ଚାଲୁଥିବା ଟ୍ରେନ ସାମ୍ନାରେ ଯୁବକ ଜଣକ କଲେ ଏମିତି ହରକତ, ଯାହାଦ୍ୱାରା ଟ୍ରେନର ପାଇଲଟ ଓହ୍ଲାଇ ଆସି ତାଙ୍କୁ ମାରିଥିଲେ ଚାପୁଡ଼ା:-

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ବହୁତବାର୍ ଟ୍ରେନ ଓ ଏଥିରେ ଯାଉଥିବା ଯାତ୍ରୀ ମାନଙ୍କର ଅଜବ ଭିଡ଼ିଓ ଗୁଡ଼ିକ ସାମ୍ନାକୁ ଆସିଥାଏ। ଏହି ଭିଡ଼ିଓ ବହୁତଥର କ୍ରୋଧିତ କରିଥାଏ ଓ ବେଳେବେଳେ ଆମକୁ ହସାଇ ମଧ୍ୟ ଥାଏ। କିନ୍ତୁ ଏବେଏବେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

ଟ୍ରେନ ସାମ୍ନାରେ ଫ୍ଲାଇଂ କିସ ଦେଉଥିଲା ଯୁବକ:-

ନରେନ୍ଦ୍ର ନାମକ ଜଣେ ୟୁଜର ଏହି ଭିଡ଼ିଓକୁ ଟ୍ୱିଟରରେ ଶେୟର କରିଥିଲେ। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ସାମ୍ନାରୁ ଆସୁଥିବା ଏକ ଟ୍ରେନକୁ ଫ୍ଲାଇଂ କିସ ଦେଉଛି। ପ୍ରଥମେ ଦେଖି ଲାଗିଲା ଯେ, ଯୁବକ ଜଣକ ନିଶାରେ ଅଛି କିନ୍ତୁ ପରେ ଜାଣିବାକୁ ମିଳିଲା ସେ ମଜା ନେବାପାଇଁ ଏମିତି କରିଛି। ଅବଶ୍ୟ ଟ୍ରେନଟି ବହୁତ ଧୀର ବେଗରେ ଯାଉଥିଲା।

ଲୋକୋ ପାଇଲଟ ତଳକୁ ଓହ୍ଲାଇଲେ:-

ଯୁବକ ଜଣକ ଲଗାତାର ଟ୍ରେନକୁ ଫ୍ଲାଇଂ କିସ ଦେବାପରେ ଟ୍ରେନ ଲାଇନରୁ ଚାଲିଆସିଲା ଓ ସେ ଜାଣିନଥିଲା ପଛ ପଟରୁ ଲୋକୋ ପାଇଲଟ ଟ୍ରେନରୁ ଓହ୍ଲାଇ ତାଙ୍କୁ ନିର୍ଧୁମ ଛେଚିବାକୁ ଲାଗିଲେ ଓ ଏହିସବୁ ଘଟଣା କେହିଜଣେ ମୋବାଇଲରେ ରେକର୍ଡ଼ କରିଦେଲେ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ:-

ଯେମିତି ଏହି ଭିଡ଼ିଓ ଶେୟର କରାଗଲା, ଭିଡ଼ିଓଟି ପ୍ରବଳ ମାତ୍ରାରେ ଭାଇରାଲ ହେବାକୁ ଲାଗିଲା। ବର୍ତ୍ତମାନ ଜଣାପଡିନାହିଁ ଯେ, ଏହି ଭିଡ଼ିଓଟି କେବେକାର ଅଟେ। କିନ୍ତୁ ଭିଡ଼ିଓଟି ପ୍ରବଳ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏଥିରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

Leave A Reply

Your email address will not be published.