓ ସୁନ୍ଦର ରିଚାର୍ଜ ପ୍ଲାନ ପାଇଁ ଜଣାଯାଏ। ଏଠାରେ ଆପଣଙ୍କୁ ବିଏସଏନଏଲ ଦ୍ୱାରା 395 ଦିନର ଭାଲିଡ଼ିଟି ବାଲା ଜବରଦସ୍ତ ପ୍ଲାନ ବିଷୟରେ ବତାଇବାକୁ ଯାଉଛୁ।
ଥରେ ରିଚାର୍ଜ କରିବାପରେ ଆପଣଙ୍କୁ 12 ମାସ ନୁହେଁ ବରଂ 13 ମାସ ଯାଏଁ ରିଚାର୍ଜରୁ ମୁକ୍ତି ମିଳିଥାଏ। ଡାଟା କଥା କହିବାକୁ ଗଲେ ଏଥିରେ 730ଜିବି ଡାଟା ମିଳିଥାଏ। ଆସନ୍ତୁ ଜାଣିବା ଏହି ପ୍ଲାନର ଖାସିୟତ ବିଷୟରେ।
BSNL ର 2399 ଟଙ୍କିଆ ପ୍ଲାନ:-
BSNL ର ବାର୍ଷିକ ପ୍ଲାନର ଦାମ 2399 ଟଙ୍କା ଅଟେ। କମ୍ପାନୀ ଏହି ପ୍ଲାନର ଭାଲିଡ଼ିଟି 395 ଦିନ ପର୍ଯ୍ୟନ୍ତ ରଖିଛି। ଏହାର ଅର୍ଥ ଆପଣ ନିଜ ମୋବାଇଲକୁ 13 ମାସ ଯାଏଁ ଚଳାଇପାରିବେ। ଅଧିକତର କମ୍ପାନୀ 12 ମାସ ଯାଏଁ ଭାଲିଡ଼ିଟି ପ୍ରଦାନ କରିଥାଏ କିନ୍ତୁ ବିଏସଏନଏଲ 13 ମାସ ଯାଏଁ ଭାଲିଡ଼ିଟି ପ୍ରଦାନ କରୁଛି।
ଏହି ପ୍ଲାନର ଫାଇଦା:-
ବିଏସଏନଏଲ ର ଏହି ପ୍ୟାକରେ ପ୍ରତିଦିନ 2GB ଡାଟା ଗ୍ରାହକଙ୍କୁ ମିଳିବ। ଏହାର ଅର୍ଥ ଗ୍ରାହକଙ୍କୁ ମୋଟ ଉପରେ 730GB ଡାଟା ମିଳିବ। ପ୍ରତିଦିନର ଡେଲି ଲିମିଟ ଶେଷ ହେବାପରେ ଏହି ସ୍ପିଡ଼ କମିଯାଇ 40Kbps ରେ ଆସିଯିବ।
ଏହି ପ୍ଲାନରେ ଆପଣଙ୍କୁ 30 ଦିନ ପାଇଁ Eros now entertainment ଓ Lokdhun ସବସ୍କ୍ରିପସନ ଆପଣ ପାଇବେ। ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ଼ କଲିଂ ସୁବିଧା ମିଳିବ। ଏହାସହ ପ୍ରତିଦିନ 100 ଏସଏମଏସ ଫ୍ରି ମିଳିବ।
ଏହି ପ୍ଲାନର ମାସିକ ଖର୍ଚ୍ଚ:-
ଆନୁମାନିକ ଦେଖିବାକୁ ଗଲେ ଏହାର ମାସିକ ଖର୍ଚ୍ଚ ଆପଣଙ୍କୁ 184 ଟଙ୍କା ପଡ଼ିବ। ଆପଣଙ୍କ ସିମ 13 ମାସ ଯାଏଁ ଆକ୍ଟିଭ ରହିବ ଓ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବନାହିଁ। ଏହି ରିଚାର୍ଜ ଏକାଥରେ କରିବାପରେ ଆପଣଙ୍କୁ ମହଙ୍ଗା ଲାଗିବ କିନ୍ତୁ ପରିଶେଷରେ ଆପଣ ଲାଭରେ ରହିବେ।