କରୋନା ଭାଇରସର ନୂଆ ଭାଇରସ ଭାରତ ଉପରେ କେତେ ପ୍ରଭାବ ପକାଇବ? ଏହି 3ଟି ଲକ୍ଷଣ ଦେଖି ସାବଧାନ ହୋଇଯାଆନ୍ତୁ:-

0

Get real time updates directly on you device, subscribe now.

ଚୀନ ବ୍ୟତୀତ ବ୍ରାଜିଲ, ଦକ୍ଷିଣ କୋରିଆ, ଜାପାନ ଓ ଆମେରିକାରେ କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ଭାରତର ଚିନ୍ତା ବଢ଼ାଉଛି ଓ ଏହାକୁ ନେଇ ସରକାରଙ୍କ ଆଲର୍ଟ ମୋଡ଼ ସାମ୍ନାକୁ ଆସିଛି।

ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-19 କୁ ଅଟକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଜିନୋମ ସିକୁଏନସିଂ ବଢାଇବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ସମୀକ୍ଷା ବୈଠକ କରିବେ ଓ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ମଧ୍ୟ କରିବେ।

ଚୀନ ରେ କରୋନାର ବିଏଫ.7 ଭ୍ୟାରିଏଣ୍ଟ କହର ମଚାଉଛି:-

ଚୀନ ରେ ଓମିକ୍ରନର ସବଭ୍ୟାରିଏଣ୍ଟ ବିଏଫ.7 କହର ମଚାଉଛି ଓ ଲୋକ ଏଥିରେ ଦ୍ରୁତରେ ସଂକ୍ରମିତ ହେଉଛନ୍ତି। ଏକ୍ସପର୍ଟଙ୍କ କହିବାହେଲେ ଚୀନର ରାଜଧାନୀ ବିଜିଂ ରେ 70 ପ୍ରତିଶତ ଲୋକେ ଏହି ଭାଇରସ ଚମ୍ପଟ୍ ରେ ଆସିଛନ୍ତି।

ଧିରେଧିରେ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏତେ ସଙ୍ଗୀନ ହୋଇଯାଇଛି ଲୋକଙ୍କ ଶବଦାହ ହୋଇ ପାରୁନାହିଁ। ଏହାସହ ଭାରତ ମଧ୍ୟ ବହୁତ ଜଲଦି ଏହାର କରାଳରେ ଆସିଯିବ।

କେତେ ଖତରନାକ ଅଟେ ଓମିକ୍ରନର ସବ ଭ୍ୟାରିଏଣ୍ଟ-

କରୋନା ଭାଇରସର ଭ୍ୟାରିଏଣ୍ଟ ଓ ସେମାନଙ୍କର କେତେକ ସବ ଭ୍ୟାରିଏଣ୍ଟ ଯେମିତିକି ବିଏଫ.7 ଚୀନରେ ଲୋକଙ୍କୁ ବହୁତ କ୍ଷୀପ୍ର ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି। ଯଦି କେହି ଏହି ବିଏଫ.7 ଦ୍ୱାରା ସଂକ୍ରମିତ ହେଉଛି ତାହେଲେ ଏହାର ଲକ୍ଷଣ ବହୁତ ଦ୍ରୁତ ବେଗରେ ସାମ୍ନାକୁ ଆସୁଛି।

ଏହାସହ କୁହାଯାଉଛି ଏହା ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ମଧ୍ୟ ଅତି ସହଜରେ ସଂକ୍ରମିତ କରିଦେଉଛି। ବିଶେଷଜ୍ଞଙ୍କ କହିବାହେଲା ବିଏଫ.7 ଦ୍ୱାରା ସଂକ୍ରମିତ ହେଉଥିବା ଲୋକ ଅତିକମରେ 10 ରୁ 18 ଜଣଙ୍କୁ ସଂକ୍ରମିତ କରିଦେଇପାରେ।

ଭାରତ ପାଇଁ କେତେ ଖତରନାକ ଅଟେ ବିଏଫ.7 ଭ୍ୟାରିଏଣ୍ଟ:-

କରୋନାର ଏହି ସବଭ୍ୟାରିଏଣ୍ଟ ବିଏଫ.7 ଭାରତ ପାଇଁ କେତେ ବିପଦ, ଏହାକୁ ନେଇ ଏକ୍ସପର୍ଟ କହିଛନ୍ତି ସେତେ ଡରିବାର ବିଷୟ ନୁହେଁ କିନ୍ତୁ ଆଲର୍ଟ ରହିବା ନିହାତି ଜରୁରୀ ଅଟେ।

ଆଣ୍ଟି ଟାକ୍ସ ଫୋର୍ସରର ବରିଷ୍ଠ ସଦସ୍ୟ ଓ କୋଭିଡ ଟୀକାକରଣ ଅଭିଯାନର ପ୍ରମୁଖ ଡ଼କ୍ଟର ଏନକେ ଆରୋରା କହିଛନ୍ତି ଯେ, ଚୀନ ସ୍ଥିତିକୁ ନେଇ ଭାରତକୁ ଚିନ୍ତା କରିବାର କୌଣସି କଥା ନାହିଁ।

ଏହି ତିନୋଟି ଲକ୍ଷଣ ଦେଖାଦେଲେ ଆପଣ ଆଲର୍ଟ ହୋଇଯାଆନ୍ତୁ:-

ଓମିକ୍ରନର ସବ ଭ୍ୟାରିଏଣ୍ଟ ବିଏଫ7 ହୁଏତ ଲୋକଙ୍କୁ ବହୁତ ଦ୍ରୁତ ଗତିରେ ସଂକ୍ରମିତ କରୁଛି କିନ୍ତୁ ଏହା ଅଧିକତର ଖତରନାକ ନୁହେଁ। ଏହାର ଲକ୍ଷଣ ମଧ୍ୟ ଓମିକ୍ରନର ପୁରୁଣା ଭ୍ୟାରିଏଣ୍ଟ ଭଳି ଅଟେ। ଏଥିରେ ସଂକ୍ରମିତ ହେବାପରେ ରୋଗୀଙ୍କ ଗଳାରେ ଗମ୍ଭୀର ସଂକ୍ରମଣ, ଶରୀରରେ ଯନ୍ତ୍ରଣା, ହାଲୁକା ବା ବହୁତ ଦ୍ରୁତ ଜ୍ଜ୍ବର ଭଳି ସମସ୍ୟା ସାମ୍ନାକୁ ଆସୁଛି।

ବର୍ତ୍ତିବା ପାଇଁ କରନ୍ତୁ ଏହି କାମ:-

ଏହି ଶୀତଦିନରେ ଯଦି ଆପଣ ଥଣ୍ଡା ଓ ଜ୍ୱରରେ ଦୀର୍ଘ 3 ଦିନରୁ ଅଧିକ ଯାଏଁ ପୀଡ଼ିତ ହେଉଛନ୍ତି ତାହେଲେ ଆପଣଙ୍କୁ କରୋନାର ଟେଷ୍ଟ କରାଇ ନେବାକୁ ହେବ। ଏହାସହ ଛୁଆ, ବୃଦ୍ଧ ଲୋକ ଓ ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାକୁ ହେବ।

Leave A Reply

Your email address will not be published.