ଏଥର ନିଜ କେସ ଲଢ଼ିବେ ଅର୍ଚ୍ଚନା ନାଗ, ପରୀକ୍ଷା ଦେବେ ଆଉ ଓକିଲ ବନିବେ।

0

Get real time updates directly on you device, subscribe now.

ଏହି ବିଚିତ୍ର ସମାଜ ବିଭିନ୍ନ ପ୍ରକାର ମଣିଷମାନଙ୍କୁ ନେଇ ଗଠିତ।କିଛି ଲୋକଙ୍କର ଭଲ କାମ ସମାଜକୁ ଭଲ ବାର୍ତ୍ତା ପ୍ରଦାନ କରିଥାଏ।ଆଉ କିଛି ଲୋକଙ୍କର ଖରାପ କାମ ସମାଜକୁ ଖରାପ ବାର୍ତ୍ତା ପ୍ରଦାନ କରିଥାଏ।ଯାହା ଫଳରେ ସମାଜ କଳୁଷିତ ହୋଇପଡ଼େ।

ଏମିତି କିଛି ଅତି ଖରାପ କାମ କରି ସମାଜକୁ କଳଙ୍କିତ କରିଛନ୍ତି ହନିଟ୍ରାପ କ୍ୱିନ ଅର୍ଚ୍ଚନା ଏବଂ ତା’ର ସ୍ବାମୀ ଜଗବନ୍ଧୁ।ପ୍ରଥମେ ପୋଲିସ୍ ଏହି ମାମଲାରେ ଅର୍ଚ୍ଚନାକୁ ଗିରଫ କରିଥିଲା। ଏହାପରେ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ଦୁହିଁଙ୍କୁ ଇଡିରେ ହାଜର କରିଥିଲା।

ବ୍ଲାକମେଲର୍ ଅର୍ଚ୍ଚନା କଳା ଟଙ୍କାରେ ନିଜର ବଡ ସାମ୍ରାଜ୍ୟ ଗଢିଥିବା କୁହା ଯାଉଥିଲା, ଆଉ ତାଙ୍କ ନାମରେ ସଙ୍ଗୀନ ଦଫା ମଧ୍ୟ ଲାଗିଛି ଆଉ ସିଏ ଜେଲରେ ମଧ୍ୟ ଅଛନ୍ତି। ହେଲେ ଏବେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି

ଏବେ ସେ ନିଜ କେସ୍ ନିଜେ ଲଢ଼ିବାକୁ ଚାହୁଁଛନ୍ତି। ଏସମୟରେ ସେ ନିଜ କେସ୍ ଏବେ ନିଜେ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଆଉ ବଡ ବଡିଆଙ୍କ ଅସଲି ମୁଖା ଖୋଲିଦେବେ ବୋଲି କହିଛନ୍ତି।

ଅର୍ଚ୍ଚନା ଜେଲରେ ରହି ଏବେ ପରୀକ୍ଷା ଦେଉଛନ୍ତି ସରିଲେ ନିଜ କେସ୍ ଏବେ ସେ ନିଜେ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି।ଏନେଇ ସେ କୋର୍ଟ ରେ ମଧ୍ୟ ଜଣାଇ ଥିଲେ ଆଉ ଏବେ ଜେଲରେ ରହି ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଲୋ ପାଠ ପଢ଼ୁଛନ୍ତି।

ଆଗକୁ ତାଙ୍କର ସପ୍ତମ ସେମିଷ୍ଟାର ରହିଛି ଆଉ ଏଥିପାଇଁ ତାଙ୍କୁ ଫର୍ମ ଫିଲପ୍ କରିବାକୁ କୋର୍ଟରୁ ଅନୁମତି ମଧ୍ୟ ମିଳିଛି। ଏନେଇ ଅର୍ଚ୍ଚନାଙ୍କ ଓକିଲ କୋର୍ଟ ରେ ଅପିଲ୍ କରିଥିଲେ ଆଉ ତାଙ୍କୁ ଫର୍ମ ଫିଲପ୍ ପରେ ପରୀକ୍ଷା ଦେବାପାଇଁ ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳିଛି।

Leave A Reply

Your email address will not be published.