ବାହାରିଥିଲେ ମା ତାରିଣୀଙ୍କୁ ଦର୍ଶନ ପାଇଁ, ହେଲେ ଜଗି ବସିଥିଲା ଯମ, ଦୁର୍ଘ-ଟଣା ଆରପାରିକୁ ଚାଲିଗଲେ ଭକ୍ତ ।

0

Get real time updates directly on you device, subscribe now.

ଆଧାରେ ରହିଗଲା ତାରିଣୀ ଦର୍ଶନ । ବାଟରେ କୁହୁଡି ସାଜିଲା କାଳ । ସଡକ ଦୁର୍ଘ-ଟଣାରେ ଚାଲିଗଲା ୨ ଜୀବନ । ଯାଜପୁର ଜିଲ୍ଲା କୁଆଖିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘ-ଟଣା । ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘ-ଟଣା ଘଟିଥିବା ସୂଚନା ରହିଛି ।

ରାଜ୍ୟରେ ଶୀତ ସାଙ୍ଗକୁ କୁହୁଡି ଜାରି ରହିଛି । ଘନ କୁହୁଡିରେ ରାସ୍ତାଘାଟ ଦେଖା ଯାଉନଥିବା ବେଳେ ଅନେକ ଦୁର୍ଘ-ଟଣା ମଧ୍ୟ ଘଟୁଥିବା ସାମ୍ନାକୁ ଆସିଛି । ତେବେ ଆଜି କୁଆଖିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘ-ଟଣା ହୋଇଛି ।

ଜଗତସିଂହପୁର ଏରସମା ବ୍ଲକର ସାତ ଜଣ ଘଟଗାଁ ତାରିଣୀ ଦର୍ଶନ ପାଇଁ ଏକ କାରରେ ଯାଉଥିବା ବେଳେ ଗୋପାଳପୁର ନିକଟରେ ଏକ ଟ୍ରକ ସହ ଧ-କ୍କା ହୋଇଥିଲା ।

ଫଳରେ ଘଟ-ଣାସ୍ଥଳରେ ହିଁ ୨ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁ-ତର ହୋଇଥିବା ସୂଚନା ରହିଛି । ଖବର ପାଇ କୁଆଖାଇ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ମୃ-ତ ଏବଂ ଆହ-ତଙ୍କୁ ଉ-ଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି|ଦୁର୍ଘ-ଟଣାରେ ପ୍ରାୟ ହରାଇଥିବା

ମୃ-ତକ ଏବଂ ଆହତମାନେ ଏରସମା ବ୍ଲକ ଅଞ୍ଚଳର ହୋଇଥିବା ନେଇ ସୂଚନା ରହିଛି । ପୋ-ଲିସ ଗାଡିକୁ ଜ-ବତ କରି ତ-ଦନ୍ତ ଆରମ୍ଭ କରିଛି । ପ୍ରକାଶଥାଉକି, ଆଜି ପବିତ୍ର ମକର ସଂକ୍ରାନ୍ତି । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ରାଣୀ ମା’ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟ-ଗାଁ ରାଣୀ । ମା’ଙ୍କୁ ଦର୍ଶନ କରି ସାନିଧ୍ୟ ପାଇଁ ହାଜର ହଜାର ଭକ୍ତଙ୍କ ଭିଡ ଲାଗି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋରୁ ମା’ ତାରିଣୀଙ୍କର ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଯାୟୀ କରାଯାଇଛି ।

ସ୍ୱତନ୍ତ୍ର ପୂଜାନୀତି ପରେ ମାଆଙ୍କର ସୁନାବେଶ କରାଯାଇଛି । ଆଜି ଦିନ ତମାମ ମା’ ତାରିଣୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ରହିଛି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ସୁର-କ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.