ଅର୍ଚନାଙ୍କ ବୟାନ: ଅଜା ନାତୁଣୀ ପଛରେ ମିଇଗଲେ,ଆଉ ମୋତେ ଫସାଇଦେଲେ….

0

Get real time updates directly on you device, subscribe now.

ଗତକାଲି କୋର୍ଟ ଅର୍ଚ୍ଚନା ନାଗକୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେବା ପରେ ସକାଳ ପ୍ରାୟ ୧୧ଟା ବେଳେ ପୁଲିସ ସୁରକ୍ଷା ଭିତରେ ତାଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲ ନିଆଯଆଇଥିଲା ।

ଗଣମାଧ୍ୟମ ଠାରୁ ଅର୍ଚ୍ଚନାଙ୍କୁ ଦୂରେଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଛପଟ ଗେଟ୍ ଦେଇ ପୁଲିସ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ନେଇଥିଲା । ହେଲେ ସେଠାରେ ତାଙ୍କୁ ଗଣମାଧ୍ୟମ କର୍ମଚାରୀ ଘେରି ଯାଇଥିଲେ । ସେଠାରେ ହିଁ ଗୋଟିଏ ପରେ ଗୋଟିଏ ତଥ୍ୟ ଦେଇ ଚାଲି ଥିଲେ ଅର୍ଚ୍ଚନା।

ସେ କହିଥିଲେ କି, ‘ମୁଁ କାହାରିକୁ ଛାଡ଼ିବି ନାହିଁ । ସେ ନେତା ହୁଅନ୍ତୁ ବା ଅଫିସର । ମୋତେ ଅଜା ନାତୁଣୀ ଦୁଇ ଜଣ ମିଶି ହିଁ ଫସାଇଛନ୍ତି । ନିଜେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି । ମୋ‌ତେ ୩୦ ମିନିଟ ସମୟ ଦିଅନ୍ତୁ, ସବୁ ସତ କହି ଦେବି । ଏମିତି କହିବି ଯେ ରାଜ୍ୟ ଦୋହଲିଯିବ ।

ବିନା କୌଣସି ତଥ୍ୟ ପ୍ରମାଣରେ ମୋତେ ବଦନାମ କରନ୍ତୁ ନାହିଁ । ମୁଁ କାହାରିକୁ ଛାଡ଼ିବି ନାହିଁ । ଯେତେ ତଦନ୍ତ ସଂସ୍ଥା ଆସୁ ମୁଁ ତାର ସାମ୍ନା କରିବି, ସେମାନେ ତଦନ୍ତ କରନ୍ତୁ । ମୁଁ କ’ଣ ଆତଙ୍କବାଦୀ ଯେ ଡିରିଯିବି । ମୋ ୫ ବର୍ଷର ପୁଅ ମୁହଁ କୁ ବି ଚାହିଁଲେନି? ସମସ୍ତଙ୍କ ଉପରେ ନିଶ୍ବାସ ପଡ଼ିବ’ ।

ତେବେ ବନ୍ଧୁଗଣ ଗତକାଲି ଭଳି ଆଜି ମଧ୍ୟ ଗଣମାଧ୍ୟମକୁ ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ବୟାନ ଦେଇ ପୁଣି ଥରେ ଦିନତମାମ ଚର୍ଚ୍ଚାରେ ରହିଛନ୍ତି ଅର୍ଚ୍ଚନା ନାଗ । ଆଜି ଝାରପଡ଼ା ଜେଲରୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଅର୍ଚ୍ଚନାକୁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ସେ ଏଭଳି ଧମକାଇଛନ୍ତି ।

ଯାହା ପୁଣି ଥରେ ଝଡ଼ ସୃଷ୍ଟି କରିଛି । ଏଥିସହିତ କିଏ ଅର୍ଚ୍ଚନାଙ୍କୁ ଫସାଇଥିଲା, କାହାକୁ ସେ ଅଙ୍ଗୁଳି ଉଠାଉଛନ୍ତି ? ସର୍ବୋପରି ସେମାନେ ଅଫିସର, ରାଜନେତା ନା ଆଉ କିଏ, ସେସବୁକୁ ନେଇ ସବୁଠି ଜୋରଦାର ଚର୍ଚ୍ଚ ଚାଲିଛି ।

ଅନ୍ୟ ପକ୍ଷରେ ଅର୍ଚ୍ଚନାଙ୍କୁ ତାପରେ କ୍ୟାପିଟାଲ ହସ୍ପିଟାଲରୁ ଇଡ଼ି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ପଚରାଉଚରା ଆରମ୍ଭ କରିଛି ଇଡି । ସେହିଭଳି ଅନ୍ୟ ସହଯୋଗୀ ରଂଜିତ ବେହେରା, ପବିତ୍ର ପାତ୍ର ପ୍ରମୁଖଙ୍କୁ ଜେରା କରାଯାଇଛି ବୋଲି ଜଣା ପଡ଼ିଛି ।

ଇଡିରେ ଅର୍ଚ୍ଚନାଙ୍କ ବୟାନକୁ ଆଧାର କରି ଖୁବ୍ ଶୀଘ୍ର ଅନେକଙ୍କୁ ନୋଟିସ୍ କରାଯିବ । ସେପଟେ ଅର୍ଚ୍ଚନା ନାଗଙ୍କ ଏଭଳି ବୟାନକୁ ନେଇ ପୁଣିଥରେ ରାଜନୈତିକ ଓ ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି ହେଲାଣି । ଅର୍ଚ୍ଚନା କେଉଁ ଆଡ଼େ ଇସାରା କରି ଏଭଳି ବୟାନ ଦେଉଛନ୍ତି ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇ ଗଲାଣି ।

Leave A Reply

Your email address will not be published.