ଚୀନ ରେ କରୋନାକୁ ନେଇ ପୁଣି ସତର୍କ ହେଲେ ମୋଦି ସରକାର, ୨୪ ଘଣ୍ଟା ଭିତରେ ଉଠାଇଲେ ଏମିତି ପଦକ୍ଷେପ:-

0

Get real time updates directly on you device, subscribe now.

କରୋନାକୁ ଜନ୍ମ ଦେଇଥିବା ଦେଶ ଚୀନ ରେ ପୁଣିଥରେ କରୋନାକୁ ନେଇ ସଂଘୀନ ପରିସ୍ଥିତି ଉପୁଜିଛି, ଯାହାକୁ ନେଇ ଅନ୍ୟ ଦେଶ ମାନଙ୍କରେ ହାଇ ଆଲର୍ଟ ଜାରି ହୋଇଯାଇଛି। ସେହିପରି ୨୪ ଘଣ୍ଟା ଭିତରେ ଭାରତ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।

ପ୍ରଥମ ହେଉଛି, କେନ୍ଦ୍ର ରାଜ୍ୟ ମାନଙ୍କୁ ଜିନୋମ ସିକୁଏସିଂ ବଢାଇବାକୁ କହିଛନ୍ତି। ଦ୍ଵିତୀୟତଃ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କରୋନାକୁ ନେଇ ବୁଧବାର ଦିନ ଏକ ବୈଠକ ଡ଼କାଇଛନ୍ତି।

ଚୀନ ସହିତ ବ୍ରାଜିଲ, ଦକ୍ଷିଣ କୋରିଆ, ଜାପାନ ଓ ୟୁଏସ ସମେତ ଅନେକ ଦେଶରେ ମଧ୍ୟ କରୋନାର ତାଜା ରିପୋର୍ଟ ସାମ୍ନାକୁ ଆସିଛି। ଏହାକୁ ନେଇ କୋଭିଡ଼ ୱାର୍କିଂ ଗ୍ରୁପ NTAGI ଚିଫ ଏନକେ ଆରୋରା ମଧ୍ୟ ମଙ୍ଗଳବାର ଦିନ ବଡ଼ ଆଶ୍ୱାସନା ଦେଇଛନ୍ତି।

ସେ କହିଛନ୍ତି, ଚିନ୍ତା କରିବାର ଆବଶ୍ୟକ ନାହିଁ। କେବଳ ଆମକୁ ଚୀନ ଉପରେ ନଜର ରଖିବାକୁ ହେବ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାର କାରଣ ହେଉଛି ବଡ଼ ସ୍ତରରେ ଟୀକାକରଣ ହୋଇଛି। ଦେଶରେ ସମ୍ପୂର୍ଣ୍ଣ ଭାବରେ ବୟସ୍କ ଜନସଂଖ୍ୟାକୁ ଟୀକା ଲାଗିସାରିଛି।

ସେପଟେ ବ୍ରାଜିଲ, ଦକ୍ଷିଣ କୋରିଆ, ଜାପାନ ଓ ୟୁଏସ ରୁ ମାମଲା ଦ୍ରୁତ ବେଗରେ ଆସୁଥିବାରୁ ଏହାକୁ ଦେଖି ମୋଦି ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ବାହାରୁଥିବା ମାମଲାର ଜିନୋମ ସିକୁଏସିଂ ଜାରି କରିବାକୁ କହିଛନ୍ତି।

Leave A Reply

Your email address will not be published.