୧୬ ବର୍ଷର ଛାତ୍ରଙ୍କୁ ନେଇ ଫେରାର ହେଲେ ୨୩ ବର୍ଷୀୟା ଶିକ୍ଷୟତ୍ରୀ

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିର ସମୟରେ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସୁଥିବା ବେଳେ ଖାସ କରି ପ୍ରେମି ଯୁଗଳଙ୍କ ବିଷୟରେ ଅନେକ ଖବର ପ୍ରତି ଦିନ ସୁଣିବା ପାଇଁ ମିଳେ । ତେବେ ଆପଣ ମାନେ କେତେ ବେଳେ ପ୍ରେମିକ ପ୍ରେମିକା ସହିତ, କେତେ ବେଳେ ବୋହୁ ଶଶୁର ସହିତ ତ ଆଉ କେତେ ବେଳେ ଶିକ୍ଷୟତ୍ରୀ ସହିତ ଛାତ୍ର ପଳାଉଥିବାର ଖବର ସୁଣିବା ପାଇଁ ପାଇଥାନ୍ତି ।

ତେବେ ସେମିତି ଏକ ଘଟଣା ବର୍ତମାନ ସମୟରେ ଆମ ପାଖରେ ପହଁଚିଛି । ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ଶିକ୍ଷୟତ୍ରୀଙ୍କର ଛାତ୍ରଙ୍କ ସହ ଗଢି ଉଠିଲା ପ୍ରେମ ସଂପର୍କ ।

ଖାଲି ସଂପର୍କ ରଖିଲେ ତାହା ନୁହେଁ ବରଂ ଏହି ୨୩ ବର୍ଷୀୟା ଶିକ୍ଷୟତ୍ରୀ ଜଣକ ତାଙ୍କ ୧୬ ବର୍ଷର ଛାତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।ତେବେ ଛାତ୍ରଙ୍କ ବାପା ସେକ୍ଟର-୧୧୩ ପୋଲିସ ଷ୍ଟେସନରେ ସଂପୃକ୍ତ ମହିଳା ଶିକ୍ଷୟତ୍ରୀକଙ୍କ ବିରୋଧରେ ଏଫ-ଆଇ-ଆର ଦାଖଲ କରିବା ପରେ ସମ୍ପୂର୍ଣ ଘଟଣା ସମ୍ନାକୁ ଆସିଛି ।

ତେବେ ପ୍ରେମ ଅନ୍ଧ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଏଭଳି ଅଜବ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡାଠାରେ ଅନ୍ନାତି ବିହାର କଲୋନୀରେ । ବାପା ବିଜୟ ଶୁକ୍ଲାଙ୍କ ଅଭିଯୋଗ ଅନୁସାର ତାଙ୍କ ପୁଅକୁ ଟ୍ୟୁସନ ପଢ଼ାଉଥିବା ଜଣେ ୨୩ ବର୍ଷୀୟା ଶିକ୍ଷୟତ୍ରୀ ପ୍ରେମ ସଂପର୍କ ରଖି ୧୬ ବର୍ଷ ପୁଅକୁ ଅପହରଣ କରି ନେଇଛି ।

ତେବେ ସେକ୍ଟର -୧୧୩ ଷ୍ଟେସନ ଇନସପେକ୍ଟର ପ୍ରମୋଦ ପ୍ରଜାପତି ତଦନ୍ତ କରିବା ପରେ ଜଣା ପଡ଼ିଛି ଯେ ଅନ୍ନାତି ବିହାର କଲୋନୀର ବାସିନ୍ଦା ବିଜୟ ଶୁକ୍ଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ୧୬ ବର୍ଷର ପୁଅ ଅନୁରାଗ ଶୁକ୍ଲା ସେହି କଲୋନୀରେ ରହୁଥିବା ଆୟେଶାଙ୍କ ନିକଟକୁ ଯାଉଥିଲେ।

ଏହାପରେ ଅନୁରଗଙ୍କ ଅଭିଯୋଗ ଅନୁସାରେ ଘଟଣାର ଏକ ରିପୋର୍ଟ ପଞ୍ଜିକରଣ କରି ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.