ବିବାହ ପାଇଁ କେଉଁଭଳି ମହିଳା ଚାହୁଁଛନ୍ତି ? ରାହୁଲ ଗାନ୍ଧୀ କହିଲେ ନିଜ ପସନ୍ଦ ଜାଣନ୍ତୁ କଣ କହିଲେ ସେ ।

0

Get real time updates directly on you device, subscribe now.

ରାଜନୀତି ବ୍ୟତୀତ ନିଜ ବିବାହ ପ୍ରସଙ୍ଗଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏବେ ନିଜର ବିବାହକୁ ନେଇ ମୁହଁ ଖୋଲିଛନ୍ତି ରାହୁଲ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ଥର ପ୍ରଶ୍ନ କରାଯାଇଛି ।

ବର୍ତମାନ ସମୟରେ ଏଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ସେ । ନିଜର ଜୀବନ ସାଥି କିପରି ହେବେ ସନେଇ ମୁହଁ ଖୋଲିଛନ୍ତି ରାହୁଲ । ଯେଉଁ ଝିଅ ପାଖରେ ମାଆ ସୋନିଆ ଗାନ୍ଧୀ ଓ ଜେଜେ ମାଆ ଇନ୍ଦିରା ଗାନ୍ଧୀଙ୍କ ଭଳି ଗୁଣ ଥିବ ତାଙ୍କୁ ଜୀବନ ସାଥି କରିବେ ବୋଲି କହିଛନ୍ତି ରାହୁଲ।

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଉଥିବା ବେଳେ ଏପରି କହିଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏଥିରେ ରାହୁଲଙ୍କୁ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା

ଯାହାର ଉତ୍ତରରେ ସେ କହିଥିଲେ,”ମୋ ଜେଜେ ମାଆ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୋ ଜୀବନର ପ୍ରଥମ ପ୍ରେମ । ମୋର ଦ୍ବିତୀୟ ପ୍ରେମ ହେଉଛନ୍ତି ମୋ ମାଆ । ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ଜେଜେ ମାଆଙ୍କ ପରି ମହିଳାଙ୍କୁ ଜୀବନ ସାଥି କରିବେ କି ବୋଲି।

ତେବେ ଏହାର ଉତ୍ତରରେ ସେ କହିଥିଲେ, “ଏହା ଏକ ମଜାଦାର ପ୍ରଶ୍ନ, ମୁଁ ଯାହାକୁ ବି ପସନ୍ଦ କରି ପାରିବି । ମୋର କୌଣସି ଆପତ୍ତି ନାହିଁ । ପ୍ରତ୍ୟେକଙ୍କ ପାଖରେ ଭଲ ଗୁଣ ଥିବ ନିଶ୍ଚିତ । କିନ୍ତୁ ଝିଅଟି ପାଖରେ ମୋ ମାଆ ଓ ଜେଜେ ମାଆଙ୍କ ଭଳି ଗୁଣ ଥିବା ଦରକାର ।

ସେ ଆହୁରି ମଧ୍ୟ କହିଥିଲେ, “ମୁଁ ଆଜି ପର୍ଯ୍ୟନ୍ତ କାର କିଣି ନାହିଁ । କିନ୍ତୁ ମୋ ମାଆଙ୍କର ଏକ କାର ମୋ ପାଖରେ ଅଛି । ମୋର କାର ଓ ବାଇକ କିଣିବାରେ ଇଚ୍ଛା ନାହିଁ, କିନ୍ତୁ ବାଇକ ଚଳାଇବା ମୋର ପସନ୍ଦ । ମୁଁ ଏକ କାର କିଣି ପାରିବି କିନ୍ତୁ ମୋର ଇଚ୍ଛା ନାହିଁ, ମୋତେ ଆଗକୁ ଯିବାର ଅଛି ।

ବାୟୁର ଗତି ପରି ମୋର ଭାବନା ହେବା ଦରକାର ଓ ଭୂମିରେ ଚାଲି ଚାଲି ଆଗକୁ ଯିବା ମୋର ପସନ୍ଦ” । ତେବେ ରାହୁଲଙ୍କୁ ଅନେକ ପପୁ ନାମରେ ଟ୍ରଲ୍‌ କରି ଆସିଛନ୍ତି । ଏହାକୁ ନେଇ ସେ କହିଛନ୍ତି, “ଯେଉଁମାନେ ମୋତେ ଏମିତି ଡାକୁଛନ୍ତି ସେମାନେ ନିଜ ଭିତରରେ ଥିବା ଭୟକୁ ନେଇ ଏଭଳି କରୁଛନ୍ତି ।

ତାଙ୍କ ଜୀବନରେ କୌଣସି ଘଟଣା ଘଟୁନାହିଁ । ତାଙ୍କ ସମ୍ପର୍କ କାହା ସହ ଭଲ ନଥିବାରୁ ସେମାନେ ଦୁଃଖିତ । ସେଥିପାଇଁ ଅନ୍ୟମାନଙ୍କୁ ଦୁର୍ବ୍ୟବାହର କରୁଛନ୍ତି, ଠିକ ଅଛି ମୁଁ ଏହାକୁ ସ୍ବାଗତ କରୁଛି । ମୋତେ ଏହା ଭଲ ଲାଗୁଛି । ଆପଣମାନେ ମୋର ଅଧିକ ନାମ ମଧ୍ୟ ଦେଇ ପାରିବେ । ମୋତେ କିଛି ଫରକ ପଡିବ ନାହିଁ” ।

Leave A Reply

Your email address will not be published.