ଚଳିତ ଥର ହକି ପୁରୁଷ ବିଶ୍ୱକପ ୨୦୨୩ରେ କାହିଁକି ଖେଳୁନି ପାକିସ୍ତାନ ଜାଣନ୍ତୁ ଏହାର କାରଣ।

0

Get real time updates directly on you device, subscribe now.

ପୁରୁଷ ହକି ବିଶ୍ୱକପ ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହୁଏ। ଆନ୍ତର୍ଜାତୀୟ ହକି ଫେଡେରେସନ୍ ଦ୍ୱାରା ଏହା ଆୟୋଜିତ ହୋଇଛି । ହକି ବିଶ୍ୱକପ ପ୍ରଥମେ ୫୧ ବର୍ଷ ପୂର୍ବେ ଆର୍ଥାତ୍ ୧୯୭୧ରେ ଖେଳା ଯାଇଥିଲା ଏବଂ ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି ଖେଳ ।

ଆଉ ଏବେ ହକି ବିଶ୍ୱକପ୍ ୨୦୨୩ ଆରମ୍ଭ ହୋଇଯାଇଛି ।ଏହା ସହିତ ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶାରେ ହେଉଛି ହକି ବିଶ୍ୱକପ-୨୦୨୩ ଯାହା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋର ସୋରରେ ଚାଲିଛି ।

ବିଶ୍ୱର ଶ୍ରେଷ୍ଠ ୧୬ ଟି ଦଳ ଟାଇଟଲ ହାସଲ କରିବାକୁ ଭାରତରେ ପହଞ୍ଚିଛନ୍ତି ।ଏଥିରେ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ରେ ପରାସ୍ତ କରିଛି । ରାଉରକେଲାରେ ଖେଳା ଯାଇଥିବା ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଜିତିଥିଲା ।

ହକି ବିଶ୍ୱକପ ପାଇଁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିପାରି ନଥିବାରୁ ଏଥର ପାକିସ୍ତାନ ଦଳ ଟୁର୍ନାମେଣ୍ଟରେ ଭାଗ ନେଉନାହିଁ । ତେବେ ହକି ବିଶ୍ୱକପ୍‌ରେ ପାକିସ୍ତାନ ସବୁଠାରୁ ସଫଳ ଦଳ ହୋଇଛି । ସେମାନେ ଚାରିଥର ବିଶ୍ୱ ହକି ଚାମ୍ପିଅନ୍ ହୋଇଛନ୍ତି । ଯଦିଓ ସେ ଏ ବର୍ଷ କ୍ବାଲିଫାଇ ବି କରିନାହିଁ ।

ଏକ ସମୟ ଥିଲା ଯେତେବେଳେ ହକିରେ ପାକିସ୍ତାନର ଆଧିପତ୍ୟ ରହିଥିଲା । ବିଶ୍ୱକପ୍‌ର ଉଦ୍‌ଘାଟନୀ ଟାଇଟଲ୍‌ ଜିତିବା ସହିତ ପାକିସ୍ତାନ ମୋଟ ୪ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି । ପାକିସ୍ତାନ ହକି ଦଳ ୧୯୭୧, ୧୯୭୮, ୧୯୮୨ ଏବଂ ୧୯୯୪ରେ ଟାଇଟଲ୍ ଜିତିଥିଲେ । ତେବେ ଏହି ବିଶ୍ୱକପରେ ପାକିସ୍ତାନ ଦଳ ଦେଖିବାକୁ ମିଳିବ ନାହିଁ । କାରଣ ପ୍ରକୃତରେ ପାକିସ୍ତାନ ହକି ଦଳ ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ହକି ଏସିଆ କପ୍ ୨୦୨୨ରେ ପାକିସ୍ତାନ ଭାରତ ବିପକ୍ଷରେ ୧-୧ ଡ୍ର ଖେଳିଥିଲା । ଏହା ପରେ ଜାପାନ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୨-୩ରେ ପରାସ୍ତ କରିଥିଲା । ଏହାପରେ ପାକିସ୍ତାନର ଦଳ ତୃତୀୟ ସ୍ଥାନରେ ରହି ସେମିଫାଇନାଲ ରେ ପ୍ରବେଶ କରିପାରି ନଥିଲା ।

ତେବେ ହକି ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ଦଳ ୧୯୭୫ ମସିହାରେ କେବଳ ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେବେଠାରୁ ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା । ଭାରତ ୯୫ଟି ବିଶ୍ୱକପ ମ୍ୟାଚ୍ ଖେଳିଥିବାବେଳେ ୪୦ଟି ଜିତିଛି । ଏହି ବର୍ଷ ଦଳ ୪୮ ବର୍ଷର ମରୁଡ଼ିକୁ ଶେଷ କରିବାକୁ ଚାହୁଁଛି ।

Leave A Reply

Your email address will not be published.