ନୀରୁ ଓରଫ୍ ନୀରା ଆର୍ୟା । ୧୯୦୨ ମସିହା ମାର୍ଚ୍ଚ ପାଞ୍ଚ ତାରିଖରେ ଉତ୍ତରପ୍ରଦେଶର ବାଘପତ ଜିଲ୍ଲାର ଖେକରାନଗରରେ ଜନ୍ମ ହୁଅନ୍ତି ନୀରା । କୋଲକାତା ଥିଲା ବ୍ୟବସାୟର ପେଣ୍ଠସ୍ଥଳୀ, ତେଣୁ କୋଲକାତାରେ ହିଁ ତାଙ୍କ ବାପାଙ୍କ ବ୍ୟବସାୟ ଖୁବ୍ ଉନ୍ନତି କଲା । ନୀରା ଥିଲେ ଚତୁର ଓ ବୁଦ୍ଧିମତୀ । ତେଣୁ ତାଙ୍କୁ ତାଙ୍କ ପିତା ଅତ୍ୟନ୍ତ ଭଲ ପାଉଥିଲେ ।
ସେଠ୍ ପ୍ରାୟତଃ ବାଣିଜ୍ୟ ସକାଶେ ବିଦେଶ ଭ୍ରମଣରେ ଯାଉଥିଲେ, ସାଙ୍ଗରେ ନୀରା ମଧ୍ୟ ଯାଉଥାନ୍ତି । ସେହି କାରଣରୁ ସେ ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ଅନ୍ୟ କେତୋଟି ଭାଷାରେ ପାରଦର୍ଶୀ ହେଇପାରିଥିଲେ । ପିଲାଟି ଦିନରୁ ନୀରାଙ୍କର ଦେଶଭକ୍ତି ଥିଲା ଅଦମ୍ୟ ।ସେତେବେଳେ ନେତାଜୀଙ୍କ ନେତୃତ୍ବରେ ଗଢ଼ି ଉଠୁଥିଲା ଆଜାଦ ହିନ୍ଦ ଫୌଜ ।
ନେତାଜୀଙ୍କ ଡ଼ାକରାରେ ଉଦବୁଦ୍ଧ ହୋଇ ନୀରା ଯୋଗ ଦେଇଥିଲେ ଝାନସି ରେଜିମେଣ୍ଟରେ । ତେବେ ସେ ଥିଲେ ପ୍ରଚଣ୍ଡ ସାହସୀ ଓ ବୁଦ୍ଧିମତୀ, ତା ସହ ବିଭିନ୍ନ ଭାଷାରେ ମଧ୍ୟ ତାଙ୍କର ଅକ୍ତିଆର ଥିଲା । ସେଥିପାଇଁ ତାଙ୍କୁ ନେତାଜୀ ଜଣେ ଗୋଇନ୍ଦା ଭାବେ ନିଯୁକ୍ତ କରିଥିଲେ । ଫଳତଃ ସେ ହିଁ ଥିଲେ ପ୍ରଥମ ମହିଳା ଗୋଇନ୍ଦା ।
ସମୟକ୍ରମେ ତାଙ୍କ ବିବାହ ଶ୍ରୀକାନ୍ତ ଜୟରଞ୍ଜନ ଦାସଙ୍କ ସହ ହୁଏ ଆଉ ସେତେବେଳେ ଶ୍ରୀକାନ୍ତ ଥିଲେ ବ୍ରିଟିଶ ସରକାରଙ୍କ ଜଣେ ପୋଖତ ଗୋଇନ୍ଦା । ନାନା କାଠିକର ମିଶନରେ ସଫଳ ହେବା ପରେ ଶ୍ରୀକାନ୍ତଙ୍କୁ ନେତାଜୀଙ୍କ ଛାଉଣୀ ଠାବ ଓ ତାଙ୍କର ନିଧନ ଦାୟିତ୍ୱ ସମର୍ପଣ କରାଯାଇଥିଲା । ନେତାଜୀଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରିଥିଲେ ଶ୍ରୀକାନ୍ତ । କିନ୍ତୁ ସୌଭାଗ୍ୟବଶତଃ ଅଳ୍ପକେ ବଞ୍ଚିଯାଆନ୍ତି ସୁଭାଷ ଆଉ ଗୁ-ଳି ବାଜିଥିଲା ତାଙ୍କ ଡ୍ରାଇଭରକୁ ।
ହେଲେ ସୁଭାଷଙ୍କୁ ବଞ୍ଚାଇବାକୁ ଯାଇ ନୀରାଙ୍କ ଛୁ-ରା ଘାତରେ ମୃ-ତ୍ୟୁ ହୁଏ ଗୋଇନ୍ଦା ସ୍ୱାମୀ ଶ୍ରୀକାନ୍ତଙ୍କର। ଗି-ରଫ ହୁଅନ୍ତି ନୀରା । ଲାଲକିଲ୍ଲାରେ ବିଚାର ହେବାପରେ ଆଜୀବନ କା-ରାଦ-ଣ୍ଡାଦେଶ ଦେଇ ପଠେଇ ଦିଆଯାଏ ତାଙ୍କୁ କଳାପାଣି । ଦିନକର ଘଟଣା ସକାଳେ ଦୁଇଜଣ କମାର ଖଣ୍ଡେ ବଡ଼ ଲୁହାକଟା କଇଁଚି ନେଇ ଆସିଲେ। ସାଥିରେ ଥାଆନ୍ତି ଜେ-ଲର।
ନୀରାଙ୍କୁ ଅନୁଭବ ବୋଧେ ଦେଶ ସ୍ୱାଧୀନ ହେବାକୁ ଯାଉଛି ବୋଧେ ତାଙ୍କୁ ମୁକ୍ତି ମିଳୁଛି । କମାର ଜଣକ ନୀରାଙ୍କ ହାତରୁ ଶିକୁଳି କା-ଟିବା ଆରମ୍ଭ କରେ । ଶିକୁଳି କା-ଟିବା ସମୟରେ ଜାଣିଶୁଣି ନିରାଙ୍କୁ କ୍ଷ-ତବି-କ୍ଷତ କରି ସୁବାଷ ବୋଷ କେଉଁଠି ଲୁ-ଚିଛି ପଚାରିବାରୁ ନିରା ଉତ୍ତର ଦେଇଥିଲେ ମୂର୍ଖ ସେ ତ ପ୍ରତି ଭାରତୀୟର ମନରେ ବସା ବାନ୍ଧିଛନ୍ତି । ନେତାଜୀ ବଞ୍ଚିଛନ୍ତି, ସେ ଅଛନ୍ତି ମୋ ହୃଦୟରେ ।
ତେବେ ଏଇ କେଇପଦ କଥା ବି-ଷ ଭଳି ଚରିଗଲା ଜେ-ଲର ଦେହରେ । ସେ କ୍ରୋ-ଧରେ ଲାଲ ହେଇ ପଞ୍ଝା ମା-ରିବା ଭଳି ଝାମ୍ପିନେଲା ନୀରାଙ୍କ ଛାତିରୁ ଲୁଗାତକ । ଉଲ-ଗ୍ନ କରିଦେଇ କମାରକୁ ନିର୍ଦ୍ଦେଶ ଦେଲା ନୀରାଙ୍କ ବକ୍ଷରୁ ବକ୍ଷୋଜକୁ ଉତ୍ତାରି ଦେବାକୁ । ନିର୍ଦ୍ଦେଶ ପାଇ ନିଷ୍ଠୁର କମାର ବାହାର କଲା ତାର ବଡ଼ କଇଁଚି ଆଉ ଘେରି ରହିଥିଲେ ବ୍ରିଟିଶ ଦାନବ ସବୁ ପୁରୁଷ ବେଶରେ ।
ତଥାପି ନିଡର ଥିଲେ ଭାରତୀୟ ଦେବୀ, ଭାରତ ମାତାର ବୀରା କନ୍ୟା ନୀରା । କମାର ଜଣଙ୍କ କା-ଟି ଦେଇଗଲା ତାଙ୍କ ସ୍ତନକୁ ଏକ ଅଧାରୁଆ କଇଁଚିରେ ଏକ ଜହ୍ଲାଦ୍ ଭଳି । ତଥାପି ଚୁପ୍ ଥିଲେ ଦେଶପ୍ରେମୀ ବୀରାଙ୍ଗନା ନୀରା ଆର୍ୟା । ନା ସେ ଥରେ ଚି-ତ୍କାର କରିଥିଲେ, ନା ସେ ଟୋପେ ଲୁ-ହ ଝରେଇଥିଲେ, ନା ସେ କହିଦେଇଥିଲେ ନେତାଜୀଙ୍କ ଠିକଣା । ସେଦିନ ଭାରତମାତାର ସ୍ତନରୁ ଅମୃତ ନୁହେଁ ର-କ୍ତ ଝରିଥିଲା ।